ଭାରତୀୟ ଧର୍ମଗ୍ରନ୍ଥ ଅନୁସାରେ ମନୁଷ୍ୟ ଉପରେ ମୁଖ୍ୟତଃ ତିନିପ୍ରକାର ଋଣ ପିତୃଋଣ, ଦେବଋଣ ଓ ଋଷିଋଣ ରହିଥାଏ। ଏମାନଙ୍କ ମଧ୍ୟରେ ପିତୃଋଣ ସର୍ବପ୍ରଧାନ ବୋଲି କୁହାଯାଇଛି। ପିତୃଋଣରେ ପିତାଙ୍କ ବ୍ୟତୀତ ମାତା ଏବଂ ଅନ୍ୟ ସମସ୍ତ ଗୁରୁଜନଙ୍କୁ ମଧ୍ୟ ଅନ୍ତର୍ଭୁଚ୍ଛ କରାଯାଇଥାଏ। ପ୍ରଥମରେ ଏକବର୍ଷ ପର୍ଯ୍ୟନ୍ତ ପ୍ରତି ମାସ ମୃତୁ୍ୟ ତିଥିରେ ମାସିକିଆ ଶ୍ରାଦ୍ଧ କରାଯାଏ ଏହାପରେ ଶ୍ରାଦ୍ଧ କରିବା ନିମନ୍ତେ ହିନ୍ଦୁଧର୍ମ ଗ୍ରନ୍ଥମାନଙ୍କରେ ଉପଦେଶ ଦିଆଯାଇଅଛି। ଭାଦ୍ରପଦ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଆଶ୍ବିନମାସ କୃଷ୍ଣପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ମୋଟ 15ଦିନ ସମୟକୁ ପିତୃପକ୍ଷ କୁହାଯାଏ। ଏହାକୁ ଜନାଗତ ମଧ୍ୟ କହନ୍ତି ଯାହାକି କନ୍ୟାର୍କଗତର ଅପଭ୍ରଂଶ ମାତ୍ର। ଏହି ସମୟରେ ଅର୍କ ବା ସୂର୍ଯ୍ୟ କନ୍ୟା ରାଶିରେ ଥାଆନ୍ତି ବୋଲି ଏହି 15ଦିନ ସମୟକୁ କନ୍ୟାର୍କଗତ ବା କନାଗତ ସମୟ କୁହାଯାଏ। ମୃତୁ୍ୟପରେ ମନୁଷ୍ୟ ଯେତେବେଳେ ତା’ର ଶରୀର ତ୍ୟାଗ କରେ ସେତେବେଳେ ତା’ର ଆତ୍ମା ପ୍ରେତଯୋନିରେ ପ୍ରବେଶ କରେ। ମୃତୁ୍ୟ ପରଠାରୁ 12 ଦିନ ପର୍ଯ୍ୟନ୍ତ ମୃତ ବ୍ୟଚ୍ଛି ଉଦ୍ଦେଶ୍ୟରେ ଶ୍ରଦ୍ଧାଯୁଚ୍ଛ ଶ୍ରାଦ୍ଧ ଓ ପିଣ୍ଡଦାନ କରାଗଲେ, ସେ ପିତୃଲୋକରେ ପ୍ରବେଶ କରେ। ବ୍ରହ୍ମପୁରାଣରେ ଲେଖାଅଛି ଯେ, ଆଶ୍ବିନ ମାସର କୃଷ୍ଣ ପକ୍ଷରେ ଯମରାଜ ସମସ୍ତ ପିତରମାନଙ୍କୁ 15 ଦିନ ନିମିନ୍ନ ମୁଚ୍ଛି ପ୍ରଦାନ କରିଥାଆନ୍ତି ଯାହାଦ୍ଵାରା ସେମାନେ ନିଜ ସନ୍ତାନମାନଙ୍କ ଠାରୁ ପିଣ୍ଡଦାନ ପାଇଁ ଧରାପୃଷ୍ଠକୁ ଆସିପାରିବେ। କର୍ମପୁରାଣରେ କୁହାଯାଇଛି ଯେ, ଏହି ପିତୃପକ୍ଷରେ ସମସ୍ତ ପିତର ନିଜ ନିଜର ପୂର୍ବ ବାସଗୃହକୁ ଯାଆନ୍ତି ଏବଂ ନିଜ ସନ୍ତାନମାନଙ୍କ ଠାରୁ ସ୍ନେହ ଶ୍ରଦ୍ଧା, ଭଚ୍ଛିପୂତ ଜଳ ତିଳ ପିଣ୍ଡ ଆଶା କରନ୍ତି। ବ୍ରହ୍ମ ପୁରାଣରେ କୁହାଯାଇଛି ଯେ, ଏହି 15 ଦିନ ମଧ୍ୟରେ ଯଦି ପିତୃପୁରୁଷଙ୍କୁ ତର୍ପଣ ଶ୍ରାଦ୍ଧ ନକରାଯାଏ ତେବେ ସେମାନେ ନିରାଶ ହୋଇ ପୁଣି ପିତୃଲୋକକୁ ଫେରି ଯାଆନ୍ତି। ଅପରପକ୍ଷରେ ଯେଉଁ ବ୍ୟଚ୍ଛି ପିତୃପକ୍ଷର 15 ଦିନ ନିଜ ପିତୃପୁରୁଷଙ୍କୁ ଶ୍ରଦ୍ଧା ଓ ଭଚ୍ଛି ଦ୍ଵାରା ତର୍ପଣ ଶ୍ରାଦ୍ଧରେ ମୁଖ୍ୟ ଉପାଦାନ ହେଉଛି କେବଳ ଶ୍ରଦ୍ଧା ଏବଂ ଭଚ୍ଛି। ସେପ୍ଟେମ୍ଵର 16ରୁ 30 ଯାଏ ରହୁଛି ଶ୍ରାଦ୍ଧପକ୍ଷ। ଏହି ଦିନଗୁଡ଼ିକରେ ତର୍ପଣ କଲେ ପିତୃପୁରୁଷ ଖୁସି ହୋଇଥାନ୍ତି ଏବଂ ତାଙ୍କ କୃପାରୁ ସୁଖ-ସମୃଦ୍ଧି ଲାଭ ହୁଏ। ଶ୍ରାଦ୍ଧପକ୍ଷରେ ସ୍ନାନ ତଥା ଦିନଚର୍ଯ୍ୟାରେ କିଛି ପରିବର୍ନ୍ନନ କରିବାକୁ ପଡ଼େ। ରସୁଣ, ଗାଜର, ପିଆଜ, ଦହିମିଶା ଅଟା ଆଦି ଆଉ କିଛି ଖାଦ୍ୟ ଯାହା ରସ ଓ ଗନ୍ଧଯୁଚ୍ଛ ତାହା ଶ୍ରାଦ୍ଧପକ୍ଷରେ ବର୍ଜନୀୟ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଶାସ୍ତ୍ର ଅନୁସାରେ, ରସୁଣ ପିଆଜ ତାମସିକ। ଏହା ସେବନ କଲେ ବିଚାରର ପବିତ୍ରତା ନଷ୍ଟ ହୁଏ। କ୍ରୋଧୀ ସ୍ଵଭାବ ଦେଖାଦିଏ। ମନ ଏକାଗ୍ର ରହେନି। ଶ୍ରାଦ୍ଧ ସମୟ ପୂଜା ଓ ଧ୍ୟାନ ଲାଗି ଶ୍ରେଷ୍ଠ। ଏହାଲାଗି ଏକାଗ୍ରତା ଓ ପବିତ୍ରତା ଜରୁରୀ। ଏଣୁ ଶ୍ରାଦ୍ଧ ସମୟରେ ଏହି ଖାଦ୍ୟ ଖାଇବା ଉଚିତ ନୁହେଁ। ଯଦି କୌଣସି ବ୍ୟଚ୍ଛି ଏଭଳି ବର୍ଜିତ ଖାଦ୍ୟ ସେବନ କରନ୍ତି ସେମାନଙ୍କ ପିତୃପୁରୁଷ ଦୁଃଖୀ ହୁଅନ୍ତି। ଏହା ଗୃହର ସୁଖ-ଶାନ୍ତି ଆଣିବାରେ ବାଧା ସୃଷ୍ଟି କରେ। ପରିବାର ସଦସ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ପିତୃପୁରୁଷଙ୍କ କୃପା ବିନା ଅନ୍ୟ ଦେବ ଦେବୀଙ୍କ କୃପା ବି ମିଳିବା ସମ୍ଭବ ହୁଏନି। ଶ୍ରାଦ୍ଧରେ ଗଙ୍ଗାଜଳ, ଦୁଗ୍ଧ, ମହୁ, କୁଶ ଓ ତିଳ ଜରୁରୀ। ପୂଜାରେ ଏହା ଉପଯୋଗ କରାଗଲେ ପିତୃପୁରୁଷ ଶାନ୍ତି ପାଆନ୍ତି। ଶାସ୍ତ୍ର ଅନୁସାରେ, ତୁଳସୀ ଅର୍ପଣ କଲେ ପିତୃଗଣ ସନ୍ତୁଷ୍ଟ ହୁଅନ୍ତି। ଶ୍ରାଦ୍ଧ ପକ୍ଷରେ ପୂଜାରେ ସୁନା, ରୂପା, କଂସା, କିମ୍ଵା ତମ୍ଵା ପାତ୍ର ବ୍ୟବହାର କରନ୍ତୁ। ଏହା ଅଭାବରେ ପିନ୍ନଳ ଉପଯୋଗ କରିପାରିବେ। କଦଳୀ ପତ୍ରରେ ଶ୍ରାଦ୍ଧରେ ଭୋଜନ କରନ୍ତୁ। ରେଶମ, କମ୍ଵଳ, ଉଲ, କାଠ କିମ୍ଵା କୁଶାସନ ଶ୍ରାଦ୍ଧ ଲାଗି ଶ୍ରେଷ୍ଠ। ଆସନରେ ଲୁହା କୌଣସି ପ୍ରକାରରେ ଉପଯୋଗ ହେବା ଉଚିତ ନୁହେଁ। ପିତୃପୁରୁଷଙ୍କ ଲାଗି ଅର୍ଘ୍ୟ ଦେବା ଆବଶ୍ୟକ। ଅର୍ଘ୍ୟ ଦେବା ସମୟରେ ଡାହାଣ ହାତ ଆଙ୍ଗୁଳିରେ ଜଳ ଅର୍ପଣ କରିବା ଉପରେ ଧ୍ୟାନ ଦେବାଲାଗି ଶାସ୍ତ୍ରରେ କୁହାଯାଇଛି।

ମମତା ବେହେରା
ସଂପାଦିକା
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପୂର୍ବଜମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସବୁଠାରୁ ବଡ଼ କାମ ଶ୍ରାଦ୍ଧ । ଶ୍ରାଦ୍ଧ ଦ୍ଵାରା ଆମେ ପୂର୍ବଜଙ୍କୁ ମନେ ପକାଉ, ସେମାନଙ୍କ ଆତ୍ମା ଶାନ୍ତି ପାଇଁ ଧାର୍ମିକ କାର୍ଯ୍ୟ କରୁ । ଧର୍ମଶାସ୍ତ୍ର ଅନୁଯାୟୀ ଶ୍ରାଦ୍ଧ ବିଭିନ୍ନ ପ୍ରକାରର । ଏ ସବୁର ମହତ୍ଵ ଭିନ୍ନ ଭିନ୍ନ । ଭବିଷ୍ୟ ପୁରାଣ ଅନୁଯାୟୀ ଶାସ୍ତ୍ର 12 ପ୍ରକାରର । ସେଗୁଡ଼ିକ ହେଉଛି ନିତ୍ୟ, ନୈମିନ୍ନିକ, କାମ୍ୟ, ବୃଦ୍ଧି, ସପିଣ୍ଡନ, ପାର୍ବଣ, ଗୋଷ୍ଠୀ, ଶୁଦ୍ଧର୍ଥ, କମାଙ୍ଗ, ଦୈବିକ, ଯାତ୍ରାର୍ଥ ଓ ପୁଷ୍ୟର୍ଥ । ତର୍ପଣ : ଏଥିରେ ଦୁଧ, ତିଳ, କୁଶ, ପୁଷ୍ପ, ଗନ୍ଦ୍ଵ ମିଶ୍ରିତ ଜଳ ପୂର୍ବଜଙ୍କ ତୃପ୍ତ କରିବା ପାଇଁ ଦିଆଯାଏ । ଶ୍ରାଦ୍ଧ ପକ୍ଷରେ ସବୁଦିନ ତର୍ପଣ କରିବା ପାଇଁ ଶାସ୍ତ୍ରରେ କୁହାଯାଇଛି । ଭୋଜନ ଓ ପିଣ୍ଡଦାନ : ପୂର୍ବଜଙ୍କ ପାଇଁ ବ୍ରାହ୍ମଣଙ୍କୁ ଭୋଜନ ଦିଆଯାଏ । ଶ୍ରାଦ୍ଧ ସମୟରେ ଚାଉଳ ତଥା ଯଅ ଆଦିରେ ପିଣ୍ଡଦାନ କରାଯାଏ । ବସ୍ତ୍ର ଦାନ : ବସ୍ତ୍ର ଦାନ ଶ୍ରାଦ୍ଧର ଅନ୍ୟତମ ମୁଖ୍ୟ କାର୍ଯ୍ୟ । ଦକ୍ଷିଣା ଦାନ : ଯଜ୍ଞର ପତ୍ନୀ ଦକ୍ଷିଣା । ସେ ପର୍ଯ୍ୟନ୍ତ ଭୋଜନ କରାଇ ବସ୍ତ୍ର ଓ ଦକ୍ଷିଣା ଦିଆନଯାଏ ସେ ପର୍ଯ୍ୟନ୍ତ ତା ଶ୍ରାଦ୍ଧର ଫଳ ମିଳେନି । ବୟସ୍କଙ୍କ ପ୍ରତି ପିତୃଦୋଷରୁ ମୁଚ୍ଛି : ସାଧାରଣତଃ ଲୋକେ ଭାବନ୍ତି, ଆମେ ଜୀବନରେ କାହାର କ୍ଷତି କରିନୁ ତେଣୁ ଆମର କ୍ଷତି କାହିଁକି ହେଉଛି ? ଗ୍ରହମାନଙ୍କ ପ୍ରଭାବ ଅନୁକୂଳ, ରାଜଯୋଗ ରହିଛି, ତଥାପି ବ୍ୟଚ୍ଛି ଅଭିଶପ୍ତ ଜୀବନ କାହିଁକି ଜୀଉଁଛି । ପ୍ରକୃତରେ କେବେ କେବେ ପୂର୍ବଜଙ୍କ କର୍ମଦୋଷ ବ୍ୟଚ୍ଛି ପାଇଁ ଅଭିଶାପ ହୋଇଯାଏ । ଆଉ କେତେକ ସ୍ଥାନରେ ବ୍ୟଚ୍ଛି ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ପୂର୍ବଜଙ୍କୁ କଷ୍ଟ ଦେଇ ଅଭିଶପ୍ତ ଜୀବନ ପାଇଁ ରାସ୍ତା ଖୋଲିଦିଏ । ଏହାକୁ ପିତୃଦୋଷ କୁହାଯାଏ । ତାହାଲେ ଆସନ୍ତୁ ଜାଣିବା ପିତୃଦୋଷ କେମିତି ଦୂର ହେବ । କେଉଁ ଅଛି ପିତୃଲୋକ : ଚନ୍ଦ୍ରମା ପୃଥିବୀକୁ 27ଦିନ 7 ଘ[ା 45 ମିନିଟ୍ରେ ପରିକ୍ରମା କରନ୍ତି । ଉଲ୍ଲେଖନୀୟ ଯେ ଚନ୍ଦ୍ରମାର ଗୋଟିଏ ଅଂଶ ପୃଥିବୀ ଆଡ଼କୁ ରୁହେ, ଅନ୍ୟ ଅଂଶ ପୃଥିବୀ ଆଡ଼କୁ କେବେ ବି ଆସେନାହିଁ । ଚନ୍ଦ୍ରମାର ଏହି ଅଦୃଶ୍ୟ ଅନ୍ଧକାରମୟ ଅଂଶ ଯାହା ପୃଥିବୀ ଆଡ଼କୁ କେବେ ବି ଆସେ ନାହିଁ ତାହାକୁ ପିତୃଲୋକ କୁହାଯାଏ । ଚନ୍ଦ୍ରମାର ଭୌଗଳିକ ଏବଂ ଖଗୋଳୀୟ ସ୍ଥିତି ଆଧାରରେ ଏଠାରେ ଗୋଟିଏ ମାସ ଦିନ ଓ ରାତି ହୁଏ । ଏହାକୁ ଅହୋରାତ୍ର କୁହାଯାଏ । ସୂର୍ଯ୍ୟସିଦ୍ଧାନ୍ତ ଗ୍ରନ୍ଥର ମାନ୍ୟତା ଅନୁଯାୟୀ ଯେତେବେଳେ ପୃଥିବୀରେ ଅମାବାସ୍ୟା ହୁଏ ସେତେବେଳେ ଚନ୍ଦ୍ରମାର ଅଦୃଶ୍ୟ ଅଂଶ ସୂର୍ଯ୍ୟଙ୍କ ଆଡ଼କୁ ଥିବାରୁ ପିତୃଲୋକରେ ମଧ୍ୟାହ୍ନ ହୁଏ । ସେମିତି ଯେତେବେଳେ ପୃଥିବୀରେ ପୂର୍ଣ୍ଣିମା ହୁଏ ସେତେବେଳେ ଚନ୍ଦ୍ରମାର ଏହି ଅଂଶ ସୂର୍ଯ୍ୟଙ୍କ ଠାରୁ ଦୂରେଇ ଯାଇଥିବାରୁ ପିତୃଲୋକରେ ମଧ୍ୟରାତ୍ରୀ ହୋଇଯାଏ । ସେହିପରି କୃଷ୍ଣପକ୍ଷ ଅଷ୍ଟମୀରେ ସୂର୍ଯେ୍ୟାଦୟ ଏବଂ ଶୁକ୍ଳପକ୍ଷ ଅଷ୍ଟମୀରେ ସୂର୍ଯ୍ୟାସ୍ତ ହୁଏ । ଶାସ୍ତ୍ର ଅନୁଯାୟୀ ପୃଥିବୀରେ ଅମାବାସ୍ୟା ସମୟରେ ପିତୃଲୋକରେ ମଧ୍ୟାହ୍ନ ହୁଏ, ଏହା ପୂର୍ବଜଙ୍କ ଭୋଜନର ସମୟ । ପିତୃଦୋଷର ଜେ୍ୟାତିଷ ମତ : ଜନ୍ମ କୁଣ୍ଡଳୀରେ ଗ୍ରହସ୍ଥିତି ଆଧାରରେ ପିତୃଋଣ ବା ପିତୃଦୋଷ ସଂପର୍କରେ ଜଣାପଡ଼େ । ଭାରତୀୟ ଜେ୍ୟାତିଷ ବିଜ୍ଞାନରେ ସୂର୍ଯ୍ୟ ପିତୃକାରଣ ଏବଂ ଚନ୍ଦ୍ର ମାତୃକାରକ ଗ୍ରହ ଭାବରେ ସ୍ଵୀକୃତ । ପିତୃଦୋଷର ମୁଖ୍ୟ କାରକ ଏହି ଉଭୟ ଗ୍ରହ । ଏମାନେ ରାଶିଚକୟରେ ରାହୁ ସହିତ ଥିଲେ କିମ୍ଵା ରାହୁ ସହ ସୁସଂପର୍କ ଥିଲେ ପିତୃଦୋଷ ଥାଏ । ସୂର୍ଯ୍ୟ ଶନି ସହ ଥିଲେ ପିତୃଦୋଷ ବ୍ୟଚ୍ଛ କରେ । ସୂର୍ଯ୍ୟ ଓ ଶନି ଉପରେ ରାହୁର କୁ-ପ୍ରଭାବ ବ୍ୟଚ୍ଛିକୁ ଭୀଷଣ କଷ୍ଟ ଏବଂ କାର୍ଯ୍ୟରେ ଅବରୋଧର ସାମ୍ନା କରାଏ ।
ପ୍ରେତ ଏବଂ ପିତରମାନଙ୍କ ନିମନ୍ତେ ନିଜର ପ୍ରିୟଭୋଜନକୁ ଯେଉଁ କର୍ମ କ୍ରିୟା ମାଧ୍ୟମରେ ଶ୍ରଦ୍ଧା ଓ ଭଚ୍ଛିର ସହିତ ଅର୍ପଣ କରାଯାଇଥାଏ ତାହାକୁ ଶ୍ରାଦ୍ଧ କୁହନ୍ତି। ପିତୃଗଣ ନ୍ୟାୟମାର୍ଗରେ ପବିତ୍ର ଜଳ, ପବିତ୍ର ଅନ୍ନର କାମନା କରିଥାନ୍ତି। ଅସତ୍ ଉପାୟରେ ଉପାର୍ଜନ କରାଯାଇଥିବା ଧନ ଦ୍ଵାରା ଶ୍ରାଦ୍ଧ କଲେ ସେମାନେ ତୃପ୍ତି ଲାଭ କରନ୍ତି ନାହିଁ ବରଂ ଅସନ୍ତୁଷ୍ଟ ହୋଇ ଶାପ ଦିଅନ୍ତି। ସମ୍ଵଳ ଅଭାବରେ ପିତୃଗଣଙ୍କୁ କେବଳ ଜଳାଞ୍ଜଳି ଦେଇଦେଲେ ବା କେବଳ ଭଚ୍ଛିପୂତ ପ୍ରଣାମ କରିଦେଲେ ମଧ୍ୟ ସେମାନେ ସନ୍ତୋଷ ଲାଭ କରିଥାନ୍ତି। ଭଗବାନ ଶ୍ରୀରାମଚନ୍ଦ୍ର ଯେତେବେଳେ 14 ବର୍ଷ ବନବାସରେ ଥିଲେ ସେତେବେଳେ ସେ ମହାରାଜା ଦଶରଥଙ୍କୁ ପ୍ରଣାମ କରି ତର୍ପଣ ଉଦ୍ଦେଶ୍ୟରେ କହିଥିଲେ ହେ ପିତା ଏବଂ ପିତୃଗଣ, ମୋ ପାଖରେ ଶ୍ରାଦ୍ଧ କରିବା ନିମନ୍ତେ ନା କ୍ଷମତା ଅଛି, ନା ଧନ ଅଛି ନା ଅନ୍ୟ ସାମଗ୍ରୀ ଅଛି। ତେଣୁ ମୁଁ ମୋର ପୂଜ୍ୟ ପିତୃଗଣଙ୍କୁ ଭଚ୍ଛି ଓ ଶ୍ରଦ୍ଧାର ସହିତ ବାରମ୍ଵାର ପ୍ରଣାମ କରୁଛି। ସେମାନେ ମୋର ଭଚ୍ଛି ହିଁ ତୃପ୍ତି ଲାଭ କରନ୍ତୁ ଓ ମୋତେ ଆଶୀର୍ବାଦ କରନ୍ତୁ। ମୁଁ ଆଜି ବାୟୁ, ପୃଥିବୀ ଓ ଆକାଶକୁ ସାକ୍ଷୀ ରଖି ମୋର ଦୁଇ ବାହୁ ଉଠାଇ ପିତୃଗଣଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଅଛି। ଯେକୌଣସି ଶୁଦ୍ଧ, ପବିତ୍ର ସ୍ଥାନରେ ପବିତ୍ର ବସନରେ ପବିତ୍ର ଜଳ ଅନ୍ନଦ୍ଵାରା ହିଁ ଶ୍ରାଦ୍ଧ କର୍ମ କରାଯାଇଥାଏ। ତେବେ ଶ୍ରାଦ୍ଧ ନିମନ୍ତେ ନିଜର ବାସଗୃହ ସର୍ବଶ୍ରେଷ୍ଠ ବୋଲି କୁହାଯାଇଛି। କାରଣ ହିନ୍ଦୁ ଧର୍ମଗ୍ରନ୍ଥରେ ଲେଖାଅଛି ଯେ, ନିଜ ଗୃହରେ କରାଯାଇଥିବା ଯେକୌଣସି ମାଙ୍ଗଳିକ ବା ପବିତ୍ର କର୍ମରେ ତୀର୍ଥର ଆଠଗୁଣା ଫଳ ମିଳିଥାଏ।
ଶ୍ରାଦ୍ଧ ଅନେକ ପ୍ରକାରର। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲା – ଏକୋଦ୍ଦିଷ୍ଟ ଶ୍ରାଦ୍ଧ : ଏହା ନିଜର କୌଣସି ଏକ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ। ପାର୍ବଣ ଶ୍ରାଦ୍ଧ : ଏହା ପିତା, ପିତାମହ ଏବଂ ପ୍ରପିତାମହଙ୍କ ସହିତ ମାତା ଅଜା, ଆଈଙ୍କ ନିମନ୍ତେ ଏକ ସଙ୍ଗରେ କରାଯାଇଥାଏ। ଏଥିରେ ପିତାମାତା ବସୁ ରୂପରେ, ଜେଜେବାପା ଜେଜେମା ରୁଦ୍ର ରୂପରେ ଏବଂ ଅଣ ଜେଜେବାପାମା ଆଦିତ୍ୟ ରୂପରେ ପୂଜା ପାଆନ୍ତି।କାମ୍ୟ ଶ୍ରାଦ୍ଧ : କୌଣସି ବିଶେଷ କାମନା ବା ଇଛା ପୂର୍ନ୍ନି ନିମନ୍ତେ ଏହି ଶ୍ରାଦ୍ଧ କରାଯାଏ। ନାନ୍ଦିମୁଖ ଶ୍ରାଦ୍ଧ : ବିବାହ ଅଥବା ପୁତ୍ର କନ୍ୟା ଜନ୍ମାଦି ସଂସ୍କାର କର୍ମରେ ପିତୃ ପୁରୁଷଙ୍କ ଆଶୀର୍ବାଦ କାମନା କରି ଏହି ଶ୍ରାଦ୍ଧ କରାଯାଏ। ଶୁଦ୍ଧି ଶ୍ରାଦ୍ଧ : ଏଥିରେ କୌଣସି ପ୍ରକାର ଶୁଣି ନିମନ୍ତେ ପିତୃଗଣଙ୍କୁ ଆବାହନ କରି ଶ୍ରାଦ୍ଧ କରାଯାଇଥାଏ। ଦୈନିକ ଶ୍ରାଦ୍ଧ : ଏହା ଦେବଗଣଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କରାଯାଏ। ମହାଳୟା ଶ୍ରାଦ୍ଧ : ଆଶ୍ବିନ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଏହି ପବିତ୍ର ଶ୍ରାଦ୍ଧ କରାଯାଇଥାଏ। ଯେଉଁ ପିତୃଗଣଙ୍କ ମୃତୁ୍ୟର ନିର୍ଦ୍ଦିଷ୍ଟ ଦିନ ବା ତାରିଖ ଜଣାନାହିଁ ଯେଉଁ ପିତୃପୁରୁଷଗଣ ବଂଶହୀନ ହୋଇ ମୃତୁ୍ୟବରଣ କରିଛନ୍ତି ଏବଂ ଯେଉଁ ପିତୃପୁରୁଷଗଣଙ୍କ ସମ୍ପର୍କରେ ଆମକୁ ସବିଶେଷ ତଥ୍ୟ ଜଣାନାହିଁ, ସେମାନଙ୍କ ଆତ୍ମାର ତୃପ୍ତି ନିମନ୍ତେ ଏହି ମହାଳୟା ଶ୍ରାଦ୍ଧ କରାଯାଇଥାଏ। ଭାରତରେ ଶ୍ରାଦ୍ଧକର୍ମ, ପିଣ୍ଡଦାନ ଏବଂ ଅସ୍ଥି ବିସର୍ଜନ ନିମନ୍ତେ ଏକାଧିକ ପବିତ୍ର ସ୍ଥାନ ରହିଛି। ଯଥା ଚକ୍ରତୀର୍ଥ ପୁରୀ, ବିରଜାକ୍ଷେତ୍ର ଯାଜପୁର, ଗୟା, ବନାରସ, ତୀର୍ଥରାଜ ପ୍ରୟାଗ, ବଦ୍ରିନାଥ, କେଦାରନାଥ, କୁରୁକ୍ଷେତ୍ର, ମାନସରୋବର, ଦ୍ଵାରକା, ଉଜ୍ଜୟିନୀ, ତିରୁପତି, କନ୍ୟାକୁମାରୀ, ଶ୍ରେୀଶୈଳମ୍, ରାମେଶ୍ବରମ୍ ଏବଂ କାବେରୀ-ଗୋଦାବରୀତଟ। ନିର୍ମଳ ହୃଦୟରେ ଶ୍ରାଦ୍ଧ ଅର୍ପଣ ଦ୍ଵାରା ଆତ୍ମା ନିତ୍ୟଶୁଦ୍ଧ, ମନ ଓ ଇନ୍ଦ୍ରିୟ ପବିତ୍ର ହୋଇଥାନ୍ତି। ପବିତ୍ରତା ହେଉଛି ଭଗବତ ଦର୍ଶନର ଦ୍ଵାର ପଥ। ହିନ୍ଦୁ ଚେତନାରେ ଶ୍ରାଦ୍ଧ, ଆଧ୍ୟାତ୍ମିକ ସାଧନା ପଥର ଏକ ଦୃଢ଼ ଓ ଅନନ୍ୟ ତଥା ଶାସ୍ଵତ ଚେତନା।
