ଦୁନିଆ ର ସବୁଠାରୁ ସୁନ୍ଦର ସୃଷ୍ଟି ହେଉଛି ନାରୀ ଏବଂ ଶ୍ରେଷ୍ଠ ଉପହାର l ନାରୀ କୁ ବାଖ୍ୟା କରିବାକୁ ଆଜି ପର୍ଯ୍ୟନ୍ତ କୌଣସି ଶବ୍ଦ ର ବି ସୃଷ୍ଟି ହୋଇନି l ନାରୀ ର ବହୁ ରୂପ କେତେବେଳେ ସେ କନ୍ୟା ତ କେତେବେଳେ ସେ ଭଗିନୀ ପୁଣି କେତେବେଳେ ସେ ଅର୍ଧାଙ୍ଗିନୀ l ଜନ୍ମ ଦିଏ ହେଲେ ତାକୁ ଜନ୍ମ ହେବାକୁ ଦିଆଯାଏନା l ଜୀବନ ର ପ୍ରତ୍ୟକଟି ମୁହୂର୍ତ୍ତ ରେ ସେ ପରିକ୍ଷା ଦିଏ l ସାରା ଜୀବନ ତାକୁ ତ୍ୟାଗ ଆଉ ବଳିଦାନ ଦେବାକୁ ପଡେ l ଛୋଟ ବେଳେ ଭାଇ ପାଇଁ ଚକଲେଟ୍ ହେଉ କି ଭାଇ ର ଭୁଲ କୁ ନିଜ ମୁଣ୍ଡକୁ ନେଇଯିବା ହେଉ l ବଡ଼ ହେଇ ବାପା ମାଁ ଙ୍କ ମୁହଁରେ ହସ ଦେଖିବା ପାଇଁ ନିଜ ପ୍ରେମ ହେଉ l କେବଳ ସେତିକି ନୁହଁ ନିଜ ଯୌବନ ମଧ୍ଯ ପତି , ପୁତ୍ର ପାଇଁ ନିଛାବର କରିଦିଏ ଏବଂ ଅନ୍ୟକୁ ଖୁସି କରୁ କରୁ ସେ ବାର୍ଦ୍ଧକ୍ଯ ରେ ପଦାର୍ପଣ କରି ଶେଷରେ ତା ଜୀବନ ସଳିତା ଲିଭିଯାଏ l ଆମେ ଜାଣି ବି ପାରୁନି ସେମାନେ କେତେ କଷ୍ଟ କରନ୍ତି l ନାରୀ ବିନା ଏ ସୃଷ୍ଟି ର ପରିକଳ୍ପନା ଅସମ୍ପବ l ସେଥିପାଇଁତ ଲକ୍ଷ୍ମୀପୁରାଣ ମୂଳତଃ କେବଳ ଜାତିପ୍ରଥାର ଉଚ୍ଛେଦ କଥା କୁହେନାହିଁ l ଏହା ନାରୀ ଜାଗରଣ ର ଜୟଗାନ ସହିତ ତଥା ନାରୀଶକ୍ତିକୁ ଏକ ଅତ୍ୟନ୍ତ ମର୍ଯ୍ୟାଦାଜନକ ଆସନରେ ଆସୀନ କରାଇ ଅଛି l ନାରୀ ର କୌଣଷି ଦିବସ ନଥାଏ ସବୁଦିନ ତା ପାଇଁ ପରିକ୍ଷା ର ଦିନ l ଆଉ ନାରୀ ଦିବସ ରେ ନାରୀ ଙ୍କ ପାଇଁ ଦୁଇ ଧାଡି ଲେଖିଦେଇ ଆମେ ପୁଣି ଲାଗି ପଡୁ ନାରୀ କୁ ନିର୍ଜାତନା ଦେବାରେ l ଆମେ ଭୁଲି ଯାଉ ଆମ ପରମ୍ପରା ଆଉ ଆମ ଆରାଧ୍ୟ ପ୍ରଭୁ ଜଗନ୍ନାଥ ଙ୍କ ତ୍ୟାଗ ଆଉ ବଳିଦାନ କୁ l ନାରୀ ପାଇଁ ନାରୀ ର ସମ୍ମାନ ପାଇଁ ସେ ସବୁ ଜାଣି ମଧ୍ୟ ସମାଜକୁ ଶିକ୍ଷା ଦେବାପାଇଁ ବାରଦ୍ବାର ଶୁଣ୍ଡି ପିଣ୍ଡା ମଧ୍ଯ ହେଇଥିଲେ l ହେଲେ ଏ ମାନବ ସମାଜ ପାଇଁ ଆଜି ନାରୀ , ଧରଣୀ , ଗୋମାତା ଏହି ୩ ନାରୀ ଙ୍କ ଆଖିରେ ଅନବରତ ଲୁହ ଝରୁଛି l ଆଉ ସେହି ଲୁହ ବିନ୍ଦୁ ସମୁଦ୍ର ରୂପ ନେଇ ଏ ମଣିଷ ସମାଜ କୁ ଦିନେ ଭଷେଇ ନେଇଯିବ l ସେ ରକ୍ଷତା ପୁଣି ସଂହାରକର୍ତ୍ତା ନାରୀ ରୂପରେ ଶକ୍ତି ସ୍ବରୂପେଣି l
