୧- ବୃହତ କଳିଙ୍ଗ ରାଷ୍ଟ୍ରର ସାଧବମାନେ ଏହି ଦିନ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା।
୨- ଏହିଦିନ ବାଣିଜ୍ୟ ବେପାର ସାରି ସାଧବମାନେ ଦୀର୍ଘଦିନ ପରେ ସ୍ୱଦେଶକୁ ଫେରୁଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧନାମୂଳକ ଆନନ୍ଦ ଉଲ୍ଲାସ କରାଯାଉଥିବା। ପରେ ଏହା ଏକ ଯାତ୍ରା ବା ଉତ୍ସବରେ ପରିଣତ ହୋଇଥିଲା। ସେମାନେ ବର୍ଷା ଚାରିମାସ ଯିବା ପରେ ଜଳପଥରେ ବିଦେଶ ଯାଉଥିଲେ। ବର୍ଷା ଚାରିମାସ ଆରମ୍ଭ ପୂର୍ବରୁ ନୁହେଁ। କାରଣ ଏହି ଚାରିମାସ ସମୁଦ୍ରର ଜଳପଥ ବିପଦପୂର୍ଣ୍ଣ ରହୁଥିଲା।
୩- ତୃତୀୟ ମତଟି ହେଲା ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ବିରାଜମାନ କରି ଉଦଣ୍ଡ କୀର୍ତ୍ତନ ସହିତ ଆତ୍ମବିସ୍ମୃତ ହୋଇ ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡିଗଡି ଲୋଟି ଯାଇଥିଲେ। ଯେଉଁଥିପାଇଁ ଏହି ଘାଟର ନାମ ଗଡ଼ଗଡିଆ ଘାଟ। ସେହି ସ୍ମୃତିକୁ ଧରିରଖିବା ଉଦ୍ଦେଶ୍ୟରେ ଯେଉଁ ପ୍ରାରମ୍ଭିକ ଉତ୍ସବ ଆରମ୍ଭ ହେଇଥିଲା ବା ଆୟୋଜନ ହୋଇଥିଲା ତାହା ହିଁ ବାଲିଯାତ୍ରା।
ଐତିହାସିକ ମତ:
ମହାରାଜା ଉଦ୍ୟୋତକେଶରୀ ସିଂହଳ ଦେଶ ବିଜୟ କରି ଜଳପଥରେ ଫେରିବାର ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସୂଚନା ମିଳେ। ଐତିହାସିକ ବର୍ଣ୍ଣନା ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ (୧୦୪୦-୧୦୬୫) ଛବିଶ ବର୍ଷ ରାଜତ୍ୱ କରିଥିଲେ। ମହାରାଜା ଉଦ୍ୟୋତକେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ।
ସିଂହଳରେ ସେତେବେଳେ ରାଜାଥିଲେ ଚିତ୍ରକେୟୁର। ସିଂହଳ ବିଜୟ ପରେ ମଣିମୁକ୍ତା ପ୍ରଭୃତି ଧନରତ୍ନ ସାଙ୍ଗରେ ଆଣିଥିଲେ। ସେ ଜଳପଥରେ ଆସି ମହାନଦୀ ମୁହାଣ ଦେଇ ନିରାପଦ ସ୍ଥାନ କଟକ ଦ୍ୱୀପରେ ପହଞ୍ଚି ବିଶ୍ରାମ ନେଇଥିଲେ। ଏହି ସ୍ମୃତି କୁ ଚିରସ୍ଥାୟୀ ରଖିବା ଏହି ଯାତ୍ରା ଆରମ୍ଭ ହୋଇଥିବା ଅନୁମାନ କରାଯାଏ।
ବାଲିଯାତ୍ରା
ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାରେ ପ୍ରବଳ ଜନସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |
ଉତ୍କଳୀୟ ନୌବାଣିଜ୍ୟ ଏବଂ ବାଲିଯାତ୍ରା
ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା । ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାରେ ରୋମାଞ୍ଚ କରିଦେଇଛି । ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣ୍ଣିମ ଅଧ୍ୟାୟର ସ୍ମୃତି ଆଜିବି ଗୁଂଜରିତ ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ର ।
ଇତିହାସ ଏବଂ ବ୍ୟୁତ୍ପତିଗତ ବ୍ୟାଖ୍ୟା
ବାଲି ଅର୍ଥାତ୍ ଅଧୁନା ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଓ ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦରେ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ବାଣିଜ୍ୟିକ ପେଣ୍ଠସ୍ଥଳୀ ଭାବେ ପରିଗଣିତ ହେଉଥିଲା । ଏଣୁ ଏଭଳି ନାମକରଣ କରାଯାଇଛି ବୋଲି ଅନୁମାନ କରାଯାଏ । ଅନ୍ୟମତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଉଚ୍ଚାରିତ ଆକାମାବୈ ଶବ୍ଦ ବର୍ଷର ମୁଖ୍ୟ ଚାରିମାସ ଯାହା *ଯଥା :-ଆଷାଢ, କାର୍ତ୍ତକ,ମାର୍ଗଶୀର ଏବଂ ବୈଶାଖା ; ସେଥିରେ ଧର୍ମ କର୍ମ ସମୂହ ତଥା ଇଶ୍ୱର ଉପାସନା କରିବାକୁ ଦର୍ଶାଏ । ସଂପୃକ୍ତ ଲୋକବାଣୀଟି କିଛି ଏହିଭଳି :-
ଅକାମାବୈ, ପାନ ଗୁଆ ଖାଇ, ପାନ ଗୁଆ ତୋର, ମାସକ ଧର୍ମ ମୋର
ବର୍ତ୍ତମାନର ଇତ୍ତିବୃତ୍ତି
ବର୍ତ୍ତମାନ କଟକ ସହରରେ ଏବଂ ପାରମ୍ପରିକ ଉତ୍ସବଭାବେ ବାଲିଯାତ୍ରା ଉତ୍ସବ ପାଳନ ହେଉଛି । ଅନେକ ବ୍ୟବସାୟୀ ବାଣିଜ୍ୟମେଳାରେ ଅଂଶଗ୍ରହଣ କରି ନିଜର ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଅଛି ଜଉଥିରେ ସ୍ଥାନୀୟ କଳାକାର ନିଜର ଗାନ୍ଧର୍ବ କଳା ପ୍ରଦଶିତ କରି ଅନେକ ପ୍ରଶଂସା ସାଉଁଟିବା ସହ ଦେଶ ବିଦେଶରେ ପରିଚିତ ହେଉଛନ୍ତି ।ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱ ଷ୍ଟଲ ବସାଯାଇ ହସ୍ତଶିଳ୍ପ,କାରୁକାର୍ଯ୍ୟ, ପାରମ୍ପାରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରିହୁଏ ।ଆଉ ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଲୁଦମ୍ ବ୍ୟଞ୍ଜନଟି ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତୀୟମାନ ହୁଏ ଯେ, କେବଳ ଏଥିନିମନ୍ତେ ଉତ୍ସବଟି ଆୟୋଜିତ ହେଇଅଛି । ଅନେକ ପ୍ରତିଭାଙ୍କ ସମ୍ବର୍ଦ୍ଧନା ମଧ୍ୟ ଦିଆହୁଏ
ଆକାଶଦୀପ ଓ ଉତ୍କଳ ନୌବାଣିଜ୍ୟ—–,
ପ୍ରାଚୀନ କଳିଙ୍ଗପୁତ୍ର ବେପାରବାଣିଜ୍ୟ କରିବାପାଇଁ ବୋଇତନେଇ ସମୁଦ୍ରରେ ଏହି କାର୍ତ୍ତିକମାସରୁ ନିଜର ଯାତ୍ରା ଆରମ୍ଭ କରୁଥିଲେ
ଆ କା ମା ବୈ ଏହି ପରମ୍ପରାର ବାର୍ତ୍ତା ପ୍ରଚାର କରିଥାଏ ।
ଉତ୍କଳ ନୌବାଣିଜ୍ୟ ନିମନ୍ତେ ବର୍ଷ ଶେଷ ଏହି ମାସର ପୂବେଇ ପବନ ହିଁ ବିଶେଷ ସହାୟକ ହୋଇଥାଏ ।
୧୫ଶ ଶତାବ୍ଦୀରେ ରଚିତ “ଆଦ୍ୟମାର୍ଗଶୀର_ଶିଶିରେ ଶୀତ ସାରସ୍ଵତ ରଚନା ଏହାର ପ୍ରମାଣ ।
ପରବର୍ତ୍ତୀ ସମୟରେ ଏହି ମାଟିରେ କିପରି ଆଦ୍ୟ ମାସ ରୂପେ ଚୈତ୍ରମାସକୁ ଗ୍ରହଣ କରାଗଲା, ତାହା ବି ଆଜିର ଏକ ଅସମାହିତ ପ୍ରଶ୍ନବାଚୀ ।
ଶେଷ ମାସ କାର୍ତ୍ତିକ ଓ ଆଦ୍ୟ ମାସ ମାର୍ଗଶିର ହିଁ ଏହିମାଟିରୁ ସୌଦାଗରପୁଅ ବିଦେଶ ନିମନ୍ତେ ଯାତ୍ରା କରିବାର ପରମ୍ପରା ବହୁକାଳୁ ଚଳିଆସିଥିଲା ।
ସେହି ସମୟରେ ଅଖଣ୍ଡ କଳିଙ୍ଗରେ ପ୍ରବାହିତ ସମସ୍ତ ନଦୀ ଓ ଉପନଦୀ ସହିତ ଶାଖାନଦୀ ଓ ନୟନଯୋରି ବି ସୁନାବ୍ୟା ଥିବା ଜଣାଯାଏ ।
ଏଥିସହିତ ଅନେକ ଜନବସତି ଏହି କୂଳେକୂଳେ ଗଢିଉଠିଥିବା ହେତୁ ବଣିଜଯାତ୍ରାରେ ଯାଉଥିବା ବ୍ୟବସାୟୀଙ୍କୁ ରାତ୍ରିକାଳୀନ ସୂଚନା ଦେବା ନିମନ୍ତେ ନିଜର ଜନବସତିରେ କାର୍ତ୍ତିକରେ ଦିଆଯାଉଥିବା ଆକାଶଦୀପ ସେହି ସମୟରେ ଏକଏକ ଛୋଟ ବତୀଘର ପରି ସହାୟକ ହେଉଥିଲା ।
ଆଜିବି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରର ଚୂଡାରେ ପ୍ରଦାନ ହେଉଥିବା ଅଖଣ୍ଡପ୍ରଦୀପର ଆଲୋକଶିଖା ସେମାନଙ୍କ ସେହି ସମୟରେ ସମୁଦ୍ରରେ ଯାତ୍ରା କରୁଥିବା ବଣିକଙ୍କୁ ଅନ୍ଧାରରେ ମାର୍ଗ ସୂଚିତ କରିବା ସୁନିଶ୍ଚିତ, ଏହାକୁ ଅସ୍ବୀକାର କରାଯାଇନପାରେ।
ଏହି ଦୃଷ୍ଟିରୁ ଶ୍ରୀମନ୍ଦିର ହିଁ କାହିଁ କେତେକାଳୁ ଏକ ବତୀଘର ପରି ମାର୍ଗ ଦର୍ଶାଇବାରେ ସହାୟକ ହୋଇଆସୁଛି ।
ସାହାସୀ ତ୍ରିକଳିଙ୍ଗ, କଣପାଇଁ ପରବର୍ତ୍ତୀ ସମୟରେ ଏକ ପର ପାକ ଖିଆ ଜାତିରେ ବଦଳି ଯାଇଥିଲା, ଏଯାଏଁ ଏହାର ଉତ୍ତର ଆମ ସଭିଙ୍କ ପାଇଁ ଅବୋଧ୍ୟ ହୋଇରହିଛି ।କୁମାରପୂର୍ଣ୍ଣିମା ଉତ୍ସବର ମୁଖ୍ୟ ଆଭିମୁଖ୍ୟକୁ ଆମେ ଭୁଲିଯାଇ ଏହାର ପଶ୍ଚାତରେ ଥିବା ଗୋଟିଏ ଦୁର୍ଦ୍ଧଷ ଜାତିର ଗୌରବମୟ ଇତିହାସକୁ ଯଦି ଆମେ ନଜାଣିବା, ତେବେ ଆମରି ପରିଚୟକୁ ଆମେ ହିଁ ଧୂଳିରେ ମିଶାଇବା ପାଇଁ ଯଥେଷ୍ଟ, ଏହା ଧ୍ରୁବସତ୍ୟ ।।
ପ୍ରାଚୀନ ଓଡିଶାର ବନ୍ଦର ତାମ୍ରଲିପ୍ତି Tamralipti, ପାଲୁର Palur, ଚିଲିତଳ (ମାଣିକପାଟଣା) Chelitalo (identified with Manikpatna), ଖଲିକଟାପାଟଣା Khalkatapatana, and Kalingapatnam.କଳିଙ୍ଗ ପାଟଣା। Gopalpur, sonpur ଗୋପାଳପୁର, ସୋନପୁର
