ସରକାରୀ ଅଫିସ୍ ର ଗୋଟିଏ କୋଣରେ ତାଙ୍କ ସିଟ୍। ବାଁ କଡ଼ କାନ୍ଥକୁ ଲାଗି ଥାକ ଥାକ ଫାଇଲ୍। ତା ପାଖକୁ ପ୍ରସୂନ ମହାପାତ୍ରଙ୍କ ଟେବୁଲ୍। ଗୋଟିଏ ଡେସ୍କଟପ୍, ଗୋଟିଏ ପେନ୍ ଷ୍ଟାଣ୍ଡ, ଥାକେ କାଗଜ ଆଉ ଦୁଇଟି ପେପରୱେଟ୍ ଥାଏ ତାଙ୍କ ଟେବୁଲରେ। କୀବୋର୍ଡରେ କ୍ଷୀପ୍ରଗତିରେ ଚାଲେ ତାଙ୍କ ଆଙ୍ଗୁଳି। ଏତେବଡ଼ ଅଫିସ୍ ରେ ସେ ଏକମାତ୍ର ଅଦ୍ଭୁତ ଜୀବ। ପ୍ରାୟ ତିରିଶ ବର୍ଷ ଚାକିରିରେ ଗୋଟିଏ ବି ପ୍ରମୋସନ କି ଟ୍ରାନ୍ସର୍ଫ ନେଇ ନାହାନ୍ତି। କେବେ କାହା ସହିତ କଥା ହୁଅନ୍ତିନି। ନିଜକାମ ଭଲ ତ ସେ ଭଲ। ଲ୍ ଟାଇମରେ କ୍ୟା[ିନର କୋଣିକିଆ ଟେବୁଲରେ କେବଳ ତାଙ୍କର ଏକଚାଟିଆ ଅଧିକାର। କେହି ଯୋଗ ଦିଅନ୍ତିନି ତାଙ୍କ ସହିତ। ମୋଟାମୋଟି ଭାବେ ସେ ଜଣେ ଏକଲା ମଣିଷ। ସମୟ ବିଗଲେ ଖବରକାଗଜରେ ମୁହଁ ଗୁଞ୍ଜିଦେଇ ହଜିଯାଆନ୍ତି ତା ଭିତରେ। ତାଙ୍କ ମୁହଁରେ କେବେ ହସଧାରେ ଉକୁଟିନି। ତାଙ୍କ ନାଆଁରେ ପଛରେ ସମସ୍ତେ ଗପନ୍ତି, ଥଟ୍ଟାତାମସା କରନ୍ତି। ତାଙ୍କୁ ନାଁଟିଏ ବି ଦେଇଛନ୍ତି। ଶୂନ୍ ମହାପାତ୍ର ବୋଲି ପଛରେ ନାନା ଆଲୋଚନା ହୁଏ ତାଙ୍କ ନାଁରେ। ସମସ୍ତଙ୍କ ପାଇଁ ରହସ୍ୟମୟ ଲୋକଟିଏ ସେ। ଛୋଟ କ୍ଵାଟର୍ସଟିରେ ଏକୁଟିଆ ରୁହନ୍ତି। କାନ୍ଧରେ ବ୍ୟାଗଟିଏ ପକେଇ ଡଗଡଗ ହୋଇ ଚାଲି ଆସନ୍ତି ଅଫିସ୍। ବ୍ୟାଗରେ ଚଷମା, ପାଣିବୋତଲ ଆଉ ଟିଫିନ୍ ବକ୍ସଟିଏ ଥାଏ। ପ୍ରତିଦିନ କ୍ୟା[ିନରେ ବସି ରୁଟି, ଭଜା ଖାଆନ୍ତି। ଶେଷରେ ଗରମକ୍ଷୀର ଗ୍ଲାସଟିଏ ମଗେଇ ପିଅନ୍ତି। ବାକି ସହକର୍ମୀମାନେ ଟୁପଟାପ୍ କଥା ହୁଅନ୍ତି, ଶୁଖିଲା ରୁଟି ଆଉ ଭଜା ଶୂନ୍ ମହାପାତ୍ରର ତ[ିରେ କେମିତି ଗଳେ କେଜାଣି !
ସେ କାହାର ଭଲମନ୍ଦରେ କେବେ ନଥାନ୍ତି। ନିଜ ଦୁନିଆଁରେ ସେ ମସଗୁଲ୍ ରୁହନ୍ତି। ସେଦିନ ସେକେଣ୍ଡ ଆୱାରରେ ଅଫିସ୍ ଛୁଟି ହେବାକୁ ଆଉ ଦେଢ଼ଘ[ା ବାକି ଥାଏ। ସେ ଲକ୍ଷ୍ୟ କଲେ ତାଙ୍କର ଜଣେ କନିଷ୍ଠ ସହକର୍ମୀ ଦୀନେଶ୍ ଭାରି ଅସ୍ଥିର ଜଣା ପଡୁଥିଲା। ତା ବୟସର ତିନିଜଣ ତାକୁ ଘେରିଯାଇ ପଚାରୁଥାନ୍ତି, କଣ ହେଇଛି, କାହିଁକି ଏତେ ଅସ୍ଥିର ?
ସେ ଭାରି ଜୋରରେ ରାଗିଯାଇ ବଡ଼ପାଟିରେ କହୁଛି, ଆରେ ଭାଇ, ମୁଁ ତ ମନାକଲି ବାହାସାହା ହେବିନି ବୋଲି। ମାଆ ରଖେଇବସେଇ ଦେଉନି। ସବୁବେଳେ ସେଇ ଗୋଟିଏ କଥା….ଘରକୁ କେବେ ବୋହୂ ଆଣିବୁ।
ତାକୁ ତା ସାଙ୍ଗ ତିନିହେଁ ଯେତିକି ବୁଝାଉଛନ୍ତି, ସେତିକି ଚିଡ଼ିଯାଉଛି ସେ। ଶେଷରେ ମହାପାତ୍ରବାବୁ ନିଜ ସିଟରୁ ଉଠିଯାଇ ଦୀନେଶ୍ ପାଖକୁ ଗଲେ। ଚଉବନବର୍ଷ ବୟସ୍କ ମହାପାତ୍ରବାବୁଙ୍କୁ ଦେଖି ବାକି ତିନିଜଣ ଟିକିଏ ଘୁିଗଲେ। ପଛରେ ଯିଏ ଯାହା କହିଲେ ବି ସାମ୍ନାରେ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି। ସେ ଯାଇ ବସିପଡ଼ିଲେ ଦୀନେଶର ଠିକ୍ ସାମ୍ନା ସିଟରେ। ସିଧା ଚାହିଁଲେ ତା ମୁହଁକୁ। ପାଣି ଗ୍ଲାସଟିଏ ତା ଆଡ଼କୁ ବଢ଼େଇଦେଲେ। ଢକଢକ କରି ଗିଲାସେ ପାଣି ପିଇଗଲା ଦୀନେଶ୍। ମହାପାତ୍ରବାବୁଙ୍କୁ ଖୁବ୍ ପାଖରେ, ନିଜ ସାମ୍ନାରେ ଦେଖି ଶଙ୍କିଗଲା ସେ। ଯାହାକୁ କେବେ କେହି ହସିବାର କି କଥା କହିବାର ଦେଖିନାହାନ୍ତି, ସେ ପୁଣି ଦୀନେଶର ଟେବୁଲ୍ ପାଖରେ ! ଦୀର୍ଘ ନୀରବତା ପରେ ଝଡ଼ଟିଏ ଆସୁଛି କି । ଦୀନେଶର ଭାବନାର ଖିଅ ପରେ ଖିଅ ଲମ୍ଵି ଚାଲିଥାଏ। କିନ୍ତୁ, ସେ କୌଣସି ନିଷ୍କର୍ଷରେ ପହି ପାରୁନଥାଏ। କିଛି ସମୟର ନିରବତା ପରେ ସେ କହିବା ଆରମ୍ଭ କଲେ…
- ଯୁଦ୍ଧଭୂମିରେ ପ୍ରବେଶ ପୂର୍ବରୁ ନିଧନର ଭୟ ! କି ପୁରୁଷପିଲା ହେଇଛ ହୋ ! ଯୁଦ୍ଧକୁ ଯାଅ। ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୁଅ। ଯଦିବା ମୃତ୍ୟୁ ହୁଏ, ବୀରଗତି ପ୍ରାପ୍ତ ହେବ।
ଦୀନେଶ୍ ହାଁ କରି ଚାହିଁଥାଏ। ପାଖରେ ଥିବା ଯୁବ ସହକର୍ମୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି। ସବୁବେଳେ ଚୁପ୍ ରହୁଥିବା ମହାପାତ୍ରବାବୁଙ୍କୁ ଯେମିତି ପ୍ରଥମକରି କିଛି କହିବାର ସୁଯୋଗ ମିଳିଛି। ସେ କହିବା ଆରମ୍ଭ କଲେ… - ଜୀବନକୁ ଭଲକରି ଜୀଇଁବାର ଅବସରଟିଏ ଦିଅ। ପ୍ରଥମେ କୁହ, କାହିଁକି ବିବାହ କରିବାକୁ ଚାହୁଁନାହଁ।
ଥତମତ ହୋଇ ଦୀନେଶ୍ କହିଲା… - ଯାହାକୁ ନେଇ ବିବାହର ସ୍ଵପ୍ନ ଦେଖିଥିଲି, ସେ ନିଜ ସୁବିଧାରେ ଆଉ ଜଣଙ୍କୁ ବାହା ହୋଇଗଲା। ମୋର ଆଉ ନାରୀଜାତି ଉପରେ ବିଶ୍ବାସ ନାହିଁ।
- ଆଚ୍ଛା ! ଜଣକ ପାଇଁ ସମ୍ପୂର୍ଣ୍ଣ ନାରୀ ଜାତି ଅବିଶ୍ବସ୍ତ ? ତୁମ ମାଆ ଆଉ ଭଉଣୀ ବି ତ ନାରୀ। ତାଙ୍କୁ ଅବିଶ୍ବାସ କରିପାରିବ?
ଛେପ ଢୋକିଲା ଦୀନେଶ୍। ବାକି ତିନିଜଣ ଫୁସ୍ ଫୁସ୍ ହୋଇ କଥାହେଲେ, ଶୂନ୍ ମହାପାତ୍ରଙ୍କ ହାବୁଡ଼ରେ ପଡ଼ିଛି। ଯିବ କୁଆଡ଼େ!
ମହାପାତ୍ରବାବୁ ଟିକିଏ ରହି ପୁଣି କହିବା ଆରମ୍ଭ କଲେ… - ଦେଖ, ବାବୁ ! ଜୀବନରେ ପ୍ରତି ପାଦରେ ଆମକୁ ପରୀକ୍ଷାକୁ ସାମ୍ନା କରିବାକୁ ହୁଏ। ସେସବୁ ପରୀକ୍ଷାରେ କିପରି ଉନ୍ନୀର୍ଣ୍ଣ ହେବା, ତାହା ନିଜ ଉପରେ ନିର୍ଭର କରେ। ତୁମକୁ ଯଦି କେହି ଧୋକାଦେଇ ଆଗକୁ ଯାଇପାରିଲା, ତୁମେ ବି ତୁମ ରାସ୍ତାରେ ଆଗେଇଯାଅ। ଅଟକିଯିବା ମୂର୍ଖାମି। ମୁଁ ଯେଉଁ ଭୁଲ୍ କରିଛି, ସେ ଭୁଲ୍ ଆଉ କେହି ନକରନ୍ତୁ। ତାଙ୍କ କଥା ଶୁଣି ଧୀରେ ଧୀରେ ଟେବୁଲ୍ ଚାରିପଟେ ଭିଡ଼ ବଢ଼ିଲା। ଶୂନ୍ ମହାପାତ୍ରଙ୍କ ଜୀବନର କେତେବଡ଼ ଶୂନ୍ୟସ୍ଥାନ, ସେକଥା ଜାଣିବାକୁ ସହକର୍ମୀମାନେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ସେଦିନ ମହାପାତ୍ରବାବୁ ଓଠ ଚାପି ଟିକିଏ ହସିଦେଲେ। ବଡ଼ ରହସ୍ୟମୟ ଲାଗୁଥାଏ ତାଙ୍କ ହସ। କେବେ ହସୁନଥିବା ଲୋକଟିଏ ଯେବେ ହସିଦିଏ, ଆଖପାଖରେ ବି ମହକ ଖେଳିଯାଏ। କାହିଁକି କେଜାଣି ସେଇ ମୁହୂର୍ନ୍ନରୁ ମହାପାତ୍ରବାବୁ ସମସ୍ତଙ୍କୁ ଭଲ ଲାଗିଲେ।
ସେ ଟେବୁଲ୍ ଉପରୁ ପାଣିବୋତଲ ନେଇ ଢୋକେ ପିଇଦେଇ ଆରମ୍ଭକଲେ… - ସେ ସମୟରେ ମାଟ୍ରିକରେ ସାରାରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରି ବାପା-ମାଆଙ୍କ ସହିତ ଆମ ଗାଁର ଗୌରବ ପାଲଟିଥିଲି ମୁଁ। କଲେଜରେ ପଢ଼ିଲା ବେଳେ ସହପାଠିନୀ ଜୟା ସହିତ ପରିଚୟ, ବନ୍ଧୁତା ଓ ପ୍ରେମ। ପ୍ରେମର ଅନୁଭବ ସବୁ ସମୟରେ ସତେଜ। ଯୁବା ବୟସରେ ପ୍ରେମକୁ ନେଇ ମନରେ ଯେତିକି ପୁଲକ ଥିଲା, ଏବେ ବି ତାହା ସେତିକି ସତେଜ ଅଛି।
କଲେଜ ସାରି ଦୁହେଁ ପିଜି କରିବାକୁ ଗଲୁ ବିଶ୍ବବିଦ୍ୟାଳୟ। ଖୁବ୍ ଖୁସିର ସମୟ ଥିଲା ସେଇ କିଛି ବର୍ଷ। ହେଲେ ଭାଗ୍ୟ ଯାହାର ବାମ ହେବ, ତା ପାଖକୁ ମଣିକା*ନ ଆସି ମଧ୍ୟ ଦୂରେଇଯିବ। ବିଧାତାର ପ୍ରଥମ ଏବଂ ବଳିଷ୍ଠ ପ୍ରହାର ପଡ଼ିଲା ମୋ ଉପରେ। ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଲି। ଡାଚ୍ଛର ଭଲ ଭାବରେ ପରୀକ୍ଷାନିରୀକ୍ଷା କରି କହିଲେ…
ସେତିକି କହି ଅଟକିଗଲେ ମହାପାତ୍ରବାବୁ। ସତେ ଯେମିତି ବହୁଥିବା ସ୍ନିଗ୍ଧ ସମୀରଣ ଅଟକିଗଲା। ହଲ୍ ଭିତରେ ଅଖଣ୍ଡ ନିରବତା। ଦୀନେଶ୍ ଧୈର୍ଯ୍ୟହରା ହୋଇ କହି ପକାଇଲା… - କଣ କହିଲେ ଡାଚ୍ଛର ? କୁହନ୍ତୁ ପ୍ଲିଜ୍।
ତଳକୁ ମୁହଁକରି ବସିଥିବା ମହାପାତ୍ରବାବୁ ବେକଭାଙ୍ଗି ଉପରକୁ ଚାହିଁଲେ । ଛାତକୁ ଚାହିଁ କହିଲେ… - ମୃତ୍ୟୁର ପରୱାନା। ବେଶିରେ ବେଶି ଆଉ ସାତ/ଆଠ ବର୍ଷ ମୋର ଆୟୁକାଳ ବୋଲି କହିଦେଲେ। ସେ ରୋଗରେ ଅତିବେଶିରେ ତିରିଶି ବର୍ଷ ବନ୍ତି ରୋଗୀ। ମୋ ସହପାଠୀର ବାପା, ଡାକ୍ତର ମିଶ୍ରଙ୍କ କଥାକୁ ଅବିଶ୍ବାସ କରିବାର କିଛି କାରଣ ନଥିଲା। ସେଥି ପାଇଁ ମୁଁ ସେକେଣ୍ଡ ଓପିନିଅନ୍ ବି ନେଲିନି। ସେଦିନ ବେଶ୍ ହାଲୁକାଭାବେ ଡାକ୍ତରଙ୍କୁ କହିଲି, ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ….। ଆଜ୍ଞା, ଏ ଆତ୍ମା ଥିବ କେତେ ଶରୀରରେ ଆତଯାତ ହେବ। ଡାଚ୍ଛରବାବୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି। ଏତେ ସହଜରେ କଣ କେହି ମୃତ୍ୟୁକୁ ଗ୍ରହଣ କରିପାରେ ! ମୁଁ ସେଦିନ ମୃତ୍ୟୁପରି ଏକ ଅସହ୍ୟ ଯନ୍ତ୍ରଣାକୁ ଗ୍ରହଣ କରିନେଲି ସତ, ମୋ ମନରୁ ସବୁ ସରାଗ ସରିଗଲା। ପଢ଼ିବାର ଇଚ୍ଛା, ଆଗକୁ ବଢ଼ିବାର ଇଚ୍ଛା…ସବୁ ଜଳିପୋଡ଼ି ଛାରଖାର ହୋଇଗଲା। ମୋ ସ୍ଵପ୍ନର ନନ୍ଦନବନ ଧ୍ଵଂସ ହୋଇଗଲା। ପାଠପଢ଼ାରେ ଅବହେଳା ହେଲା। ସେଥିପାଇଁ ଭଲ ଚାକିରୀ ବି ମିଳିଲାନି। ହେଲେ ଜୟାକୁ କଣ କହିଥାଆନ୍ତି ? ତାକୁ ବଡ଼ ରୁକ୍ଷ ଭାବରେ ଅନ୍ୟତ୍ର ବିବାହ କରିନେବାକୁ କହିଲି। କାନ୍ଦିକାନ୍ଦି ଲୋଟିପଡ଼ିଲା ସେ। ତଥାପି ମୋ ହାତ ଛାଡ଼ିବାକୁ ପ୍ରସ୍ତୁତ ନଥିଲା । ମୁଁ ପଥର ପାଲଟିଗଲି। ତା ମୁହଁ ଚାହିଁଲିନି। ଫେରିଗଲା ଜୟା। ସେମିତିରେ ଜୟା ହେଉ ବା ଆଉ ଯିଏ ବି ହେଉ, ବିବାହ କରି ଅବୟସରେ ତାକୁ ବୈଧବ୍ୟର ଯନ୍ତ୍ରଣା ଭିତରକୁ କେମିତି ଠେଲି ଦିଅନ୍ତି ! ମାଆ ଆଶା ବାନ୍ଧିଥିଲା ତାର ଏକମାତ୍ର ପୁଅର ଦୋଳମୁକୁଟ ବାନ୍ଧିବାକୁ। ତା ପାଖରେ ମଧ୍ୟ ନିଷ୍ଠୁର ପାଲଟିଗଲି। ସେମାନେ ମୋ ମୃତ୍ୟୁକୁ ସହଜରେ ଗ୍ରହଣ କରିନେବାକୁ ମାର୍ଗ ପ୍ରସ୍ତୁତ କଲି। ଦୂରେଇଗଲି ମାଆ-ବାପା-ପରିବାର ଓ ଗାଁଠାରୁ। ସାଙ୍ଗସାଥି ସମସ୍ତଙ୍କୁ ଛାଡ଼ିଦେଲି। ଏକୁଟିଆ ହୋଇଗଲି। ସମ୍ପୂର୍ଣ୍ଣ ଏକୁଟିଆ। ଏକାନ୍ତରେ ମୃତ୍ୟୁକୁ ଅପେକ୍ଷା କଲି। ଦିନେ କି ଦୁଇଦିନ ନୁହେଁ। ପ୍ରତେ୍ୟକ ରାତିରେ ସେ ମୋତେ ଡରାଏ। ହଠାତ୍ ନିରନ୍ଧ୍ର ଅନ୍ଧକାର ଭିତରେ ଧାରେ ଆଲୁଅ ଛିଟିକି ପଡ଼େ। ନିଦ ଭାଙ୍ଗିଯାଏ। କିଏ ଯେମିତି ଛାତରୁ ଖଟ ଆଡ଼କୁ ମାଡ଼ି ଆସେ। ଅଦ୍ଭୁତ ବିକଟାଳ ତାର ହସ। ଯେତିକି ପାଖେଇ ଆସେ, ସେତିକି ଭୟଙ୍କର ଦେଖାଯାଏ। ତାର ବଳିଷ୍ଠ ଏବଂ ଲୋମଶ ଦୁଇହାତ ଲମ୍ଵିଆସେ ମୋ ବେକ ଆଡ଼କୁ। ଓଃ….ଲାଗେ ସେହିକ୍ଷଣି ତ[ି ଚିପି ହତ୍ୟା କରିଦେବ ସେ। ଭୟରେ ଆଖି ବନ୍ଦ ହୋଇଯାଏ। କିଏ ସେ ! କାହିଁକି ମାରିବ ମୋତେ ! ଏତିକି କଥା ବୁଝି ପାରେନା ମୁଁ। ଡରି ଡରି ଆଖି ଖୋଲିଲା ବେଳକୁ ଆଉ କେଉଁଠି କିଛିନଥାଏ। ପୁଣି ସେଇ ଘନ ଅନ୍ଧକାର। ଶୋଇବାକୁ ଚେଷ୍ଟା କରେ। ଏମିତି କେତେରାତି ଅନିଦ୍ରା ରହିଛି । ମୃତ୍ୟୁଭୟ ନିଦ୍ରା ହରଣ କରିନେଇଛି । ମୁଁ ଭାବୁଥିଲି, ଖୁବ୍ ଶୀଘ୍ର ସରିଯିବ ମୋର ଆୟୁଷ। ମରିଯିିବି ମୁଁ। କେବେକେବେ ଭାରି ଚିଡ଼ିମାଡ଼େ । ମରିବାର ଅଛି ତ, ଏବେ ମରିଯାଆନ୍ତି। ଏମିତି ମରିମରି ବିବାକୁ କଣ ବିବା କୁହାଯାଏ ! ମୃତ୍ୟୁଭୟ ଯେତେଯେତେ କବଳିତ କରୁଥିଲା, ଭିତରେ ଭିତରେ ସମାନ୍ତରାଳ ଭାବେ ବିବାର ମୋହ ବଢୁଥିଲା।
ମୃତ୍ୟୁଠାରୁ ଅଧିକ ଯନ୍ତ୍ରଣାଦାୟକ ଏ ଅପେକ୍ଷା। ପ୍ରତିରାତିରେ ମୋତେ ମୃତ୍ୟୁଭୟ କବଳିତ କରେ। କେତେବେଳେ ଟିକିଏ ଅସୁସ୍ଥ ହେଲେ ଲାଗେ, ମୃତ୍ୟୁ ଆସି କବାଟ ବାଡ଼େଇଲା। ଏଇ ଭାବନାରୁ ମୋ ହାବଭାବ ବଦଳିଗଲା। କାହା ସହିତ ଘନିଷ୍ଠତା ବଢ଼େଇ ପାରିଲିନି। କେବଳ ଘରୁ ଅଫିସ୍ ଏବଂ ଅଫିସରୁ ଘରକୁ ଯାଏ। ସଙ୍କୁଚିତ ହୋଇଗଲା ମୋ ପୃଥିବୀ। ଏକା ଏକା ଅକାରଣରେ ଭୟାର୍ନ୍ନ ଜୀବନଟିଏ କାଟିଦେଲି। ମଝିରେ ମଝିରେ ଅସୁସ୍ଥ ହୋଇ ପଡୁଥିଲି। ହେଲେ କିଛିଦିନ ଭିତରେ ବାହାରି ଆସୁଥିଲି ସେ ଅସୁସ୍ଥତାରୁ। କେତେକଣ ହରେଇଲି। ପିତାମାତାଙ୍କର ସାନିଧ୍ୟରୁ ବ*ିତ ହେଲି। ଜୟା, ଯିଏ ମୋ ହୃଦୟରେ ରାଣୀ ହୋଇ ରାଜୁତି କରୁଥିଲା, ତାକୁ ଦୂର କରିଦେଲି। କେତେକେତେ ବର୍ଷା-ବୈଶାଖ-ବସନ୍ତ ଅତିକ୍ରାନ୍ତ ହେଲା, ମୁଁ କିଛି ଭୋଗି ପାରିଲିନି। ଏପରିକି ଚଢ଼େଇଙ୍କ କିଚିରିମିଚିରି ବି ମୋତେ ମୁଗ୍ଧ କରି ପାରିଲେନି। ଫୁଲର ସୁବାସରେ ମୋହିତ ହୋଇ ପାରିଲିନି। ତୁଚ୍ଛ ଜୀବନଟେ ଜୀଇଁଲି।
ଥରେ ସ୍ଵାମୀ ଶିବାନନ୍ଦଙ୍କର ବହିଟିଏ ଏଇ ଅଫିସ୍ରେ ପାଇଲି। କାହାର, କିଏ ଆଣି ମୋ ଟେବୁଲ୍ ଉପରେ ରଖିଥିଲା…ମୁଁ କିଛି ଜାଣିନି। କୌତୂହଳରେ ବହିଟି ଖୋଲିଲି। ପ୍ରଥମପୃଷ୍ଠା ପଢୁ ପଢୁ ଆଗକୁ ପଢ଼ିବାକୁ ଆଗ୍ରହ ବଢ଼ିଲା। ବହିପତ୍ରକୁ ମୋ ଏକୁଟିଆପଣର ଏକମାତ୍ର ସାଥି ଓ ସାକ୍ଷୀ କରିନେଲି। ବହୁତ ବହି ପଢ଼ିଲି। ଗୀତା-ଭାଗବତ ବି ମୁଖସ୍ଥ ହୋଇଗଲା।
ଏବେ ଏବେ ବୁଝୁଛି, ଶାନ୍ତିରେ ଶୋଇଯିବାକୁ କିଏ ଭଲନପାଏ। ମୃତ୍ୟୁ ଆଉ କଣ କି ? ଗୋଟିଏ ଦୀର୍ଘନିଦ୍ରା। ତା ବି ପରମ ଶାନ୍ତିରେ….। ତଥାପି ମରଣକୁ ଆମେ କାହିଁକି ଗ୍ରହଣ କରିପାରୁନା। ଜୀବନ ପ୍ରତି ଅହେତୁକ ମୋହ ହିଁ ଆମକୁ ସେଇ ଦୀର୍ଘନିଦ୍ରାକୁ ଭଲ ପାଇବାରୁ ଅଟକାଏ। ମୁଁ ଧୀରେ ଧୀରେ ଜନ୍ମ-ମୃତ୍ୟୁ ଚକ୍ରର ରହସ୍ୟ ବୁଝିବାକୁ ଲାଗିଲି। ଆଉ ଦେଖ, ମୁଁ ଏଯାଏଁ ମରିନି। ଚଉବନ ବର୍ଷ ବୟସ୍କ ମୁଁ ତୁମ ଆଗରେ ସଶରୀରେ ଉପସ୍ଥିତ…।
ଯଦି ଏତିକିକଥା ମୁଁ ସେତେବେଳେ ବୁଝି ପାରିଥାନ୍ତି, ମୋ ଜୀବନର ଗତି କିଛି ଭିନ୍ନ ହୋଇଥାନ୍ତା। ମୁଁ ବି ସାଧାରଣ ଜୀବନଟିଏ ଜୀଇଁଥାନ୍ତି।
ମହାପାତ୍ରବାବୁ ହସିଲେ….ପାକଳ ହସଟିଏ ଚହଟିଗଲା ତାଙ୍କ ମୁହଁରେ। ବୋତଲରୁ ଅଧବୋତଲେ ପାଣି ଢକଢକ କରି ପିଇଦେଲେ। ରୁମାଲରେ ମୁହଁକୁ ପୋଛିଦେଇ କହିଲେ… - ବୟସ ଗଡ଼ିଗଲା ବେଳକୁ ବେଶି ବେଶି ମନେପଡୁଛି ଜୟା। କଲେଜର ସବୁଠୁଁ ସରଳ ଝିଅଟି ଦୁଇଟି ଲମ୍ଵାବେଣୀ ବାନ୍ଧି ଛାତିରେ ବହିଖାତା ଜାକି ତଳକୁ ମୁହଁକରି କରିଡରରେ ଅତିକ୍ରମ କଲାବେଳେ ଆଖି ଫେରେଇ ହୁଏନି। ଏ ଶୀତଳ ଉପତ୍ୟକାରେ ଜୟା ଏବେ ବି ଏକ ଉଷ୍ମ ଆବେଦନ।
ଏତିକି କହିସାରି ଚୁପ୍ ହୋଇ ବସିଗଲେ ମହାପାତ୍ରବାବୁ। ତଥାପି ନିରବତା ବିରାଜୁଥିଲା ପୂରା ହଲରେ। ଦୀନେଶ୍ ନିଜ ସିଟରୁ ଉଠିଆସି ହାତ ବଢ଼େଇଦେଲା ମହାପାତ୍ରବାବୁଙ୍କ ଆଡ଼କୁ। ଛିଡ଼ା ହୋଇଗଲେ ସେ। ଜୋର୍ କରି ଜାବୁଡ଼ି ଧରିଲେ ଦୀନେଶର ହାତକୁ। ଦୀନେଶ୍ କହିଲା… - ସାର୍! ଆପଣଙ୍କ ଜୀବନରେ ଏତେବଡ଼ ଶୂନ୍ୟସ୍ଥାନ ଥିଲା, ଅଥଚ ଆମେ ଟିକିଏ ବି ଆଭାସ ପାଇନୁ।
- ଗୁଡ଼ାଏ ବହି ପଢ଼ିବା ପରେ ଜୀବନ ପ୍ରତି ମୋର ଆଭିମୁଖ୍ୟ ବଦଳିଗଲା। ସହଜ ହେବାକୁ ଚାହୁଁଥିଲି, ହୋଇପାରୁ ନଥିଲି। ଦୀନେଶର ଭୁଲ୍ ନିଷ୍ପନ୍ନି ଆଜି ମୋତେ ବାଧ୍ୟ କଲା କିଛି କହିବାକୁ। ପାଣ୍ଡୋରାର ପେଡ଼ି ଖୋଲିଗଲା ତୁମମାନଙ୍କ ସାମ୍ନାରେ। ମୁଁ ଭୁଚ୍ଛଭୋଗୀ। ମର୍ମେ ମର୍ମେ ଭୋଗିଛି ଏକୁଟିଆପଣର ପୀଡ଼ାକୁ। ତୁମେ ମଧ୍ୟ ବୁଝ, ଜୀବନ କେବଳ ଦୁଃଖର ମରୁବାଲି ନୁହେଁ…ସୁଖର ଶୀତଳ ଛାୟାପ୍ରଦ ଘ* ବନାନୀ ମଧ୍ୟ ହୋଇପାରେ।
ଦୀନେଶ୍ ଏବଂ ଅଫିସ୍ର ଅନ୍ୟ ସହକର୍ମୀମାନେ ମହାପାତ୍ରବାବୁଙ୍କର ଭିନ୍ନ ଏବଂ ପ୍ରଭାବଶାଳୀ ବ୍ୟଚ୍ଛିିତ୍ଵକୁ ପ୍ରଥମକରି ପ୍ରତ୍ୟକ୍ଷ କରୁଥିଲେ। ଦୀନେଶ୍ କହିଲା… - ସାର୍, ଆପଣଙ୍କୁ ଗୋଟିଏ ଅନୁରୋଧ…
ଆଉ ସେ କର୍ଣ୍ଣର ଟେବୁଲରେ ଏକୁଟିଆ ଲ*୍ କରିବେନି। ଆମ ସହିତ ମିଶି ଏକାଠି ଖାଇବେ।
ଅପେକ୍ଷାକୃତ ଖୋଲା ହସଟିଏ ଖେଳିଗଲା ମହାପାତ୍ରବାବୁଙ୍କ ଓଠରେ। ବେଶ୍ ସହଜ ଢଙ୍ଗରେ ସେ ଗାଇବାକୁ ଆରମ୍ଭ କଲେ… - ଜିନ୍ଦେଗୀ ହସନେ ଗାନେ କେ ଲିୟେ ହେ ପଲ୍….ଦୋ ପଲ୍…..
ସେଦିନ ଅଫିସ୍ର ଛୁଟି ହେବା ପରେ ଘରକୁ ଫେରୁଥିବା ଅନେକ ସହକର୍ମୀ ଗୁଣୁଗୁଣଉ ଥାଆନ୍ତି… ଜିନ୍ଦେଗୀ ହସନେ ଗାନେ କେ ଲିୟେ ହେ ପଲ୍….ଦୋ ପଲ୍…..
