ସମସ୍ତ ଶୁଭ ପର୍ବମାନଙ୍କ ମଧ୍ୟରୁ ଧନତେରସ୍ ଗୋଟିଏ ବିଶେଷ ଆନନ୍ଦ ଉହ୍ଲାସର ଦିନ — ଏହାକୁ ସୁଖ ସମୃଦ୍ଧି,ଓ ମା’ ଲକ୍ଷ୍ମୀଙ୍କ ଆଗମନର ପର୍ବ ଭାବେ ମନାଯାଏ।
ଏହି ବର୍ଷ ଧନତେରସ୍ ଶନିବାର, ୧୮ ଅକ୍ଟୋବର ୨୦୨୫ ତାରିଖରେ ପାଳନ କରାଯିବ। ଏହି ଦିନ ଭଗବାନ ଧନ୍ବନ୍ତରିଙ୍କ ଅବତାର ଦିବସ ଭାବେ ମଧ୍ୟ ଜଣାଯାଏ। ଭଗବାନ ଧନ୍ବନ୍ତରିଙ୍କ ସହ ମା’ ଲକ୍ଷ୍ମୀ, ଭଗବାନ କୁବେରଙ୍କୁ ମଧ୍ୟ ଏହି ଦିନ ପୂଜା ହୁଏ।
ଶୁଭ କ୍ରୟ ଓ ଶୁଭ ଫଳ:
ଧନତେରସ୍ରେ ସୁନା – ରୂପା କିଣିବାକୁ ଅତ୍ୟନ୍ତ ଶୁଭ ମନାଯାଏ। କିନ୍ତୁ ତାସହ ଆହୁରି ଅନେକ ସାମଗ୍ରୀ ଅଛି ଯାହା ଏହି ଦିନ କିଣିଲେ ମା’ ଲକ୍ଷ୍ମୀଙ୍କ କୃପା ମିଳେ।
ଗୋଟା ଧନିଆ – ମା’ ଲକ୍ଷ୍ମୀଙ୍କ ପ୍ରିୟ,
ଧନତେରସ୍ ଦିନ ଧନିଆ କିଣିବା ଅତ୍ୟନ୍ତ ଶୁଭ ମନାଯାଏ। ଏହି ଧନିଆକୁ ମା’ ଲକ୍ଷ୍ମୀଙ୍କ ପାଦପଦ୍ମରେ ଅର୍ପଣ କରନ୍ତୁ। ମାନ୍ୟତା ଅନୁସାରେ, ଏହିପରି କରିଲେ ମା’ ଲକ୍ଷ୍ମୀଙ୍କ କୃପା ବର୍ଷିତ ହୁଏ ଓ ଧନ ସମୃଦ୍ଧିର ଯୋଗ ବଢ଼ିଥାଏ। ପରବର୍ତ୍ତୀ ଦିନ ଏହି ଧନିଆକୁ ଅମାର ଘରେ କିମ୍ବା ଯେଉଁଠି ଟଙ୍କା ରଖନ୍ତି ଧନ ରଖିବା ସ୍ଥାନରେ ରଖିଦିଅନ୍ତୁ — ଏପରି କରିଲେ ଧନବୃଦ୍ଧି ହୁଏ।
ସୈନ୍ଧବ୍ୟ ଲୁଣ – ନକାରାତ୍ମକ ଶକ୍ତି ଅଟକାଇଥାଏ,
ଧନତେରସ୍ ଦିନ ଏହି ଲୁଣ କିଣିବା ମଧ୍ୟ ଶୁଭ ମନାଯାଏ। ଏହା ଘରକୁ ସୁଖ-ସମୃଦ୍ଧି ଓ ପଜିଟିଭ ଏନର୍ଜି ଆଣେ। ନକାରାତ୍ମକ ଶକ୍ତି ନିବାରଣ ପାଇଁ ଏକ ଲାଲ କପଡ଼ାରେ ସେଇ ଲୁଣକୁ ବାନ୍ଧି, ଘରର ପ୍ରଧାନ ଦ୍ୱାରରେ ପୂର୍ବ ଦିଗକୁ ଲଟକାଇ ଦିଅନ୍ତୁ। ଏହି ଉପାୟ ଘରକୁ ଅଶୁଭ ଶକ୍ତି ପ୍ରବେଶ କରିପାରେ ନାହିଁ।
ଓଁ ଚିହ୍ନ – ଧନ ଓ ସମୃଦ୍ଧିର ପ୍ରତୀକ,
ଧନତେରସ୍ ଦିନ ହଳଦୀ ଓ ଚାଉଳକୁ ପେଶି ତାହାର ପେଷ୍ଟ ଦ୍ୱାରା ଘରର ପ୍ରଧାନ ଦ୍ୱାରରେ “ଓଁ” ଚିହ୍ନ ଅଙ୍କନ କରନ୍ତୁ। ଏହିପରି କଲେ ଘରରେ ଧନ, ଶାନ୍ତି ଓ ମଙ୍ଗଳର ବାସ ହୁଏ।
ଧନତେରସ୍ ଏହା ମା’ ଲକ୍ଷ୍ମୀ ଓ ଧନ୍ବନ୍ତରିଙ୍କ ଆଶୀର୍ବାଦ ପାଇବାର ଶୁଭ ଅବସର। ନିଜ କ୍ଷମତା ଅନୁଯାୟୀ ଶୁଭ ସାମଗ୍ରୀ କିଣନ୍ତୁ, ଭକ୍ତିଭାବରେ ପୂଜା କରନ୍ତୁ, ଓ ଘରେ ଆଣନ୍ତୁ — ସୁଖ, ସମୃଦ୍ଧି ଓ ମା’ ଲକ୍ଷ୍ମୀଙ୍କ ଅନନ୍ୟ କୃପା।
ଓଁ ଶ୍ରୀମ୍ ମହାଲକ୍ଷ୍ମୀୟେ ନମଃ।
