ନୂଆଦିଲ୍ଲୀ,୧୮।୧୦ : ଚଳିତ ପାର୍ବଣ ଋତୁରେ ଭାରତକୁ ପ୍ରାରମ୍ଭିକ ଦୀପାବଳି ଉପହାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସାମ୍ପ୍ରତିକ ଜିଏସଟି ହାର ହ୍ରାସ ଦେଶବ୍ୟାପୀ କିଣାବିକା ଓ ବାଣିଜ୍ୟ କାରବାର ବୃଦ୍ଧି କରିଛି। ଏ ବର୍ଷର ନବରାତ୍ରିକୁ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ କ୍ରୟ ଉତ୍ସବରେ ପରିଣତ କରିଛି। ସେହିପରି ଭାରତର ସବୁଠାରୁ ସମୃଦ୍ଧ ଦୀପାବଳି ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି।
ସୂଚନାଯୋଗ୍ୟ ଯେ ମୁଦ୍ରାସ୍ଫୀତି ଗତ ୮ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସିପିଆଇ ମୁଦ୍ରାସ୍ଫୀତି ମାତ୍ର ୧.୫୪ ପ୍ରତିଶତ ପହଞ୍ଚିଥିବା ବେଳେ ଖାଦ୍ୟ ମୁଦ୍ରାସ୍ଫୀତି ନକାରାତ୍ମକ ହୋଇଛି। ଏହା ସାଧରଣ ପରିବାରଗୁଡିକୁ ବଡ ଉତ୍ସବ ପାଳନ କରିବାକୁ ଆର୍ଥିକ ସ୍ବାଧୀନତା ଦେଇଛି।
ଜିଏସଟି ସଞ୍ଚୟର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ବଢିବାରୁ ଡିଜିଟାଲ ପେମେଣ୍ଟ ଦଶଗୁଣ ବୃଦ୍ଧି ପାଇଛି। ସେହିପରି ୨୫୦୦ ଟଙ୍କାରୁ କମ୍ ପୋଷାକ ଉପରେ ଜିଏସଟି ହ୍ରାସ ପରେ ଅହମ୍ମଦାବାଦର ସୂତା କପଡା ଚାହିଦା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଭାରତର ଅଟୋମୋବାଇଲ ଶିଳ୍ପ ଗତ ଦଶଦ୍ଦି ମଧ୍ୟରେ ଏହାର ସର୍ବୋତ୍ତମ ନବରାତ୍ରିରେ ପ୍ରଦର୍ଶନ କରିଛି। ସେହିପରି ଇଲେକ୍ଟେ୍ରାନିକ୍ସ ସାମଗ୍ରୀ ବିକ୍ରି ୪୦-୫୦ ପ୍ରତିଶତ ବୃଦ୍ଧି ପାଇଛି। ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ବକ୍ରି ବଢିଛି।ଭାରତର ବଜାର ଭାବନା ଉପଭୋକ୍ତା ଉତ୍ସାହ ସହିତ ମେଳ ଖାଉଛି। ନିଫ୍ଟି ୫୦ ବିଗତ ୫୨ ସପ୍ତାହର ସର୍ବୋଚ୍ଚ ସ୍ତର ୨୫.୭୦୯ରେ ପହଞ୍ଚିଛି। ଏହି ୩ଟି ଅଧିବେଶନରେ ୨.୨ ପ୍ରତିଶତ ଲାଭ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର କେବଳ ଜିଏସଟି ହାର ହ୍ରାସ କରି ନାହାନ୍ତି, ବରଂ ଗ୍ରାହକଙ୍କ ମନୋବଳ ବୃଦ୍ଧି କରିଛନ୍ତି। ସର୍ବାଧିକ କ୍ରୟ ଅବଧି ପୂର୍ବରୁ ଦର ହ୍ରାସ କରିବାର ରଣନୀତିକ ସମୟ ନିର୍ଦ୍ଧାରଣ କରି ସରକାର ପ୍ରତ୍ୟେକ ଭାରତୀୟ ପରିବାରକୁ ଏହି ଋତୁରେ ଅଧିକ ସଞ୍ଚୟ ଏବଂ ନିଜର ପସନ୍ଦଯୋଗ୍ୟ ସମାଗ୍ରୀ କିଣିବାର ସୁଯୋଗ ଦେଇଛନ୍ତି। ଭାରତର ଅଭିବୃଦ୍ଧି କାହାଣି ଦୀପାବଳୀର ଆଲୋକ ଅପେକ୍ଷା ଅଧିକ ଉଜ୍ଜ୍ବଳ ହୋଇଛି।
