ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ଅନ୍ତର୍ଗତ ମାନବୀର ୟୁପି ସ୍କୁଲ ଠାରେ ସାନକୁଲେଇବିରା କ୍ଲଷ୍ଟରସ୍ତରୀୟ ଶିଶୁମହୋତ୍ସବ ` ସୁରଭି´ ୨୦୨୫ ଅନୁଷ୍ଠିତ ହୋଇଯାଇଛି I ମୁଖ୍ଯ ଅତିଥି ଭାବେ ପିଏମଏଏମ ହାଇସ୍କୁଲ ସଦ୍ଯ ଅବସରପ୍ରାପ୍ତ କଳାଶିକ୍ଷକ ଶ୍ରୀଯୁକ୍ତ ରତ୍ନାକର ଦାସ କାର୍ଯ୍ଯକ୍ରମକୁ ମା ସରସ୍ବତୀଙ୍କ ନିକଟରେ ଧୂପଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ I ବଣର ମାଳତୀ ବଣରେ ଫୁଟି ଆଉ ଝଡିଯାଉନାହିଁ , ଏହାର ସୁରଭି ଆଜି ସମାଜର ପ୍ରତିଟି ସ୍ଥାନକୁ ବିଛୁରିତ କରୁଛି ବୋଲି ମୁଖ୍ଯଅତିଥି ଶ୍ରୀଦାସ କହିଥିଲେ I ସିଆରସିସି ଶଙ୍କର ପାତ୍ର ସ୍ବାଗତଭାଷଣ ଓ କାର୍ଯ୍ଯକ୍ରମର ସାରାଂଶ ବର୍ଣ୍ଣନା କରିଥିଲେ I ଶ୍ରୀ ପ୍ରମନ ଶତପଥୀ ଅତିଥି ଓ ଅଧିକାରୀଙ୍କ ପରିଚୟ ରଖିଥିବା ବେଳେ ଶ୍ରୀ ରମାକାନ୍ତ ହାଁସଦାଃ ଧନ୍ଯବାଦ ଅର୍ପଣ କରିଥିଲେ I ସରକାରୀ ପ୍ରାଥମିକ ବିଦ୍ଯାଳୟ ତାଲାସାହିର ପ୍ରଧାନଶିକ୍ଷକ ଉଦଘାଟନୀ ମଞ୍ଚ ପରିଚାଳନା କରିଥିବା ବେଳେ ତାଲାସାହି ପ୍ରାଥମିକ ବିଦ୍ଯାଳୟର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ୧୩ଟି ବିଦ୍ଯାଳୟରୁ ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ଓ ବିଭିନ୍ନ ପ୍ରତିଯୋଦିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି, ପୁରସ୍କାର ଓ ପ୍ରତିଭା ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା I
