ମଙ୍ଗଳଗିରି ଜଗନ୍ନାଥସ୍ଵାମୀ ହେଉଛନ୍ତି ହାଇଦ୍ରାବାଦ ର ଜଣେ ଆଡ଼ଭୋକେଟ l ତାଙ୍କ ପିତା ଥିଲେ ମଙ୍ଗଳଗିରି ସୀତାରାମାୟା ଏବଂ ସେ ବୃତ୍ତି ରେ ଥିଲେ ବଣିଆ l ମଙ୍ଗଳଗିରି ସୀତାରାମାୟା କେବେ ମିଛ କୁହନ୍ତିନାହିଁ l ତାଙ୍କ ସୁନା ରେ କେତେ ଖାଦ ମିଶିଛି ଭି ସେଇ କହିଦିଅନ୍ତି l ତାଙ୍କର ଜଗନ୍ନାଥ ଙ୍କ ପ୍ରତି ଅଗାଢ ଭକ୍ତିଥିଲା l ପ୍ରତ୍ୟକ ଥର ସେ ଜଗନ୍ନାଥ ଙ୍କ ପାଖକୁ ଦର୍ଶନ କରିବାକୁ ଆଶନ୍ତି l ୧୯୨୪ ମସିହା ର କଥା , ମଙ୍ଗଳଗିରି ସୀତାରାମାୟା ଆସିଥିଲେ ଜଗନ୍ନାଥଙ୍କ ଦର୍ଶନ କରିବାକୁ l ଯେତେବେଳେ ସେ ପୁରୀରେ ଅବସ୍ଥାନ କରିଥିଲେ ସେତେବେଳେ ଜଗନ୍ନାଥ ତାଙ୍କୁ ସ୍ୱପ୍ନାଦେଶ କରିଥିଲେ l ସୀତାରାମାୟା କିଛି ମାଗୁନୁ ? ସେ ଉତ୍ତର ଦେଲେ ମୋର କିଛି ଦରକାର ନାହିଁ ମୋର ତ ସବୁ ଅଛି ପ୍ରଭୁ l ମୋର କିଛି ଦରକାର ନାହିଁ ଆଉ ଅବା କଣ ମାଗିବି l
ନା ତୋର ପୁଅ ଟିଏ ନାହିଁ ପରା , ସୀତାରାମାୟା ଆଶ୍ଚର୍ୟ୍ଯ ହେଇଗଲେ ଜଗନ୍ନାଥଙ୍କ କଥା ଶୁଣିକି l ତାପରେ ନିରବ ହେଇଗଲେ l ସେକିଛି ମାଗୁନାହାନ୍ତି ସେଠୁ ଜଗନ୍ନାଥ ତାଙ୍କ ଆଡୁ କହିଲେ ତତେ ଗୋଟେ ପୁଅ ଦେବି l କିନ୍ତୁ ତା ନା ଜଗନ୍ନାଥ ରଖିବୁ l ମଙ୍ଗଳଗିରି ସୀତାରାମାୟା ସେ ସ୍ୱପ୍ନ ଦେଖିଲେ ସିନା ହେଲେ ପ୍ରଭୁଙ୍କ କଥା ଭୁଲିଗଲେ l ଯେତେେବେଳେ ତାପର ବର୍ଷ ଆସିଛନ୍ତି ଜଗନ୍ନାଥଙ୍କ ପାଖକୁ l ସେଦିନ ରାତିରେ ପୁଣି ସ୍ବପ୍ନ ହେଲା ଆଉ ଜଗନ୍ନାଥ କହୁଛନ୍ତି ଆଜି ତୋ ସ୍ତ୍ରୀ ବହୁତ କଷ୍ଟ ପାଉଛି ପ୍ରସବ ବେଦନା ରେ ଆଉ ତୁ ଆଜି ଏଠିକି ଚାଲି ଆସିଛୁ l ହଉ ବେସ୍ତ ହନି ପୁଅଟିଏ ହେବ l ତାର ନା ଜଗନ୍ନାଥ ରଖିବୁ ଏବଂ ପ୍ରଭୁ ଙ୍କ କଥା ସତ ହେଲା ପୁଅଟିଏ ଜନ୍ମ ହେଲା l ସୀତାରାମାୟା ସେ ପୁଅ ନା ଦେଲେ ମଙ୍ଗଳଗିରି ଜଗନ୍ନାଥ ସ୍ୱାମୀ l
ତେଲଗୁ ଲୋକମାନେ ତାଙ୍କ ନାମ ର ପ୍ରଥମ ଶବ୍ଦ ଟି ତାଙ୍କ ଗାଁ ନା ରଖନ୍ତି l ମଙ୍ଗଳଗିରି ତାଙ୍କ ଗାଁ ନା l ମଙ୍ଗଳଗିରି ଜଗନ୍ନାଥ ସ୍ୱାମୀ ବୈଚିତ୍ର ଏହିକି ଯେ ତାଙ୍କ ମୁଖ ପୁରା ଜଗନ୍ନାଥ ଙ୍କ ପରି ଏକବାର କଳା ମୁଖ l ସୀତାରାମାୟା ଙ୍କ ଯେଉଁ ଆଧ୍ୟାତ୍ମିକ ଶକ୍ତି ଥିଲା ସେ ଶକ୍ତି ର ସେ ଥିଲେ ପ୍ରକୃତ ଦାୟଦ l ତା ପରେ ଆଉ ଥରେ ମଧ୍ୟ ସୀତା ରାମୟା ଙ୍କୁ ସ୍ୱପ୍ନ ପୁଣି ହେଲା ଯେ ତତେ ଆଉ ଗୋଟେ ପୁଅ ଦେବି ତା ନାମ ବଳରାମ ରଖିବୁ l ୨ୟ ପୁଅ ହେଲା ଏବଂ ସେ ତା ନା ଦେଲେ ମଙ୍ଗଳଗିରି ବଳରାମ ସ୍ୱାମୀ l ପୁଣି ୨, ୩ ବର୍ଷ ପରେ ପୁଣି ସ୍ୱପ୍ନ ହେଲା ଏବଂ ପୁଣି ଜଗନ୍ନାଥ କହିଲେ ସୀତାରାମାୟା ମୁ ତତେ ଗୋଟେ ଝିଅ ଦେବି ତା ନାମ ସୁଭଦ୍ରା ରଖିବୁ l ଏମିତି କିଛି ବର୍ଷ ପରେ ଜଗନ୍ନାଥ କହିଲେ ତତେ ଆଉ ଗୋଟେ ପୁଅ ଦେବି ତା ନା ସୁଦର୍ଶନ ଦେବୁ l ସେ ମଧ୍ୟ ତାଙ୍କ ପୁଅ ନା ମଙ୍ଗଳଗିରି ସୁଦର୍ଶନ ଦେଲେ l
ରାଜାମା ଯେ ହେଉଛନ୍ତି ସୀତାରାମାୟା ଙ୍କ ସ୍ତ୍ରୀ l ସିଏ ସେଉଠୁ କହିଲେ ଆହାଃ ଏ ଯୋଉ ୪ଟି ସନ୍ତାନ ହେଲେ ଏ ସବୁ ତ ପ୍ରଭୁ ଜଗନ୍ନାଥ ଙ୍କର ଆମର ଗୋଟେ ତ ହେଲାନି ! ସେଦିନ ରାତିରେ ପୁଣି ସ୍ୱପ୍ନ ହୁଏ ସୀତାରାମାୟା ତୋ ସ୍ତ୍ରୀ କହୁଛି ତମର କିଛି ସନ୍ତାନ ନାହିଁ ୪ଜଣ ମୋର ଦୟା l ହଉ ତମର ଗୋଟେ ହେଉ ଏବଂ ଗୋଟେ ଝିଅ ଟେ ଜନ୍ମ ହେଲା ତା ନା ରାଜାମା ଝିଅ ରଖିଲେ l ଏହି ପରି ଭାବରେ ମଙ୍ଗଳଗିରି ଜଗନ୍ନାଥ ସ୍ୱାମୀ ଙ୍କର ୨ ଭାଇ ୨ ଭଉଣି ହେଲେ l ଜଗନ୍ନାଥ ସ୍ୱାମୀ ଙ୍କର ଅଟଳ ଭକ୍ତି ଥିଲା ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ l ସେ ବୃତ୍ତି ରେ ଆଇନଜିବି ଥିଲେ l
ମଙ୍ଗଳଗିରି ଜଗନ୍ନାଥ ସ୍ୱାମୀ ଏକମାତ୍ର ଭକ୍ତ ଥିଲେ ଯାହାକୁ ଜଗନ୍ନାଥ ନଦେଖିଲେ ବ୍ୟସ୍ତ ହେଇପଡୁଥିଲେ l ସବୁବେଳେ ମଣିମା କୁହନ୍ତି ଜଗନ୍ନଥ ସ୍ୱାମୀ ଟିକେ ଆସନ୍ତୁନି ମୋ ପାଖକୁ ଏମିତି ବିକଳ ହେଇକି କହିବେ l ଯେମିତି ସ୍ୱପ୍ନ ରେ ସେ ଶୁଣିବେ ସେ ଖାଇବା ପିଇବା ଛାଡି ହାଇଦ୍ରାବାଦରୁ ସିଧା ଆସିକି ପୁରୀ ରେ ପହଞ୍ଚିକି ଜଗନ୍ନାଥ ଙ୍କ ଦର୍ଶନ କରନ୍ତି l ତାପରେ ଅର୍ଣ୍ଣ ଜଳ ସ୍ପର୍ଶ କରନ୍ତି l ଏମିତି ଅନେକ ଥର ତାଙ୍କୁ ସ୍ବପ୍ନାଦେଶ ହୁଏ ଆଉ ସେ ଆସିଯାନ୍ତି ମହାପ୍ରଭୁ ଙ୍କ ଦର୍ଶନ କରିବାକୁ l
ସବୁଥର ସ୍ୱପ୍ନାଦେଶ ହୁଏ କିନ୍ତୁ ସେ ଥର ସ୍ୱପ୍ନାଦେଶ ହେଇନଥିଲା l ମଙ୍ଗଳଗିରି ଜଗନ୍ନାଥ ସ୍ୱାମୀ ଙ୍କ ଇଛା ହେଲା ଯେ ସେ ଜଗନ୍ନାଥଙ୍କୁ ଟିକେ ଦେଖିବେ l ସେଥିପାଇଁ ଆସିକି ଭାଇଜାକ ରେ ସାନ ଭାଇ ସୁଦର୍ଶନଙ୍କ ଘରେ ପହଞ୍ଚିଲେ l ସେଠୁ ସେ ପୁରୀ ଯିବାପାଇଁ ଟ୍ରେନ ରେ ଟିକେଟ କାଟିଲେ ଏବଂ ରାତିରେ ସୁଦର୍ଶନ ଆଣିକି ତାଙ୍କୁ ଷ୍ଟେସନ ରେ ଛାଡିଦେଇ ଗଲେ l ତାଙ୍କର ଫାସକ୍ଲାସ ରେ ଟିକେଟ ହୋଇଥାଏ ସେ ଯେତେବେଳେ ତାଙ୍କ କୋଚ କୁ ଯାଉଛନ୍ତି ..
ସେତେବେଳେ ଗୋଟେ ଲୋକ କହିଲା ନାଇଁ ତୁମେ ଯାଇପାରିବନି l ଇଏ କହିଲେ ତୁମେ ମତେ ଅଟକାଇବାକୁ କିଏ ? ମୋର ଟିକେଟ ହୋଇଛି ମାନେ ମୁ ପୁରୀ ଯିବି l ନା ମୁ ତ ତତେ ଛାଡିବିନି l ସେ ସେଠୁ କହିଲେ ମୁ ହେଉଛି ଜଣେ ଆଇନଜିବି ମୋର ଜଗନ୍ନାଥ ଙ୍କ ପାଖକୁ ଯିବାର ଅଛି l ତାପରେ ଭି ସେ ଲୋକ ଜମା ଛାଡିଲାନି ଏବଂ କଥା କଟା କଟି ଭିତରେ ସେ ଲୋକ ଟି ମଙ୍ଗଳଗିରି ଜଗନ୍ନାଥ ସ୍ଵାମୀ ଙ୍କୁ ପେଲି ଦେଲା l ଆଉ ସେ ପଡିକି ଖଣ୍ଡିଆ ହେଇଗଲେ ଏବଂ ତାଙ୍କ ଧଳା କୁର୍ତ୍ତା ରେ ରକ୍ତ ଲାଗିଗଲା ଆଉ ସେ ସମୟ ରେ ଟ୍ରେନ ମଧ୍ୟ ଛାଡି ଦେଲା l ସେ ଯାଇପାରିଲେନି ମନ ଦୁଃଖ ରେ ଫେରିଲେ ତାଙ୍କ ଭାଇଙ୍କ ଘରକୁ l
ସୁଦର୍ଶନ ପଚାରିଲେ କଣ ହେଲା ଭାଇ ଫେରିଆସିଲ l ନା ମତେ ଗୋଟେ ଲୋକ ଅଟକେଇଲା ମାରିଲା ଜମା ଛାଡିଲାନି କୋଚ କୁ l ଆଉ ସେ ସମୟ ରେ ଟ୍ରେନ ଭି ଛାଡିଗଲା l ଆଉ କେମିତି ଯିବି ଯେ ! ନା ପାଟି କରିକି କହିଲନି କେତେ ଲୋକ ଥିବେ ସେଠି l ନା ଖୁବ ଜୋର ରେ ପାଟି କରିଛି ହେଲେ କେହି ଭି ମୋ ପାଟି ଶୁଣି ଆସିଲେନି l ତେଣୁ ବାଧ୍ୟ ହେଇ ପଳେଇ ଆସିଲି l ମୋର ଜଗନ୍ନାଥ ଙ୍କ ପାଖକୁ ଯିବାର ବହୁତ ଇଚ୍ଛା ଥିଲା ଯାଇପାରିଲିନି l ମଙ୍ଗଳଗିରି ସୁଦର୍ଶନ ଚୁପ ହେଇଗଲେ l ଜଗନ୍ନାଥ ସ୍ୱାମୀ ମଧ୍ୟ ତାଙ୍କ କୁର୍ତ୍ତା କୁ କାଢି ପରିସ୍କାର ହେଇ ସୋଇପଡିଲେ l ରାତି ପାହିଲା ବେଳକୁ ସୁଦର୍ଶନ ତାଙ୍କ ଟ୍ରାଞ୍ଜିଷ୍ଟର ଧରିକି ଆସିଲେ ଭାଇ ଭାଇ ଶୁଣ ଏ ଖବର l
ଶୁଣିଲା ବେଳକୁ ଯୋଉ ଟ୍ରେନ ରେ ସେ ପୁରୀ ଆସିବାର ଥିଲା ସେଇ ଟ୍ରେନ ଟି ଗୋଦାବରୀ ନଇ କୁ ଗଳିପଡିଛି l ଆଉ ବହୁତ ଲୋକ ମୃତ୍ୟୁ ବରଣ କରିଛନ୍ତି l ତେଣୁ ଦେଖ ଭାଇ ତୁମେ ଯଦି ସେ ଟ୍ରେନରେ ଯାଇଥାନ୍ତ ତମର କଣ ହେଇଥାନ୍ତା ଆଜି !
ସେତେବେଳେ ମଙ୍ଗଳଗିରି ଜଗନ୍ନାଥ ସ୍ୱାମୀ କହିଲେ କେବଳ ଏଇ ଥର ମତେ ସ୍ୱପ୍ନାଦେଶ ହେଇନଥିଲା ପୁରୀ ଯିବାକୁ l ମୋର ଇଛା ହେଲା ତେଣୁ ମୁ ବାହାରିଲି ପୁରୀ l ନହଲେ ସବୁବେଳେ ମତେ ସ୍ୱପ୍ନାଦେଶ ହୁଏ ଜଗନ୍ନାଥ ଙ୍କୁ ଦେଖିବାକୁ l ତେଣୁ ଯେତେବେଳେ ଜଗନ୍ନାଥ ଡାକନ୍ତି ତାର ଅଲଗା ଅର୍ଥ l ହେଲେ ଭକ୍ତ କୁ ରକ୍ଷା କରିବାକୁ ଯେ ପ୍ରଭୁ କେତେ ପ୍ରକାର କୁଟ ଭିଆଇ ପାରନ୍ତି ଏହା ମତେ ଆଜି ଜଣାଗଲା l
ମଙ୍ଗଳଗିରି ଜଗନ୍ନାଥ ସ୍ୱାମୀ ଏଡ଼େ ବଡ ଭକ୍ତ ଥିଲେ ଯାହାକୁ ଜଗନ୍ନାଥ ନିଜେ କୁହନ୍ତି ତତେ ଦେଖିନି ବୋହୁ ଦିନରୁ ଟିକେ ଆସନ୍ତୁନି ମୋ ପାଖକୁ l
