ରାଉରକେଲା: ରାଷ୍ଟ୍ରପତିଙ୍କ ରାଉରକେଲା ଆସିବା ଚୂଡ଼ାନ୍ତ । ଆସନ୍ତ ଏପ୍ରିଲ୍ ୨୧ ତାରିଖରେ ଦିନିକିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ ସାର୍ବଜନନୀ ଭିତ୍ତିଭୂମି ଏବଂ ପ୍ରକଳ୍ପର କରିବେ ଉଦଘାଟନ । ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଦ୍ରୌପଦୀ ମୁର୍ମୁ । ସୂଚନା ଅନୁଯାୟୀ, ଏପ୍ରିଲ ୨୧ ତାରିଖ ଅର୍ଥାତ୍ ମଙ୍ଗଳବାର ପୂର୍ବାହ୍ଣ ୧୧.୧୦ ମିନିଟରେ ରାଉରକେଲା ବିମାନ ବନ୍ଦରରେ ପଞ୍ଚିବେ ରାଷ୍ଟ୍ରପତି । ଏହା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରିବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମନ୍ବିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ICCC), ବିଜ୍ଞାନ ପାର୍କ ଏବଂ ପ୍ଲାନେଟାରିୟମ, କୋଏଲ ନଗର ମନୋରଞ୍ଜନ ପାର୍କ, ଆଦିବାସୀ ସଂଗ୍ରହାଳୟ (ରାଉରକେଲା-ୱାନ୍) ଉଦଘାଟନ କରିବେ। ସେହି ଦିନ ଅପରାହ୍ନ ୪.୦୫ ମିନିଟ୍ ସମୟରେ ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ଫେରିଯିବେ ।ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତ ଅବସରରେ ଜିଲ୍ଲାର ପରମ୍ପରା ଏବଂ ସଂସ୍କୃତିକୁ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ବିଭାଗ ଦ୍ବାରା ୩୦ଟି ଷ୍ଟଲ୍ ପ୍ରଦର୍ଶିତ ହେବ।
