ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ୩୭ ଦିନରେ ପ୍ରବେଶ କରିଛି । ଉତ୍ତେଜନା ତୀବ୍ର ଭାବରେ ବୃଦ୍ଧି ପାଉଛି । ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ତାଙ୍କର ଧମକକୁ ବୃଦ୍ଧି କରିଛନ୍ତି । ତେହେରାନ ମଧ୍ୟ ତୀବ୍ର ପ୍ରତିକ୍ରିୟ ପ୍ରକାଶ କରିଛି । ସଂଘର୍ଷ ଏକ ବିପଦପୂର୍ଣ୍ଣ ମୋଡ଼ ନେଉଛି । ମଧ୍ୟପ୍ରାଚ୍ୟ ସଂଘର୍ଷରେ ୪୫ ଦିନିଆ ଅସ୍ତ୍ରବିରତି ପାଇଁ ଆଲୋଚନା ଚାଲିଥିବା ରିପୋର୍ଟ ଆସୁଛି । ଟ୍ରମ୍ପଙ୍କ ଧମକ ଏବଂ ଇରାନର କଠୋର ମନୋଭାବ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ କୂଟନୈତିକ ପ୍ରୟାସ ତୀବ୍ର ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଜାହାଜ ଚଳାଚଳ ପାଇଁ ହୋର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଏକ ଚୁକ୍ତି ନ କରେ, ତେବେ ଆମେରିକା ଏହାକୁ ଧ୍ୱଂସ କରିବ । ଯୁଦ୍ଧବିରତି ଉପରେ କଣ ଆଲୋଚନା ହୋଇଥିଲା । ଆକ୍ସିଓମ୍ ରିପୋର୍ଟ ଅନୁସାରେ, ଆମେରିକା, ଇରାନ ଏବଂ ଆଞ୍ଚଳିକ ମଧ୍ୟସ୍ଥତାକାରୀଙ୍କ ଏକ ଗୋଷ୍ଠୀ ଏକ ସମ୍ଭାବ୍ୟ ୪୫ ଦିନିଆ ଅସ୍ତ୍ରବିରତିର ସର୍ତ୍ତାବଳୀ ଉପରେ ଆଲୋଚନା କରୁଛନ୍ତି ଯାହା ସ୍ଥାୟୀ ଭାବରେ ଯୁଦ୍ଧକୁ ବନ୍ଦ କରିପାରିବ । ଆଲୋଚନା ସହିତ ପରିଚିତ ୪ଟି ଆମେରିକୀୟ ଇସ୍ରାଏଲୀ ଏବଂ ଆଞ୍ଚଳିକ ସୂତ୍ରକୁ ଉଦ୍ଧୃତ କରି ଆକ୍ସିଓମ୍ ଏହା କହିଛି । ଏହି ପ୍ରସ୍ତାବିତ ଅସ୍ତ୍ରବିରତିକୁ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି । ମଧ୍ୟସ୍ଥତାମାନେ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି, ଯାହା ଏକ ସ୍ଥାୟୀ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ । ରିପୋର୍ଟରେ କୁହାଯାଇଛି ଯେ, ଦ୍ୱିତୀୟ ପର୍ଯ୍ୟାୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିନାମା ସାମିଲ ହେବ । ଯଦି ଆଲୋଚନା ପାଇଁ ଅଧିକ ସମୟ ଆବଶ୍ୟକ ହୁଏ, ତେବେ ଯୁ୍ଦ୍ଧବିରତି ବୃଦ୍ଧି କରାଯାଇପାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ କହିଥିଲେ ଯେ ଇରାନକୁ ହୋର୍ମୁଜ ପ୍ରଣାଳୀ ଖୋଲିବା କିମ୍ବା ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣରେ ସମ୍ମୁଖୀନ ହେବା ପାଇଁ ତାଙ୍କର ଶେଷ ତାରିଖ ମଙ୍ଗଳବାର ସନ୍ଧ୍ୟା । ପାକିସ୍ତାନୀ, ମିଶରୀୟ ଏବଂ ତୁର୍କୀ ମଧ୍ୟସ୍ଥତା ମାଧ୍ୟମରେ ଆଲୋଚନା ହେଉଛି । ଟ୍ରମ୍ପଙ୍କ ଦୂତ ଷ୍ଟିଭ୍ ୱିଟକଫ ଏବଂ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଅରାଘାଚିଙ୍କ ମଧ୍ୟରେ ଟେକ୍ସଟ୍ ମେସେଜ ମାଧ୍ୟମରେ ଆଲୋଚନା ହେଉଛି । ସୁତ୍ର ଅନୁଯାୟୀ ମଧ୍ୟସ୍ଥତାକାରୀମାନ ପକ୍ଷମାନଙ୍କ ସହିତ ଦୁଇ ପର୍ଯ୍ୟାୟ ଚୁକ୍ତିର ସର୍ତ୍ତାବଳୀ ଉପରେ ଆଲୋଚନା କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏକ ସମ୍ଭାବ୍ୟ ୪୫ ଦିନିଆ ଅସ୍ତ୍ରବିରତି ହେବ । ଯାହା ମଧ୍ୟରେ ସ୍ଥାୟୀ ଭାବରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିନାମା ସାମିଲ ହେବ । ଗତକାଲି ଇରାନ ରିଭୋଲ୍ୟୁସନାରୀ ଗାର୍ଡ ଆମେରିକା ଏବଂ ଇସ୍ରାଏଲକୁ ହୋର୍ମୁଜ ପ୍ରଭାଳୀ ସମ୍ପର୍କରେ ଏକ କଡ଼ା ଚେତାବନୀ ଜାରି କରିଛି ।
