ନୂଆଦିଲ୍ଲୀ: ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ । ଓଡ଼ିଆରେ ଶପଥ ନେଲେ ୩ ରାଜ୍ୟସଭା ସାଂସଦ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର । ଆସାମ ନିର୍ବାଚନରୁ ଫେରିଲେ ଶପଥ ନେବେ ସୁଜିତ କୁମାର । ବିଜେପିରୁ ମନମୋହନ ଏବଂ ସୁଜିତ ନିର୍ବାଚନ ଜିତିଥିଲେ । ବିଜେଡିରୁ ସଂତୃପ୍ତ ମିଶ୍ର ଜିତିଥିଲେ । ସ୍ୱାଧୀନ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦିଲୀପ ରାୟ । ସେହିପରି ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ନିର୍ବାଚିତ ରାଜ୍ୟସଭା ସାଂସଦମାନେ ବି ଶପଥ ନେଇଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ ରାଜ୍ୟସଭା ସଦସ୍ୟ ଶପଥ ନେଇଛନ୍ତି । ଏନସିପି ନେତା ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ ଏବଂ ଡିଏମକେର ତିରୁଜି ସେଭା ଶପଥ ନେଇଛନ୍ତି । ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବାଜି ମାରିଥିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ । କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ ହୋଇଥିଲେ । ପ୍ରଥମ ପସନ୍ଦ ଭୋଟରେ ମନମୋହନ ସାମଲ ୩୫, ସୁଜିତ କୁମାର ୩୫ ଓ ସଂତୃପ୍ତ ମିଶ୍ର ୩୧ ଖଣ୍ଡ ଭୋଟ ମିଳିଥିଲା । ପ୍ରଥମ ପସନ୍ଦ ଭୋଟରେ ବିଜେପିର ମନମୋହନ, ସୁଜିତ ଓ ବିଜେଡିର ସଂତୃପ୍ତ ବିଜୟୀ ହୋଇଥିଲେ । ତେବେ ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଓ ବିଜେପି ସମର୍ଥôତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟରେ ଲଢେଇ ହୋଇଥିଲା । ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ୨୩ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ସେହିପରି ବିଜେପି ସମର୍ଥôତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ମଧ୍ୟ ୨୩ ଖଣ୍ଡ ଭୋଟ ମିଳିଥିଲା । କିନ୍ତୁ ବିଧାୟକଙ୍କ ଦ୍ୱିତୀୟ ପସନ୍ଦ ଭୋଟରେ ବାଜି ଓଲଟିଥିଲା । ବିଧାୟକଙ୍କ ଦ୍ୱିତୀୟ ପସନ୍ଦ ଭୋଟରେ ଦିଲ୍ଲୀପ ବାଜି ମାରିଥିଲେ । ଦତ୍ତେଶ୍ୱର ପରାଜୟ ହୋଇଥିଲେ ।
