ଭୁବନେଶ୍ଵର, ୨୧/୦୨ : ଜଗା ପାଖରେ ସୁନାର ଭଣ୍ଡାର। ଖୋଲା ହାତରେ ଦାନ କରୁଛନ୍ତି ଭକ୍ତ। ଶ୍ରୀମନ୍ଦିର ଦାନ ହୁଣ୍ଡିରୁ ୧୯୮୧ ରୁ ୨୦୨୪-୨୫ ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ମିଳିଛି। ସେହିପରି ୧୫୮ କେଜି ୮୩୬ ଗ୍ରାମ ରୁପା ସଂଗ୍ରହ ହୋଇଛି। ୨୦୧୧ରୁ ୨୦୨୫ ଭିତରେ ଶ୍ରୀମନ୍ଦିର ହୁଣ୍ଡି ଏବଂ ଅନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ଆଦାୟ ହୋଇଛି। ଗତବର୍ଷ ଶ୍ରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଛି। ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏନେଇ ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି। ସେହିପରି ଭକ୍ତମାନେ ୩ କିଗ୍ରା ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି। ୩୩ କିଗ୍ରା ୬୪୮ ଗ୍ରାମର ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି।
