ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି ଶନିବାର ପୁରୁଣା କଟକ ବ୍ୟାଙ୍କ କଲୋନୀରେ ବାଣ ବିସ୍ଫୋରଣ ଘଟିଛି । ବାଣ ବିସ୍ଫୋରଣ ଯୋଗୁ ପୁରା ପୁରୁଣା କଟକ ବଜାର ଥରି ଉଠି ଥିଲା । ବାଣ ବିସ୍ଫୋରଣ ଯୋଗୁଁ ଅଞ୍ଚଳ ଧୂଆମୟ ହୋଇପଡିଥିଲା ।
ବ୍ୟାଙ୍କ କଲୋନୀରେ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟିଙ୍କ ଘରେ ବିସ୍ଫୋରଣ ହୋଇଛି। ଘରେ ମହଜୁଦ ଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଛି। ହରଭଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ପକ୍ଷରୁ ନିଆଁକୁ ଆୟତ୍ତ କରିଥିଲେ। ପୁରୁଣା କଟକ ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଂଭି ବାଣ ଥିବା ଘର ମାଲିକ ଆଲୋକ କାଣ୍ଟିକୁ ଉଠାଇ ନେଇଯାଇଛି। ବିସ୍ଫୋରଣ ଯୋଗୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି।
