ଭୁବନେଶ୍ବର,୦୪/୦୨:ରାଜ୍ୟରେ ସାଙ୍ଘାତିକ ସ୍ଥିତିରେ କ୍ୟାନ୍ସର ରୋଗୀ ଚିହ୍ନଟ ହେଉଛନ୍ତି। ବର୍ଷକୁ ଚିହ୍ନଟ ହେଉଛନ୍ତି ୫୫ ହଜାର ନୂଆ ରୋଗୀ, ଏହା ସହିତ ଚି଼ହ୍ନଟର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। କ୍ୟାନ୍ସର ଭଳି ରୋଗକୁ କିଭଳି ଭାବରେ ଜଲଦି ଚି଼ହ୍ନଟ କରାଯିବ ସେନେଇ ଗାଁ ଗାଁ ବୁଲି ସଚେତନତା କରିବେ ଏସଏଚଜି ଗ୍ରୁପ। ସୂଚନାଥାଉକି, ୨୦୨୫-୨୬ ବର୍ଷରେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ୨୦୨୫-୨୬ ଜାନୁଆରୀ ସୁଦ୍ଧା ରାଜ୍ୟରେ ୨୩,୧୩୧ ଜଣ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି। ଉଦବେଗର ବିଷୟ ସବୁଠୁ ଅଧିକ କ୍ୟାନ୍ସର ରୋଗୀ କଟକରେ ବାହାରିଛନ୍ତି। କଟକ ଜିଲ୍ଲାରେ ୪୭୭୯ ରୋଗୀ ଚିହ୍ନଟ ହୋଇଛନ୍ତି।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮୭୮, ଯାଜପୁରରେ ୧୧୫୩, ଜଗତସିଂହପୁରରେ ୧୮୨୨, ବାଲେଶ୍ୱରରେ ୧୫୪୬ ଓ ଭଦ୍ରକରେ ୧୪୩୨ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଡ଼ାଇଗନୋସିସ ହେବାର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ୩୫ ହଜାର କ୍ୟାନ୍ସର ରୋଗୀଙ୍କର ମୃତ୍ୟୁ ଘଟିଛି। କାରଣ ଆମ ପାଖରେ ସେହି ଅନୁସାରେ କୌଣସି ସାଧନା ନାହିଁ. ଏହି ୬୦ ପ୍ରତିଶତ ମୃତ୍ୟୁକୁ କମାଇବା ପାଇଁ ସରକାର ଚାହୁଁଛନ୍ତି. ଡ଼ାଇଗନୋସିସ କିଭଳି ଭାବରେ ଜଲଦି କରାଯିବ ଏହା ପରେ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ଲକ୍ଷ ରଖିଛନ୍ତି।
