ଭୁବନେଶ୍ୱର: ରାଜ୍ୟରେ ନୂଆ ଖଣିଜ ନିୟମ ଲାଗୁ କରାଯିବା ସହ ଗାଇଡ୍ ଲାଇନ୍ ଆସିଛି । ଏଣିକି ଇ-ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍? । ରାଜ୍ୟ ସରକାର ଧାର୍ଯ୍ୟ କରିବେ ଏମଏସପି । ଖଣି ମାଫିଆଙ୍କ ଉପରେ ଲାଗିବ ଅଙ୍କୁଶ । ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ । ବରଂ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର ଅତିରିକ୍ତ ଚାର୍ଜରେ ଇ-ଲଟେରୀ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ । ଆବେଦନକାରୀଙ୍କୁ ଏମଏସଟିସି ପୋର୍ଟାଲରେ ‘ଫର୍ମ-ସି’ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ୧୦ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି\’ ଜମା ସହ ୧୦% ଅମାନତ ରାଶି (ଇଏମଡି) ଜମା କରିବାକୁ ପଡ଼ିବ । ଆବେଦନ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ଏକ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ ଅଟେ । ପ୍ରତ୍ୟେକ ଆବେଦନର ସୂକ୍ଷ୍ମ ଯାଞ୍ଚ ପାଇଁ ଏକ ଜିଲ୍ଲାସ୍ତରୀୟ ଟେକ୍ନିକାଲ୍ ଯାଞ୍ଚ କମିଟି ଗଠନ କରାଯାଇଛି । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ କରାଯାଇଥିବାରୁ ଏଥିରେ କୌଣସି ହେରଫେର ମଧ୍ୟ ହୋଇପାରିବ ନାହିଁ । ଯେଉଁମାନେ ପୂର୍ବରୁ ନିଲାମ ମାଧ୍ୟମରେ ଲିଜ୍ ପାଇଛନ୍ତି, ସେମାନେ ମଧ୍ୟ ଚାହିଁଲେ ନୂଆ ନିୟମ ଅନୁଯାୟୀ ମାଇଗ୍ରେଟ୍ ବା ସାମିଲ ହୋଇପାରିବେ । ବଜାରରେ ବାଲି ଓ ପଥରର ଚଢ଼ା ଦରକୁ ରୋକିବା ପାଇଁ ସରକାର ପ୍ରଥମ କରି \’ସର୍ବାଧିକ ବିକ୍ରୟ ମୂଲ୍ୟ\’ (ଗଝଚ) ଧାର୍ଯ୍ୟ କରିଛନ୍ତି । ଲିଜଧାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ଗ୍ରାହକଙ୍କ ଠାରୁ ନେଇପାରିବେ ନାହିଁ । ଏହି ମୂଲ୍ୟରେ ଉତ୍ପାଦନ ଖର୍ଚ୍ଚ ଓ ଟିକସ ସହ କେବଳ ୧୫% ଲାଭ ରହିବ । ପ୍ରତି ଟ୍ରିପ୍ ପାଇଁ ଫର୍ମ ଣ ଇ-ଟ୍ରାଞ୍ଜିଟ୍ ପାସ୍ ବାହାର କରିବେ । ଧାର୍ଯ୍ୟ ଦରଠାରୁ ଅଧିକ ନେଲେ ତାହା ଲିଜ୍ ନିୟମର ଉଲ୍ଲଂଘନ କରିବ । ପ୍ରଥମଥର ନିୟମ ଉଲ୍ଲଂଘନ କଲେ ୫୦ ହଜାରଙ୍କ ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ନୋଟିସ୍ ଦିଆଯିବ । ବାରମ୍ବାର ଉଲ୍ଲଂଘନ କଲେ ଲିଜ୍?ଧାରୀ ଏବଂ ତାଙ୍କ ପରିବାରକୁ କଳାତାଲିକା ଭୁକ୍ତ କରିବେ ସରକାର ।
