ନୂଆଦିଲ୍ଲୀ: ଆଜି ସଂସଦରେ ବିରୋଧୀ ପକ୍ଷର ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଚଳିତ ବଜେଟ୍? ଅଧିବେଶନରୁ ପୁରା ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହା ପରେ ନାରାବାଜି ଓ ପେପର ଚିରି ଫିଙ୍ଗିବାରୁ ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ହଟ୍ଟଗୋଳ ସମୟରେ ଚେୟାର ଉପରକୁ କାଗଜ ଚିରି ଫିଙ୍ଗିଥିବା ୮ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏଥିରେ ସାଂସଦ ଅମରିନ୍ଦର ସିଂହ ରାଜା ୱାରିଂ, ପ୍ରଶାନ୍ତ ପାରୋଲ୍?, ଏସ୍? ଭେଙ୍କଟରମଣ, ମାନିକମ୍? ଟାଗୋ?ର୍, କିରଣ କୁମାର ରେଡ୍ଡୀ, ହିବି ଏଡେନ୍?, ଗୁରଜିତ ଆଉଜଲା ଏବଂ ଡିନ୍? କୋରିଆକୋସ୍? ରହିଛନ୍ତି । ଗୃହରେ ବିଶୃଙ୍ଖଳା ଆଚରଣ ଓ ନାରାବାଜି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହି ସାଂସଦ ମାନଙ୍କୁ ନିଲମ୍ବିତ କରିବାକୁ ଅପିଲ କରିଥିଲେ ।
