ଭଦ୍ରକ: ଭଦ୍ରକ ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣା । ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ କରିଛି ପୁଲିସ । ଏନେଇ ଭଦ୍ରକ ଏସ୍ପି ସୂଚନା ଦେଇଛନ୍ତି । ଏଭଳି ଘଟଣା ପରେ ଚାନ୍ଦବାଲିରେ ରାସ୍ତାରୋକ ଓ ଉତ୍ତେଜନା ଦେଖାଦେଇଛି । ଗାଁରେ ରହିବେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ । ଉତ୍ତେଜନାକୁ ଦେଖି ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନାନୁସାରେ, ଭଦ୍ରକ ଚାନ୍ଦବାଲିରେ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ମଙ୍ଗଳବାର ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଚାନ୍ଦବାଲି ଏନ୍ଏସି ଅଧୀନ ଏକ ଗାଁରେ ଏହି ଘଟଣା ଘଟିଛି । ବାଲିଗାଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଥିବା ଘଞ୍ଚ ବୁଦା ଭିତରୁ ଉଲଗ୍ନ ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା l ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ବୁଦା ଭିତରେ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଚାନ୍ଦବାଲି ପୁଲିସ ସହ ଧାମନଗର ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବୁଧବାର ଘଟଣାସ୍ଥଳରେ ଡିଆଇଜି ମଧ୍ୟ ସମୀକ୍ଷା କରିବେ ।
