ନୂଆଦିଲ୍ଲୀ: ଆସାମର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ହିଂସାର ନିଆଁ ଜଳୁଛି । ଦୀର୍ଘ ଦିନ ହେବ ଜମି ଖାଲି କରିବାକୁ ନେଇ ଉପୁଜିଥିବା ବିବାଦ ଭୟଙ୍କର ରୂପ ନେଇଛି । ଘଟଣାର ତାଜା ଅପଡେଟରେ ହିଂସାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୩୮ ପୁଲିସକର୍ମୀଙ୍କ ସମେତ ୪୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସ୍ଥିତି ବିଗୁଡୁଥିବାରୁ ରାଜ୍ୟରେ ସରକାର ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ପୁଲିସ୍ ଅନୁସାରେ ଖେରୋନୀ ଏବଂ ଆଖପାଖ ଅଞ୍ଚଳରେ ଏକାଧିକ ଘର, ଦୋକାନ ଏବଂ ସାର୍ବଜନୀକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ଭଙ୍ଗାରୁଜା ସହ ପୋଡ଼ାଜଳା ହୋଇଛି । ଧୀରେ ଧୀରେ ହିଂସାର ନିଆଁ ଡୋଙ୍ଗକାମୁକାମକୁ ବ୍ୟାପିଛି । ଯେଉଁଠାରେ ପ୍ରଦର୍ଶନକାରୀମାନେ କାର୍ବି ଆଙ୍ଗଲୋଙ୍ଗ ସ୍ୱାୟଂଶାସିତ ପରିଷଦ ମୁଖ୍ୟ ତୁଲିରାମ ରୋଙ୍ଗହାଙ୍ଗଙ୍କ ପୈତୃକ ଘରକୁ ନିଆଁ ଲଗାଇ ଦେଇଛନ୍ତି । ଧୀରେ ଧୀରେ ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ପ୍ରଶାସନ କହିଛି । ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ପୁଲିସଫୋର୍ସ ନିୟୋଜିତ ହୋଇଛନ୍ତି ।
