କଟକ : କଟକ ମର୍କତ ନଗର ଥାନାର ଦ୍ୱାରସ୍ଥ ହେଲେ ସ୍ବର୍ଗତ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା । ଶନିବାର ବିଳମ୍ବିତ ରାତିରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମାଆ ଶେଫାଳୀ । ପୁଅ ହ୍ୟୁମାନ ସାଗରଙ୍କୁ ଜାଣିଶୁଣି ମାରି ଦିଆଯାଇଛି । ଘଟଣାର ପୃଙ୍ଖାନୁପୃଙ୍ଖ ତଦନ୍ତ କଲେ ସତ୍ୟତା ସାମ୍ନାକୁ ଆସିବ ବୋଲି କହିଛନ୍ତି । ଏଥି ସହିିତ ହ୍ୟୁମାନଙ୍କ ଫୋନ୍ ଡିଟେଲ, କଟକ ସ୍ଥିତ ବାସଭବନର ସିସିଟିଭି, ଏବଂ ତାଙ୍କ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ନାମରେ ଏତଲା ଦାଏର କରିଛନ୍ତି ଶେଫାଳି ସୁନା । ମାଆଙ୍କ ଅଭିଯୋଗ ମୋ’ ପୁଅକୁ ମାରିଦେଲେ । ଅସୁସ୍ଥ ଥିବା ବେଳେ ଜୋର୍ ଜବରଦସ୍ତ ଷ୍ଟେଜ୍ ସୋ’ କରି ମୃତ୍ୟୁ ମୁଖକୁ ଠେଲି ଦେଲେ। ପ୍ରଥମେ ଏମ୍ସ ସମ୍ମୁଖରେ ଓ ପରେ ସିଡିଏସ୍ଥିତ ଘରେ ନଭେମ୍ବର ୧୭ ତାରିଖ ରାତିରେ ଗଣମାଧ୍ୟମ ଆଗରେ ଖୋଲାଖୋଲି ବୟାନ ଦେଇ ମୃତ୍ୟୁ ପଛର କାରଣ ଓ କିଏ ଦାୟୀ ତାହା ମଧ୍ୟ କହିଲେ । ଏହି ସମୟରେ ପୁଲିସ ମଧ୍ୟ ଉପସ୍ଥିତ ଥିଲା । ଖାଲି ଏତିକି ନୁହେଁ, ଏହି ବୟାନ ଦେଲା ବେଳେ ତାଙ୍କୁ ହ୍ୟୁମାନ୍ଙ୍କ ଦୁଇ ମ୍ୟାନେଜର୍ କିଭଳି ଧମକ ଦେଲେ ତାହା ମଧ୍ୟ ପୁଲିସ ଦେଖିଥିଲା ଏବଂ ଶୁଣିଥିଲା । ଏହାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ଇତି ମଧ୍ୟରେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଏକ ମାସ ପୂରିଗଲାଣି । ଏବେ ପୁଣି ଥରେ ଏହି ମାମଲା ଚର୍ଚ୍ଚାକୁ ଆସିଛି । ଶନିବାର ବିଳମ୍ବିତ ରାତିରେ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ଏକ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ପୁଅ ହ୍ୟୁମାନଙ୍କୁ ଜାଣିଶୁଣି ମାରି ଦିଆଯାଇଛି । ତା’ର ମୃତ୍ୟୁ ହୋଇନାହିଁ । ତେଣୁ ଏହି ଘଟଣାର ପୂରା ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେହିପରି ହ୍ୟୁମାନଙ୍କ ଫୋନ୍ ଡିଟେଲ୍, କଟକ ସ୍ଥିତ ବାସଭବନର ସିସିଟିଭିକୁ ସବୁକୁ ଯାଞ୍ଚ ଏତଲା ଲେଖିଛନ୍ତି ମା ଶେଫାଳୀ ସୁନା । ଏହାସହିତ ହ୍ୟୁମାନଙ୍କ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି।
