ଭୁବନେଶ୍ଵର : ରେଳ ଦୁର୍ଘଟଣାରେ ରେକର୍ଡ ସଂଖ୍ୟକ ହ୍ରାସ। ଏକ ଦଶନ୍ଧିରେ ୯୦ ପ୍ରତିଶତରୁ ଅଧିକ ହୋଇଛି କମ୍ ଦୁର୍ଘଟଣା। ଟ୍ରେନ୍ ଅପରେସନର ଭବିଷ୍ୟ ବଦଳାଇଦେଲା କବଚ ୪.୦। ଭାରତୀୟ ରେଲୱେରେ ଦୁର୍ଘଟଣା ସଂଖ୍ୟାରେ ଐତିହାସିକ ହ୍ରାସ ଘଟିଛି । ୨୦୧୪-୧୫ ରେ ୧୩୫ ଦୁର୍ଘଟଣା ଘଟିଥିବା ବେଳେ ୨୦୨୪-୨୫ରେ ୩୧ ଓ ୨୦୨୫-୨୬ରେ କେବଳ ୧୧ ଦୁର୍ଘଟଣା ଘଟିଛି। ଅତ୍ୟାଧୁନିକ ଟେକନିକ୍ ଓ କବଚ ୪.୦ ଭଳି ସ୍ଵଦେଶୀ ସୁରକ୍ଷା ସିଷ୍ଟମ୍ କାରଣରୁ ଦୁର୍ଘଟଣା ଦ୍ରୁତ ଗତିରେ ହ୍ରାସ ପାଇଛି। ଦିଲ୍ଲୀ- ମୁମ୍ଵାଇ ଏବଂ ଦିଲ୍ଲୀ-ହାୱଡା ରୁଟରେ କବଚ ସଫଳତାପୂର୍ବକ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱଡା ରୁଟରେ କବଚକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପରେ, ଏହାକୁ ଏବେ ୧୫,୫୧୨ Rkm କୁ ବିସ୍ତାର କରାଯାଉଛି ।
