ନୂଆଦିଲ୍ଲୀ,୨୫/୧୧; ଏକ ନୂଆ ଯୁଗର ଆରମ୍ଭ ସହିତ ଦିବ୍ୟ, ଭବ୍ୟ, ନବ୍ୟ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ଶିଖରରେ ଉଡ଼ିଛି ଧର୍ମଧ୍ୱଜା । ଶୁଭ ମୁହୂର୍ତ୍ତରେ ରାମ ମନ୍ଦିରରେ ଧ୍ୱଜାରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭାରତର ଅଯୋଧ୍ୟ ନଗରୀ ଭାରତୀୟ ସାଂସ୍କୃତିକ ଚେତନାରେ ଆଉ ଏକ ଉତ୍କର୍ଷ ବିନ୍ଦୁର ସାକ୍ଷୀ ହୋଇଛି । ଏହି ଧର୍ମଧ୍ୱଜା ଭାରତୀୟ ସଭ୍ୟତାର ପୁନଃ ଜାଗରଣର ପ୍ରତୀକ । ଧର୍ମଧ୍ୱଜା ପ୍ରତିଶ୍ରୁତି ପାଳନର ପ୍ରତୀକ । ଆମକୁ ନିଜ ଭିତରେ ଥିବା ରାମଙ୍କୁ ଜାଗ୍ରତ କରିବାକୁ ପଡିବ । ଆମକୁ ଭବିଷ୍ୟତ ପିଢି ପାଇଁ କାର୍ଯ୍ୟ କରିବାକୁ ପଡିବ । ଭାରତ ହେଉଛି ଲୋକତନ୍ତ୍ରର ଜନନୀ, ଏହା ଆମ ଡିଏନଏରେ ରହିଛି ବୋଲି ଧ୍ୱଜାରୋହଣ ସମାରୋହରେ ସମ୍ବାଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ” ଆଜି ସମ୍ପୂର୍ଣ୍ଣ ଭାରତ-ବିଶ୍ୱ ରାମମୟ ହୋଇଛି । ସବୁ ରାମଭକ୍ତଙ୍କ ହୃଦୟରେ ଅଦ୍ବିତୀୟ ସନ୍ତୋଷ, ଅସୀମ କୃତଜ୍ଞତା, ଅଲୌକିକ ଆନନ୍ଦ ଭରି ରହିଛି । ବର୍ଷ ପୁରୁଣା କ୍ଷତି ଭରୁଛି । ଏହି ମୂହୁର୍ତ୍ତ କାନ୍ଧରେ କାନ୍ଧ ମିଳାଇ ଚାଲିବାର । ଏହି ସମୟ ଗତି ବଢାଇବ । ଆମକୁ ସେହି ଭାରତ ବନାଇବାକୁ ହେବ ଯାହା ରାମରାଜ୍ୟରୁ ପ୍ରେରିତ ହେବ । ଏହା ସେବେ ସମ୍ଭବ ହେବେ ଯାହା ସ୍ୱୟଂହିତ ପୂର୍ବରୁ ଦେଶହିତରେ ହେବ । ଯେବେ ରାଷ୍ଟ୍ରହିତ ସର୍ବୋପରି ହେବ । ଆଗାମୀ ୧୦୦୦ ବର୍ଷ ପାଇଁ ଭାରତକୁ ନିଆରା ମଜୁବୁତ କରିବାକୁ ପଡିବ । ଆମକୁ ଭବିଷ୍ୟତ ପିଢିଙ୍କ କଥା ଭାବିବାକୁ ପଡିବ । ଶ୍ରୀରାମ ଆମ ସହିତ ଭାବାବେଗରେ ଯୋଡ଼ିହୁଅନ୍ତି, ଭେଦଭାବରେ ନୁହନ୍ତି । ତାଙ୍କ ପାଇଁ ଭକ୍ତି ଗୁରୁତ୍ୱପୂର୍ଣ୍ଣ, ବଂଶ ନୁହେଁ । ସହଯୋଗ ଗୁରୁତ୍ୱପୂର୍ଣ୍ଣ, କ୍ଷମତା ନୁହେଁ । ଆଜି ସେହି ଯଜ୍ଞର ପୂର୍ଣ୍ଣାହୁତି ହୋଇଛି ଯାହା ୫ ବର୍ଷ ହେବ ପ୍ରଜ୍ୱଳିତ ଥିଲା । ଏହି ଧର୍ମଧ୍ୱଜା କେବଳ ଏକ ଧ୍ୱଜା ନୁହେଁ ଭାରତୀୟ ସଭ୍ୟତାର ପୁନଃ ଜାଗରଣର, ପ୍ରତିଶ୍ରୁତି ପୂରଣର ପ୍ରତୀକ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ”ଏହି ଧ୍ୱଜ ରାମଲାଲଙ୍କ ଜନ୍ମଭୂମିର ଦର୍ଶନ କରାଇବ । ଏହି ଧର୍ମଧ୍ୱଜ ସଫଳତା, ସଂଘର୍ଷର ସୃଜନର ଗଥା । ଏହା ସନ୍ଥଙ୍କ ସାଧନା, ସମାଜର ସହଭାଗିତାର ସାର୍ଥକତାର ପରିଣତି । ଏହି ଧ୍ୱଜ ଯୁଗ ଯୁଗ ଯାଏ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଓ ସିଦ୍ଧାନ୍ତ ମାନବତା ପାଖରେ ପହଞ୍ଚାଇବ । ଜିତ୍ ସତ୍ୟର ହୁଏ ଅସତ୍ୟର ନୁହେଁ । ଏହି ଧ୍ୱଜା ଉଦଘୋଷିତ କରିବ ସତ୍ୟ ହିଁ ବ୍ରହ୍ମର ସ୍ୱରୁପ । ସତ୍ୟରେ ହିଁ ଧର୍ମ ସ୍ଥାପିତ ହୁଏ । ଆମେ ଏମିତି ଦେଶ ବନାଇବେ ଯେଉଁଠି ଗରିବ କି ଦୁଃଖୀ ରହିବେ ନାହିଁ । ଏହି ଧର୍ମ ଧ୍ୱଜ ପ୍ରେରଣ ହେବ । ପ୍ରାଣ ଯାଉ ପଛେ ବଚନ ନ ଯାଉ । ଅର୍ଥାତ ଯାହା କୁହାଯିବ ତାହା ହେବ । ”
