ନୂଆଦିଲ୍ଲୀ ୧୫/୧୧: ବିହାରରେ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏନ୍ଡିଏର ଆସନ ୨୦୦ ପାର୍ କରିଛି । ୮୯ ଆସନ ସହ ବିଜେପି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ରାଜ୍ୟରେ ଗତ ୨୫ ବର୍ଷ ଭିତରେ ଏନ୍ଡିଏରେ ବିଜେପି ତୃତୀୟଥର ପାଇଁ ବଡ଼ଦଳ ହୋଇଛି । ଏହ ପୂର୍ବରୁ ୨୦୦୦ ଏବଂ ୨୦୨୦ ନିର୍ବାଚନରେ ମଧ୍ୟ ବିଜେପି ବଡ଼ ଦଳ ହୋଇଥିଲା ।
ରାଜନୈତିକ ସମୀକ୍ଷକ ହର୍ଷବର୍ଦ୍ଧନ ତ୍ରିପାଠୀ ଓ ଅରବିନ୍ଦ ମୋହନଙ୍କ କହିବାନୁଯାୟୀ ବିଜେପି ମୁଖ୍ୟମନ୍ତ୍ରୀ ଚୌକି ଦଖଲ କରିପାରେ । ନୀତୀଶଙ୍କୁ ଅବସର ଦିଆଯାଇପାରେ । ଜେଡିୟୁକୁ ଗୋଟିଏ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯିବାର ସମ୍ଭାବନା ରହିଛି । ଗୃହ, ଅର୍ଥ, ରାଜସ୍ୱ ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବିଜେପି ହାତକୁ ଯାଇପାରେ । ନିର୍ବାଚନ ଫଳାଫଳ ଆସିବା ପରେ ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ କହିଛନ୍ତି ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ମେଣ୍ଟ ଦଳ ସ୍ଥିର କରିବ । ନୂଆ ନୀତି ବନାଇବା, ନୂଆ ଯୋଜନା କାର୍ଯ୍ୟକାରୀ କରିବା ଏବଂ ନୂଆ ବିଲ୍ ଆଣିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଜେପି ହିଁ ନେବ । ବିଜେପି ସରକାରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦିଲ୍ଲୀରୁ ନିଆଯିବ । ତେବେ କେନ୍ଦ୍ରରେ ବିଜେପି ନିଜ ଦମ୍ ସରକାର ଗଠନ କରିନାହିଁ । କେନ୍ଦ୍ରରେ ମୋଦି ସରକାରଙ୍କୁ ଜେଡିୟୁ ସମର୍ଥନ ଦେଉଛି । ବିହାରରେ ବିଜେପି ମଜଭୁତ ହେବା ପରେ କେନ୍ଦ୍ରରେ ମଧ୍ୟ ତାର ଶକ୍ତି ବଢ଼ିବ । ଅପରପକ୍ଷରେ ବରିଷ୍ଠ ସାମ୍ବାଦିକ ଅରୁଣ ପାଣ୍ଡେଙ୍କ କହିବାନୁଯାୟୀ ମୁଖ୍ୟମନ୍ତ୍ରୀ ନୀତୀଶ ହିଁ ରହିବେ । ବିଜେପି ନିଜକୁ ବଦନାମ କରିବାକୁ ଚାହିଁବ ନାହିଁ । କିନ୍ତୁ ସରକାରରେ ବିଜେପିର ଦବ୍ଦବା ନିଶ୍ଚିତ ରହିବ।
