ଭୁବନେଶ୍ବର : ବାତ୍ୟା ମୋନ୍ଥା ଅନ୍ଧ୍ର ପ୍ରଦେଶର ନର୍ସାପୁର୍ ନିକଟସ୍ଥ ଅମଲାପୁରମରେ ଲ୍ୟାଣ୍ଡଫଲ୍ କରିଛି । ସ୍ଥଳଭାଗ ଛୁଇଁବା ବେଳେ ତାଣ୍ଡବ ରଚିଥିଲା । ଭୀଷଣ ବାତ୍ୟା ହିଟ୍ କରିବା ପରେ ଧୀରେ ଧୀରେ ଦୁର୍ବଳ ହେଉଛି । ଏହା ଭୀଷଣ ବାତ୍ୟାରୁ ବାତ୍ୟା ପରେ ଗଭୀର ଅବପାତ ଏବଂ ଅପପାତ ହୋଇ ଦୁର୍ବଳ ହେବ । ତେବେ ବାତ୍ୟା ମୋନ୍ଥା ଓଡ଼ିଶାକୁ ବିଶେଷ ପ୍ରଭାବିତ କରି ନାହିଁ, ହେଲେ ଏହାର ପ୍ରଭାବର ଭାରୀ ବର୍ଷା ହୋଇଛି । ଗଜପତି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି । ଗଜପତି ଗଜପତି ଜିଲ୍ଲା ଗୋସାଣୀରେ ୧୫୦.୫ ମି.ମି, ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ୧୧୭.୪ ମି.ମି, ବାଲେଶ୍ୱର ଜିଲ୍ଲା ଜୟପୁରରେ ୧୦୯.୮ ମି.ମି, ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୧୦୫.୦ ମି.ମି, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୧୦୦.୬ ମି.ମି, ବାଲେଶ୍ୱର ଜିଲ୍ଲା ନୀଳଗିରିରେ ୯୪.୦ ମି.ମି, ଗଜପତି ଜିଲ୍ଲା ଗୁମ୍ମାରେ ୯୪.୦ ମି.ମି, ବାଲେଶ୍ୱରରେ ୯୩.୮ ମି.ମି, କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ୯୧.୦ ମି.ମି, କୋରାପୁଟ ଜିଲ୍ଲା ପଟାଙ୍ଗିରେ ୮୯.୨ ମି.ମି, ଗଞ୍ଜାମ ଜିଲ୍ଲା ସାଙ୍ଖେଡ଼ିମୁଣ୍ଡିରେ ୮୭.୦ ମି.ମି, ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୮୫.୦ ମି.ମି, ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ୮୫.୦ ମି.ମି, ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ରେ ୮୧.୨ ମି.ମି, ବାଲେଶ୍ୱର ଜିଲ୍ଲା ଏନଏଚ୍-୫ ଏବଂ ଗୋବିନ୍ଦପୁରରେ ୮୦.୨ ମି.ମି, ବାଲେଶ୍ୱର ଜିଲ୍ଲା ଓୌପଦାରେ ୭୯.୦ ମି.ମି, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ୭୯.୦ ମି.ମି, ଗଞ୍ଜାମ ଜିଲ୍ଲା ପୋଲସରାରେ ୭୮.୪ ମି.ମି, ଗଞ୍ଜାମ ଜିଲ୍ଲା ଆସ୍କାରେ ୭୮.୦ ମି.ମି, ବାଲେଶ୍ୱର ଜିଲ୍ଲା ସୋରରେ ୭୭.୦ ମି.ମି, ଭଦ୍ରକ ଜିଲ୍ଲା ତିହିଡ଼ିରେ ୭୬.୦ ମି.ମି, ମୟୂରଭଞ୍ଜ ଜିଲ୍ଲା ବାଲିମୁଣ୍ଡଳୀରେ ୭୫.୬ ମି.ମି, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୭୪.୪ ମି.ମି, ଗଜପତି ଜିଲ୍ଲା ଆର୍ ଉଦୟଗିରିରେ ୭୩.୬ ମି.ମି, କେନ୍ଦୁଝର ଜିଲ୍ଲା ହାଟଡିହିରେ ୭୧.୨ ମି.ମି, ବାଲେଶ୍ୱର ଜିଲ୍ଲା ରେମୁଣାରେ ୭୧.୦ମି.ମି, ମୟୂରଭଞ୍ଜ ଜିଲ୍ଲା ଜି.ବି. ନଗରରେ ୭୧.୦ ମି.ମି, ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ୬୯.୦ ମି.ମି, ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ୬୮.୦ ମି.ମି, ଢେଙ୍କାନାଳ ଜିଲ୍ଲା ଭୁବନରେ ୬୬.୦ ମି.ମି, ବାଲେଶ୍ୱର ଜିଲ୍ଲା ଭୋଗରାଇରେ ୬୫.୦ ମି.ମି, ଭଦ୍ରକରେ ୬୫.୦ ମି.ମି, ଗଜପତି ଜିଲ୍ଲା କାଶିନଗରରେ ୬୫.୦ ମି.ମି ବର୍ଷା ରେକର୍ଡ ହୋଇଛି ।
