ନୂୂଆଦିଲ୍ଲୀ: ପାକିସ୍ତାନ ଓ ଆଇଏସ୍ଆଇର ସମର୍ଥକ ତଥା ବାଂଲାଦେଶର ଅନ୍ତରୀଣ ସରକାର ମହମ୍ମଦ ୟୁନୁସଙ୍କ ଭାରତ ବିରୋଧି ଯୋଜନା। ବାଂଲାଦେଶରେ ତିଆରି ଚାଲିଛ ଇସଲାମିକ୍ ରିଭୋଲ୍ୟୁସନାରୀ ଆର୍ମୀ ବା ଆଇଆରଏ। ଏବେ ଏହାର ପ୍ରଥମ ପର୍ଯ୍ୟାୟ ଟ୍ରେନିଂ ଚାଲିଛି। ଦୁଇ ଦିନ ତଳେ ଅନ୍ତରୀଣ ସରକାରଙ୍କ ପରାମର୍ଶଦାତା ଆସିଫ ମହମ୍ମଦ ଶୋଭିଜ୍ ଭୁୟାନ୍ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ୭ ଟି କ୍ୟାମ୍ପରେ ୮୮୫୦ ଜଣଙ୍କୁ ନିଯୁକ୍ତି ଦିଆଯାଇ ସାରିଲାଣି। ତାଙ୍କୁ ଏବେ ଟ୍ରେନିଂ ବି ଦିଆଯାଉଛି। ମାର୍ଶଲ ଆର୍ଟ, ହତିଆର ଚାଳନା, ତାଇକୋଣ୍ଡ ଓ ଜୁଡୋ ଟ୍ରେନିଂ ଦିଆଯାଉଛି।’ ଭାରତୀୟ ଏଜେନ୍ସିଂ ମଧ୍ୟ ଗତ କିଛି ମାସ ତଳେ ଏନେଇ ଖୁଲାସା କରିଥିଲା। ତାଙ୍କର ଯୋଜନା ହେଉଛି ସେନାକୁ IRA ସହିତ ବଦଳାଇବା।
ଭାରତୀୟ ଅଧିକାରୀଙ୍କ ଅନୁଯାୟୀ, IRA ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ବା IRGC ଅନୁରୂପ ହେବ। IRA ଏକ ଅତ୍ୟନ୍ତ କଠୋପନ୍ଥୀ ସଂଗଠନ, ଯାହାକି ବାଂଲାଦେଶକୁ ଏକ ଇସଲାମିକ୍ ରାଷ୍ଟ୍ରରେ ପରିଣତ କରିବାରେ ସାହାଯ୍ୟ କରିବ। ଅଧିକାରୀମାନେ ଏହାକୁ ମୋରାଲ ପୋଲିସିଂ ପାଇଁ ବ୍ୟବହାର କରିବେ ଯେପରିକି ଇରାନରେ ଦେଖିବାକୁ ମିଳିଥାଏ। ଏହାର ସବୁଠାରୁ ବଡ଼ ଟାର୍ଗେଟ ହେଉଛି ଭାରତ। ଯାହାର ଲକ୍ଷ୍ୟ ହେବ ଥରେ ଆଇଆରଏ ସ୍ଥାପିତ ହେବାପରେ ସୀମାରେ ବିବାଦ ଅଧିକ ବଢିଯିବ। ନିକଟରେ ଜମାତ୍ ନେତା ଡକ୍ଟର ସୟଦ ଅବଦୁଲ୍ଲା ମହମ୍ମଦ ତାହିର ନ୍ୟୁୟର୍କରେ କହିଥିଲେ, ଜମାତର ୫୦ ଲକ୍ଷ ଯୁବପୀଢି ଭାରତ ବିରୋଧରେ ଗରିଲା ଯୁଦ୍ଧରେ ସାମିଲ ହେବେ। ସେଭଳି ବାକି ଲୋକ ଗଜଓ୍ବା-ଇ-ହିନ୍ଦ୍କୁ ଲାଗୁ କରିବା ପାଇଁ ଭାରତ ଭିତରେ ବ୍ୟାପି ଯିବେ।
ବିଶ୍ଲେଷକଙ୍କ ମତରେ ଏହି ଘଟଣାକ୍ରମ ଓ ବୟାନରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ଆଇଏସଆଇ ବାଂଲାଦେଶ ଉପରେ କବଜା କରି କରିନେଇଛି। ପାକିସ୍ତାନର ଇଚ୍ଛା ବାଂଲାଦେଶକୁ ୧୯୭୧ ପୂର୍ବର ସ୍ଥିତିକୁ ଫେରାଇ ଆଣିବା। ଶେଖ୍ ହାସିନା ଗାଦିଚ୍ୟୁତ ହେବାପରେ ସେ ଲଗାତାର ଏହି ଯୋଜନା ଉପରେ କାମ କରୁଛି। ଏହି ସମସ୍ତଙ୍କୁ ଅବସରପ୍ରାପ୍ତ ବାଂଲାଦେଶୀ ସେନା ଅଧିକାରୀମାନେ ତାଲିମ ଦେଉଛନ୍ତି, ଯେଉଁମାନେ ପାକିସ୍ତାନ ସମର୍ଥକ। ଭବିଷ୍ୟତରେ ଏପରି ଆହୁରି କ୍ୟାମ୍ପ ସ୍ଥାପନ କରିବାର ଯୋଜନା ଅଛି। ୧ଲକ୍ଷ ୬୦ ହଜାରରୁ ଅଧିକ ଲୋକଙ୍କୁ ଟ୍ରେନିଂ ଦେବାର ପ୍ରସ୍ତୁତି ଚାଲିଛି। ଏହାଛଡା ଏହି ସବୁ କ୍ୟାମ୍ପ ଗୁଡିକୁ ପାକିସ୍ତାନୀ ସେନା ଓ ଆଇଏସ୍ଆଇ ଅଧିକାରୀ ଉଭୟ ପ୍ରାୟ ସମୟ ଯିବା ଆସିବା କରନ୍ତି। ସେମାନେ କ୍ୟାମ୍ପ ଗୁଡିକୁ ଫଣ୍ଡ ଓ ଉପକରଣ ସପ୍ଲାଇ କରିଥାନ୍ତି।
