ଭୁବନେଶ୍ୱ: ବିଜେଡିର ପ୍ରେସମିଟ୍ । ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଗଣମାଧ୍ୟମ ଆଗରେ ବିଜେପି ବିରୁଦ୍ଧରେ ଏଭଳି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଖୁବ୍ଶୀଘ୍ର ବିଜେପି ସରକାରର ମୁଖା ଖୋଲିଯିବ । ବିଜେଡିକୁ ବଦନାମ କରିବାକୁ ବଡ଼ ଚକ୍ରାନ୍ତ କରିଛି ବିଜେପି । ଶ୍ରୀଯୁକ୍ତ ବିକ୍ରମ ପଣ୍ଡା ଓ ଉମା ବିଷୋୟୀ ଏ ଚକ୍ରାନ୍ତରେ ବଳି ପଡ଼ିଛନ୍ତି । ବିଭୂତି ଭୂଷଣ ଜେନା ଏ ମର୍ଡର କେସ୍ରେ ସମ୍ପୃକ୍ତ ଅଛନ୍ତି । ବିକ୍ରମ ପଣ୍ଡାଙ୍କ ରାଜନୈତିକ କ୍ୟାରିୟରକୁ ନଷ୍ଟ କରିବାକୁ ଏହା ବିଜେପିର ଚକ୍ରାନ୍ତ । ଏଭଳି ଭାବରେ ଲୋକଙ୍କୁ ମିଛ ମାମଲାରେ ଫସାଇ ରାଜନୀତି କରାଗଲେ ଏହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ । ଏ ମାମଲାରେ ଯେଉଁମାନେ ପ୍ରକୃତରେ ସମ୍ପୃକ୍ତ ସେମାନଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ କରାଯାଇଛି । ବିକ୍ରମ ସମେତ ମୋଟ୍ ୧୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୂର୍ବତନ ମେୟର ଶିବସଙ୍କର ଦାସ ମଧ୍ୟ ଗିରଫ ହୋଇଛନ୍ତି । କର୍ପୋରେଟର ମଳୟ ବିଷୋୟୀ, ୨ ସାର୍ପ ସୁଟର ଓ ଜଣେ ସ୍ଥାନୀୟ ସୁଟର, ରେକି କରିଥିବା ଅଭିଯୁକ୍ତ, ସହଯୋଗୀ ମଦନ ଦଳେଇ, କାଳିଆ ଭୂୟାଁ, ଯୋଗୀ ରାଉତ, ରାଜେନ୍ଦ୍ର ସାହୁ, ଚିଣ୍ଟୁ ପ୍ରଧାନ ଗିରଫ ହୋଇଛନ୍ତି । ଗିରଫ ପରେ ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କଠାରୁ ବନ୍ଧୁକ, କପଡ଼ା, ମୋବାଇଲ ଫୋନ ଜବତ ହୋଇଛି । ଅନ୍ୟପଟେ ପ୍ରେସମିଟ୍ରେ ପୀତବାସ ପଣ୍ଡା ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ବ୍ରହ୍ମପୁର ଏସ୍ପି । ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିଲା ବୋଲି ଏସ୍ପି କହିଛନ୍ତି । ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ମଧ୍ୟ ଥିଲା । ବିକ୍ରମ ପଣ୍ଡାଙ୍କ କ୍ୟାରିୟର ନଷ୍ଟ କରିବାକୁ ଚାହୁଁଥିଲେ ପୀତବାସ । ପୀତବାସଙ୍କ କ୍ୟାରିୟର ନଷ୍ଟ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ବିକ୍ରମ । ଘଟଣାରେ ଆଉ କିଛି କର୍ପୋରେଟର ସମ୍ପୃକ୍ତି ଅଛି । ହତ୍ୟା ପାଇଁ ଉମା ବିଷୋୟୀ ଷଡ଼ଯନ୍ତ୍ର ରଚିଥିବା ଏସ୍ପି କହିଛନ୍ତି । ପୀତବାସଙ୍କୁ ନମସ୍କାର କରି ଗୁଲି ମାରିଥିଲେ ଅଭିଯୁକ୍ତ । ହତ୍ୟା ପାଇଁ ଅଭିଯୁକ୍ତ ନୂଆ ପ୍ୟାଣ୍ଟ, ସାର୍ଟ ପିନ୍ଧି ଆସିଥିଲେ । ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ଗିରଫ କରାଯାଇଥିବା ବେଳେ ଆଉ ୩ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ଏସ୍ପି କହିଛନ୍ତି ।
