ନୂଆଦିଲ୍ଲୀ : ଆଫଗାନିସ୍ତାନ ଓ ପାକିସ୍ତାନ ଭିତରେ ବିବାଦ ଚରମ ସୀମାରେ ପହଁଞ୍ଚିଛି। ଆଫଗାନିସ୍ତାନ ଉପରେ ନିକଟରେ ଏୟାରଷ୍ଟ୍ରାଇକ୍ କରି ପାକିସ୍ତାନ ଅସ୍ତ୍ରବିରତି ନିୟମକୁ ଉଲଂଘନ କରିଥିଲା। ଯାହାପରେ ତାଲିବାନ ଏହାର ପ୍ରତିଶୋଧ ନେବ ବୋଲି ଚେତାବନୀ ଦେଇଛି। ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ଭିତରେ ଆଫଗାନିସ୍ତାନର ୩ ଉଦୀୟମାନ କ୍ରିକେଟର ମଧ୍ୟ ଥିଲେ। ପାକିସ୍ତାନର ଏହି ଆକ୍ରମଣ ପରେ ତାଲିବାନ କଡା ଚେତାବନୀ ଦେଇଛି। ପାକିସ୍ତାନକୁ ଦେଶକୁ ଧମକ ଦେଇ ଆଫଗାନିସ୍ତାନର ମନ୍ତ୍ରୀ ତଥା ତାଲିବାନ ନେତା ମୌଲବୀ ମହମ୍ମଦ ନଭି ଓମାରି କହିଛନ୍ତି, ଆକ୍ରମଣ ଚେଷ୍ଟା କରାଗଲେ ପାକିସ୍ତାନ ସୈନିକଙ୍କୁ ଭାରତ ସୀମା ପର୍ଯ୍ୟନ୍ତ ପଠାଇ ଦେବୁ। ପାକିସ୍ତାନୀ ସେନାକୁ ଚେତାବନୀ ଦେଇ ଓମାରି କରିଛନ୍ତି, ଯଦି ଆଫଗାନିସ୍ତାନ ଓ ଲୋକମାନେ ଧାର୍ମିକ ନିର୍ଦ୍ଦେଶରେ ଆକ୍ରମଣକାରୀ ଘୋଷିତ କରି ଦିଅନ୍ତି, ତେବେ ମୁଁ ପ୍ରତିଜ୍ଞା କରୁଛି,ତୁମକୁ ଭାରତୀୟ ସୀମା ପର୍ଯ୍ୟନ୍ତ ବି ସୁରକ୍ଷା ମିଳିବନି।’କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ଓ ଶେହବାଜ ସରିଫ୍ ଭେଟିଥିଲେ। ଏହି ସାକ୍ଷାତକୁ ନେଇ ତାଲିବାନୀ ମନ୍ତ୍ରୀ କହିଛନ୍ତି, ପାକିସ୍ତାନୀ ସେନା ସବୁକିଛି ଅନ୍ୟମାନଙ୍କ ଇଛା ହିସାବରେ କାମ କରିଥାଏ। ସମସ୍ତେ ଶରିଫ୍ଙ୍କୁ ଟ୍ରମ୍ପଙ୍କ ଚାଟୁକାରୀ କରୁଥିବାର ଦେଖିଛନ୍ତି। ଏହା ଭିତରେ ପାକିସ୍ତାନ ଓ ଆଫଗାନିସ୍ତାନ ଦୋହାରେ ଆଲୋଚନା ବେଳେ ତୁରନ୍ତ ଅସ୍ତ୍ରବିରତି ଉପରେ ରାଜି ହୋଇଯାଇଥିଲେ। ତେବେ ଏହା ସମୟ ହିଁ କହିବ ପାକିସ୍ତାନ ନିଜର ଏହି ଚୁକ୍ତିକୁ କେତେ ମାନିବ। କାରଣ ଗତ କିଛି ଦିନ ହେବ ଅସ୍ତ୍ରବିରତି ହେବାପରେ ବି ସେ ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏକ ସପ୍ତାହରୁ ଅଧିକ ସମୟ ଦକ୍ଷିଣ ଏସିଆ ସୀମାରେ ରକ୍ତାକ୍ତ ସଂଘର୍ଷରେ ଲାଗିଥିଲା।
