ଭୁବନେଶ୍ବର: ଆମ ରଜ୍ୟରେ ଜେଲର ସ୍ଥିତି ଏବେ ପୁରା ସଙ୍ଗୀନ । ଚୌଦ୍ଵାର ଜେଲରୁ ଦୁଇ କଏଦୀ ଫେରାର ହେବା କିଛି ନୂଆ ଘଟଣା ନୁହେଁ।ଏହା ପୂର୍ବରୁ ମଧ୍ୟ ଅନେକବାର ଏମିତି ଘଟଣା ଘଟିସାରିଛି। ଏଭଲି ଘଟଣା ଓଡିଶା ପାଇଁ କିଛି ନୂଆ କଥା ନୁହେଁ । କିନ୍ତୁ ଏବେ ସମୟ ଆସିଛି। ମୋହନ ମାଝୀଙ୍କୁ ଜେଲ ବିଭାଗ ସଜାଡିବାର । ଯେତେ ସବୁ ଆପାରଗ ବିଜେଡି ମାର୍କା ଅଫିସର ସବୁ ଜେଲ ବିଭାଗରେ ରହି ବାହସ୍ଫୋଟିଆ ଡାଇଲଗ ସବୁ ମାରୁଛନ୍ତି। ତାଙ୍କୁ ସବୁ ବାଛି ବାଛି ସେମାନଙ୍କୁ ବିଦା କରିବାର ଏବେ ଆବସ୍ୟକ ରହିଛି । ତେବେ ଏବେ ଯେଉଁ ଘଟଣାକୁ ନେଇ ଚର୍ଚ୍ଚା ହେଉଛି। ଯେଉଁ ଦୁଇ ବିହାରୀ କଏଦୀ ଫେରାର ହେବା ଘଟଣାକୁ ନେଇ ସାରା ରାଜୟରେ ଚର୍ଚ୍ଚା ହେଉଛି ତାହା ପୂର୍ବରୁ 1976 ମସିହାରେ ବି ହୋଇଥିଲା । 49 ବର୍ଷତଳେ ଦେଶର ମୋଷ୍ଟ ୱା[େଡ୍ ଅପରାଧୀ ସଦାଲାଲ୍ ଗୁପ୍ତା ରାଉରକେଲା ଜେଲ୍ରୁ ଫେରାର ହୋଇଯାଇଥିଲା । ପାଖାପାଖି 8ରୁ ଅଧିକ ହତ୍ୟା ମାମଲାରେ ସମ୍ପୃଚ୍ଛ ଥିବା ସଦାଲାଲ୍ ଓଡ଼ିଶା ପୁଲିସ ଦ୍ଵାରା ଗିରଫ ପରେ ରାଉରକେଲା ଜେଲ୍ରେ ସଜା କାଟୁଥିଲା । କିନ୍ତୁ ଜେଲ୍ ସୁରକ୍ଷାକର୍ମୀଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ସେ ଫେରାର ହୋଇଯାଇଥିଲା। ଗଲା 9 ବର୍ଷ ଭିତରେ ଓଡ଼ିଶାର ବିଭିନ୍ନ ଜେଲ୍ରୁ 67 ଜଣ ବିଚାରାଧୀନ ଓ ଦୋଷୀ ସାବ୍ୟସ୍ତ କଏଦୀ ଫେରାର ହୋଇଯାଇଛନ୍ତି।
ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହେବା ପୂର୍ବରୁ ଉନ୍ନରପ୍ରଦେଶର ସଦାଲାଲ୍ ଗୁପ୍ତା ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଥିଲା। ସଦାଲାଲ୍ ଓଡ଼ିଶା ସମେତ ପଡ଼ୋଶୀ ବିହାର, ପଶ୍ଚିମବଙ୍ଗ, ଉନ୍ନରପ୍ରଦେଶ, ମଧ୍ୟପ୍ରଦେଶ ରାଜ୍ୟ ପୁଲିସ ରେକର୍ଡରେ ମୋଷ୍ଟ ୱା[େଡ୍ ଥିଲା। ତାକୁ କୌଣସି ରାଜ୍ୟ ପୁଲିସ ବାନ୍ଧି ପାରୁନଥିଲେ। ଶେଷରେ ଓଡ଼ିଶା ପୁଲିସ ଦ୍ଵାରା ଗିରଫ ପରେ 2ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଉରକେଲା ଜେଲ୍ରେ ସଜା କାଟୁଥିଲା। ସେ ସମୟରେ ତା’ ବିରୋଧରେ ଆହୁରି 5ଟି ମାମଲା କୋର୍ଟର ବିଚାରାଧୀନ ଥିଲା। 1976 ମସିହା ଜରୁରିକାଳୀନ ପରିସ୍ଥିତି ସମୟରେ ସଦାଲାଲ ସମେତ ଏକାଧିକ କଏଦୀ ରାଉରକେଲା ଜେଲ୍ରୁ ଫେରାର ହୋଇଯାଇଥିଲେ। ସଦାଲାଲକୁ ବାଦ୍ ଦେଲେ ଅନ୍ୟ ସମସ୍ତ କଏଦୀଙ୍କୁ ପୁଲିସ କାବୁ କରିଥିଲା। ଏହି ଘଟଣା ପରେ କାରାଗାର ବିଭାଗରେ ସଂସ୍କାର ହୋଇଥିଲା। ଜଣେ ପୁଲିସ ଅଫିସରଙ୍କୁ କାରାଗାର ବିଭାଗ ଆଇଜି ଭାବେ ଦାୟିତ୍ଵ ଦିଆଯାଇଥିଲା। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କାରାଗାର ବିଭାଗ ଆଇଜି ଦାୟିତ୍ବରେ ରହୁଥିଲେ। ପ୍ରଥମ ପୁଲିସ ଅଫିସର ଭାବେ ଏ.ବି. ତ୍ରିପାଠୀ ଦାୟିତ୍ବ ଗ୍ରହଣ କରିଥିଲେ। ୱାର୍ଡରଙ୍କୁ ପୁଲିସ ଟ୍ରେନିଂ ସ୍କୁଲରେ ତାଲିମ ଦିଆଯାଇଥିଲା। ଏହା ପରଠାରୁ ଫେରାର ହେବା ଘଟଣା ଅନେକ ମାତ୍ରାରେ ରୋକାଯାଇ ପାରିଥିଲା । 2000ରେ କୋଦଳା ଓ ଖଲିକୋଟ ଜେଲ୍ର ଜଣେ ଅପରାଧୀ ବିଭିନ୍ନ ସମୟରେ ତିନି ଥର ଲୁଟ୍ ଓ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ସାମିଲ ଥିଲେ । ରାଜ୍ୟ କାରାଗାର ବିଭାଗର ତଥ୍ୟ ଅନୁଯାୟୀ, 2023ରେ 6 ଜଣ ଜେଲ୍ରୁ ଚମ୍ପଟ ମାରିଥିବା ବେଳେ 2022ରେ 7 ଜଣ, 2021ରେ 7 ଜଣ, 2020ରେ 4 ଜଣ, 2019ରେ 12 ଜଣ, 2018ରେ 10 ଜଣ, 2017ରେ 5 ଜଣ, 2016ରେ 10 ଜଣ, 2015ରେ 6 ଜଣ କଏଦୀ ଫେରାର ହୋଇଯାଇଥିଲା। ଏବେ ଚୌଦ୍ଵାର ସର୍କଲ ଜେଲ୍ରୁ ଗଲା 3 ତାରିଖ ରାତିରେ କୁଖ୍ୟାତ ଅପରାଧୀ ବିହାର ବେଗୁସରାଇର ରାଜା ସାହାଣୀ ଓ ସାରଣର ମଧୁକାନ୍ତ କୁମାର ଫେରାର ହୋଇଯାଇଥିଲେ। କମିସନରେଟ୍ ପୁଲିସ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ 50 ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ ସୁଦ୍ଧା ପନ୍ନା ମିଳୁନାହିଁ। ଏହି ଦୁଇ ଅପରାଧୀ ଜାନୁଆରି 4ରେ ଯାଜପୁର ଜିଲ୍ଲା ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାରରୁ ସୁନା ଲୁଟିଥିଲେ । ଗଲା 9 ବର୍ଷରେ ଫେରାର ହୋଇଥିବା ଏହି ଅପରାଧୀଙ୍କ ମଧ୍ୟରୁ ଅନେକଙ୍କର ଏଯାଏଁ ପନ୍ନା ମିଳିପାରି ନାହିଁ। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ କହିବା ଅନୁଯାୟୀ, ଜେଲ୍ ୱାର୍ଡରଙ୍କ ବିନା ସହଯୋଗରେ କଏଦୀ ଜେଲ୍ରୁ ଖସିବା ସମ୍ଭବପର ନୁହେଁ। ଚୌଦ୍ବାର ସର୍କଲ ଜେଲ୍ରେ ଯେଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି, ଏଠାରୁ ଦୁଇ କୁଖ୍ୟାତ ଅପରାଧୀ ଖସିଯିବା ଚିନ୍ତାଜନକ।
