ଭୁବନେଶ୍ବର: ଆମ ନେତା ମନ୍ତ୍ରୀ କିଛି ଟିକେ ହେଲେ ଦିଲ୍ଲୀ ଦୈାଡୁଛନ୍ତି ପରାମର୍ଶ ନେବା ପାଇଁ ସିନା । କିନ୍ତୁ ଦିଲ୍ଲୀ ଢାଂଚା କଣ ଓଡ଼ିଶାରେ ଚଳିବ? ଦିଳ୍ଲୀରେ ଯେମିତି କୁକୁର ଗଣନା ହେଲା ତାକୁ ଦେଖି ଆମ ଅଧିକାରୀମାନେ ଗାଡି ଧରିବାହାରିଥିଲେ କୁକୁର ଗଣିବାକୁ। ହେଲେ 4ଲକ୍ଷ ଟଙ୍କା ସ୍ଵାହା କିନ୍ତୁ ଫଳ ଶୂନ। ଏବେ ତଥ୍ୟ ଦେବାକୁ ବିଏମସିକୁ ଲାଜ ଲାଗୁଛି। କଥାରେ ଅଛି କାନ୍ଦୁଛନ୍ତି ହେଲେ ଆଖିରୁ ଲୁହ ଗଡୁନି । ଲୋକଙ୍କ ସୁରକ୍ଷା ପାଇଁ ଏଠି ନେତାଙ୍କ ଠାରୁ ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ସବୁ ତତ୍ପର ହେଲେ କିନ୍ତୁ ଟଙ୍କା ଖର୍ଚ୍ଚପରେ ଏହି କାମ ନାହିଁକି ହିସାବ ନାହିଁ। ଆମେ ଏଥିପାଇଁ ଏଭଳି କହୁଛୁ କୁକୁର କାମୁଡା କମାଇବା ସହ, ସଂକ୍ରମଣ ରୋଗ,ସଡକ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣତି କରୁଛୁ ବୋଲି ପ୍ରଚାର କଲେ ।ଏଥିପାଇଁ ପ୍ରାୟ ସାଢେ 4 ଲକ୍ଷ ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ଏବେ ତଥ୍ୟ ଦେବାକୁ ବିଏମସିକୁ ଲାଜ ଲାଗୁଛି । କରଣ ଯେଉଁ ମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ବୋଧ ହୁଏ ସେମାନେ ଏହି କାମ ଠିକ ଭାବେ କରିପାରିଲେନି। ପ୍ରଥମେ କହୁଥିଲେ ରାଜଧାନୀରେ 70 ହଜାର ବୁଲାକୁକୁର ଅଛନ୍ତି ହେଲେ ପରେ ଗଣିଲା ବେଳକୁ ଏହା ଅଧାକୁ ଆସିଗଲା। ଗଣତି ଠିକ ଭାବରେ ହୋଇନଥିବା ଜଣିବା ପରେ ଅଧିକାରୀ ଗଣନା ପରେ ସଂଖ୍ୟା ମେଳ ଚାଲିଛି ବୋଲି କହି କଥାକୁ ଟାଳୁଛନ୍ତି । ଯାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଗତ ସେପ୍ଟେମ୍ଵରରେ 67ଟି ୱାର୍ଡରେ ଦୁଇଟି ପର୍ଯ୍ୟାୟରେ କୁକୁର ଗଣନା ଆରମ୍ଭ କରିଥିଲା ବିଏମସି । ପ୍ରଥମ ପର୍ଯ୍ୟାୟରେ ସେମ୍ବେର 18ରୁ 21 ତାରିଖ ଓ ଦ୍ଵିତୀୟ ପର୍ଯ୍ୟାୟରେ ସେପ୍ଟେମ୍ଵର 22ରୁ 25 ତାରିଖ ପର୍ଯ୍ୟନ୍ତ ବୁଲାକୁକୁର ଗଣତି କରାଯାଇଥିଲା । ଏହି 410 ଜଣିଆ ଟିମରେ ସ୍ଵଚ୍ଛସାଥୀ , ସୁପରଭାଇଜର ,ସାନିଟାରି ଇନ୍ସପେକ୍ଟର,ଡିଇଓ,ୱାର୍ଡ ଅଫିସରମାନେ ନିୟୋଜିତ ଥିଲେ। ସଖାଳ 5ରୁ 7ଟା ଯାଏ ଏହି କାର୍ଯ୍ୟ ଚାଲିଥିଲା । ଅଂଚଳରେ କେତେ କୁକୁର ଅଛନ୍ତି ତା ଜାଣଇଲା ପରେ ସେମାନଙ୍କ ବନ୍ଧ୍ୟାକରଣ ଏବଂ ସ୍ଥାୟୀ କୁକୁର ସଂଖ୍ୟା ପରିଚାଳନା କର୍ଯ୍ୟକ୍ରମ ବିକଶିତ କରି ହେବ ବୋଲି ମେୟର ଓ କମିସନର କହିଥିଲେ। ଏହା ଭିତରେ 15 ଦିନ ବିତିଯାଇଥିଲେ ମଧ୍ୟ ତଥ୍ୟ ଦେବାକୁ ଅଧିକାରୀ ପଛଘୁଂଚା ଦେଉଛନ୍ତି ଯେଉଁଥିପାଇଁ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହେଉଛି ।
