୨ ବର୍ଷର ଅପେକ୍ଷାର ହେବ ଅନ୍ତ । ଇସ୍ରାଏଲକୁ ଫେରିବେ ପଣବନ୍ଦୀ। ୨୦୨୩ ଅକ୍ଟୋବର ୭ ତାରିଖ ଇସ୍ରାଏଲ ଉପରେ ହଠାତ୍ ଆକ୍ରମଣ କରିଥିଲା ଆତଙ୍କବାଦୀ ସଙ୍ଗଠନ ହମାସ । ଆକ୍ରମଣରେ ୧,୨୦୦ ଇସ୍ରାଏଲୀ ନାଗରିକ ନିହତ ହୋଇଥିଲେ ଓ ୨୫୦ରୁ ଅଧିକଙ୍କୁ ପଣବନ୍ଦୀ ଭାବେ ନିଆଯାଇଥିଲା । ଏହାରି ଭିତରେ ଇସ୍ରାଏଲ-ହମାସ ଯୁଦ୍ଧକୁ ୨ ବର୍ଷ ପୁରିଛି । କିନ୍ତୁ ଘର ଫେରିନାହାଁନ୍ତି ଅନେକ ଇସ୍ରାଏଲ ବନ୍ଧକ । ଗାଜା ଶାନ୍ତି ଚୁକ୍ତି ନେଇ ଉଭୟ ଇସ୍ରାଏଲ-ଏବଂ ହମାସ ମଧ୍ୟରେ ସହମତି ପ୍ରକାଶ ପାଇଛି । ସୋମବାର ସୁଦ୍ଧା ସବୁ ପଣବନ୍ଦୀଙ୍କ ମୁକ୍ତି ସମ୍ଭବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ସୋମବାର ସୁଦ୍ଧା ୫୦ ଜଣ ପଣବନ୍ଦୀଙ୍କ ମୁକ୍ତି ସମ୍ଭବ । ଏହି ବନ୍ଧକଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୃଦ୍ଧ ଅଛନ୍ତି । ଏହା ସ୍ଥାୟୀ ଶାନ୍ତି ଆଡ଼କୁ ପ୍ରଥମ ପଦକ୍ଷେପ ହେବ ବୋଲି ଟ୍ରମ୍ପ କହିଛନ୍ତି । ପାଲେଷ୍ଟାଇନ କଏଦୀଙ୍କ ବଦଳରେ ପଣବନ୍ଦୀଙ୍କୁ ମୁକ୍ତି କରିବ ହମାସ। ଗାଜା-ଇସ୍ରାଏଲ ସୀମାରେ ଇସ୍ରାଏଲ ନାଗରିକମାନେ ସେମାନଙ୍କ ପ୍ରିୟଜନଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ।
