ଏହା ନିସନ୍ଦେହ ଯେ, ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ ଗାଜାବାସୀ ଏବେ ବଳି ପଡିଛି। ଗଲା 22ମାସରୁ ଉର୍ଦ୍ଧ୍ଵ ସମୟ ଧରି ଗାଜା ଉପରେ ଇସ୍ରାଏଲର ଚାଲିଥିବା ବର୍ବର ଆକ୍ରମଣରେ ବର୍ତମାନ ସୁଦ୍ଧା 70ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କର ମୃତୁ୍ୟ ଘଟିଥିବାବେଳେ 2ଲକ୍ଷରୁ ଉର୍ଦ୍ଧ୍ଵ ଆହତ ହୋଇ ଔଷଧ, ପାନୀୟ ଓ ଖାଦ୍ୟବିନା ହସ୍ପିଟାଲରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି। ଏପରିକି ରିଲିଫ ପାଇଁ ଲମ୍ଵା ଧାଡିରେ ଅପେକ୍ଷା କରିଥିବା ଗାଜାର କ୍ଷୁଧାର୍ତ ଶିଶୁ, ବୃଦ୍ଧ, ବୃଦ୍ଧାଙ୍କ ଉପରେ ଇସ୍ରାଏଲ ବୋମାମାଡ ଜାରି ରହିଛି। ଇସ୍ରାଏଲର ନୃଶଂସ ଆକ୍ରମଣ ଗଣ ସଂହାରଠାରୁ କୌଣସି ଗୁଣରେ କମ୍ ନୁହେଁ। ତେବେ ଏହି ଗଣସଂହାର ବା ଇସ୍ରାଏଲ ଅମାନୁଷିକ ଆକ୍ରମଣ କେବେ ବନ୍ଦ ହେବ ତାହା ଭବିଷ୍ୟତ ହିଁ କହିବ? ଏବେ ଇସ୍ରାଏଲର ସୁକୁ୍ୟରିଟ୍ କ୍ୟାବିନେଟ ସମ୍ପୂର୍ଣ୍ଣ ଗାଜାକୁ ଦଖଲ କରିବା ପାଇଁ ନିଷ୍ପତି ଗ୍ରହଣ କରିବା ପାଲେଷ୍ଟାଇନରେ ସୃଷ୍ଟି ହୋଇଥିବା ଭୟଙ୍କର ମାନବିକ ସଂକଟକୁ ନେଇ ଆନ୍ତର୍ଜାତିକ ସ୍ତରରେ ସୃଷ୍ଟି ହୋଇଥିବା ଉଦ୍ବେଗ ପ୍ରତି ପ୍ରତ୍ୟକ୍ଷ ଆଗମନ ସଦୃଶ ବୋଲି କୁହାଯାଇପାରିବ। ଇସ୍ରାଏଲର ଏଭଳି ଆଭିମୁଖ୍ୟ ତଥା ନିଷ୍ପତିକୁ ବିଶ୍ବର ବହୁ ଖ୍ୟାତନାମା ଗଣହତ୍ୟା ବିରୋଧ ବୁଦ୍ଧିଜୀବୀଙ୍କ ସମେତ ଉଭୟ ଆନ୍ତର୍ଜାତିକ ଓ ଇସ୍ରାଏଲର ମାନବିକ ଅଧିକାର ସଂଗଠନ ଦୃଢ ବିରୋଧ କରିଛନ୍ତି। ପାଲେଷ୍ଟାଇନରେ ଇସ୍ରାଏଲ ଗଣସଂହାର ଚଳାଇଛି ବୋଲି ସେମାନେ ଦର୍ଶାଇଛନ୍ତି। ସେହିପରି ପାଲ୍ଲଷ୍ଟାଇନ ବିରୁଦ୍ଧରେ ଇସ୍ରାଏଲର ଯୁଦ୍ଧକୁ ଦେଶର ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ର୍ବତନ ସେନାମୁଖ୍ୟ ଏବଂ ଗୋଇନ୍ଦା ମୁଖ୍ୟମାନେ ଦୃଢ ବିରୋଧ କରିଛନ୍ତି। କେବଳ ଏତିକି ନୁହେଁ, ଇସ୍ରାଏଲରେ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନୁ୍ୟହ ବେଞ୍ଜାମିନଙ୍କ ଯୁଦ୍ଧଖୋର ମନୋଭାବ ବିରୁଦ୍ଧରେ ବ୍ୟାପକ ଜନମତ ପ୍ରକାଶ ପାଇଛି। କିଛି ଦିନ ତଳେ ଇସ୍ରାଏଲରେ ଯେଉଁଭଳି ନେତାନୁ୍ୟହ ବିରୋଧି ବିକ୍ଷୋଭ ସାଧାରଣ ଲୋକମାନେ ପ୍ରଦର୍ଶନ କରିଥିଲେ, ତାହା ଅଦଭୂତ୍ପୂର୍ବ ଥିଲା। ଏହା ନିସନ୍ଦେହ ଯେ, ଇସ୍ରାଏଲର ନେତାନୁ୍ୟହ ଲୋକପ୍ରିୟତା ହରାଇଥିବା ଜଣେ ନେତା। ନିର୍ବାଚନ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖି ପୁନର୍ବାର କ୍ଷମତା ଦଖଲ କରିବା ତାଙ୍କର ଲକ୍ଷ୍ୟ। ଏହା ନିସନ୍ଦେହ ଯେ, ଇସ୍ରାଏଲୀ ଅବରୋଧ ଯୋଗୁଁ ଗାଜାରେ ଦୁର୍ଭିକ୍ଷ ସୃଷ୍ଟି ହୋଇଛି। ଜଳ, ଖାଦ୍ୟ, ଔଷଧ ଅଭାବରୁ ଲୋକେ ପୋକମାଛ ପରି ମୃତୁ୍ୟ ମୁଖରେ ପଡୁଥିବାବେଳେ ହଜାର ହଜାର ଶିଶୁ ଅପପୁଷ୍ଟିର ଶୀକାର ହୋଇଛନ୍ତି। ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଆନ୍ତର୍ଜାତିକ ସମୁଦାୟ ଅପିଲ କରିଛି। ଏପରିକି ଇସ୍ରାଏଲର ବନ୍ଧୁ ରାଷ୍ଟ୍ର ଯୁଚ୍ଛରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୁଦ୍ଧ ବନ୍ଦ ଲାଗି 13ଜଣିଆ କଂଟ ଦେଇ ବିଫଳ ହେବା ପରେ ଏବେ ନୀରବ ରହିଛି। ଯାହାକି ଇସ୍ରାଏଲ ଆହୁରି ଉସାହିତ କରିଥିବା କୁହାଯାଇପାରେ। ସେହିପରି ଇସ୍ରାଏଲର ମିତ୍ର ରାଷ୍ଟ୍ର ଭାବେ ପରିଚିତ ଫ୍ରାନସ୍, ବ୍ରିଟେନ, କାନାଡା ସମେତ ବହୁ ରାଷ୍ଟ୍ର ଯୁଦ୍ଧବିରତି ପାଇଁ ଦାବି କରିବା ସଙ୍ଗେ ସଙ୍ଗେ ପାଲେଷ୍ଟାଇନକୁ ରାଷ୍ଟ୍ରର ମାନ୍ୟତା ଦେବା ପାଇଁ ପ୍ରତିଶ୍ରୃତି ଦେଇଛନ୍ତି। ଆହୁରି ମଧ୍ୟ ଗଣହତ୍ୟା ଅଭିଯୋଗରେ ନେତାନୁ୍ୟହଙ୍କୁ ଗିରଫ କରିବା ପାଇଁ ଆନ୍ତର୍ଜାତିକ ଅଦାଲତ ଗିରଫ ପରୱାନା ଜାରି କରିଥିବା ସତ୍ଵେ ବେଖାତିର କରିଚାଲିଛନ୍ତି। ଗାଜାରେ କୌଣସି ଅନାହାର ପରିସ୍ଥିତି ନାହିଁ। ଯେଉଁ କଙ୍କାଳସାର ଫଟୋ ଜାରି ହୋଇଛି, ତାହା ବହୁପୁରୁଣା ଓ ସଂରକ୍ଷିତ ଥିବା ଫଟୋ। ସେ ଆହୁରି କହିଛନ୍ତି ଯେ, ଗାଜାକୁ ପୂର୍ଣ୍ଣ ନିୟନ୍ତ୍ରଣରେ ନେବାକୁ ଚାହାଁନ୍ତି, କିନ୍ତୁ ଏହାକୁ କବଜାରେ ରଖିବାକୁ ଚାହାଁନ୍ତି। ଗାଜାକୁ ନିୟନ୍ତ୍ରଣକୁ ନେବା ପର୍ଯ୍ୟନ୍ତ ହମାସ ଆତଙ୍କବାଦୀ ସଂଗଠନର ଅନ୍ତ ଘଟିବ ନାହିଁ। ତେବେ ତାଙ୍କର ଏହି କଥା ବିଶ୍ବାସ ଯୋଗ୍ୟ ନୁହେଁ କି ଗ୍ରହଣଯୋଗ୍ୟ ମଧ୍ୟ ନୁହେଁ। ଗତ 2024 ଏପ୍ରିଲରେ ସେ କହିଥିଲେ ଯେ, ଗାଜା ବିଜୟଠାରୁ ଯୁଦ୍ଧ ବିରତିକୁ ରଦ୍ଦ କରି ଗାଜା ଅବରୋଧ କରିଥିଲେ ଯାହାକି ଏବେ ଅନାହାରର ସଂକଟର କାରଣ ହୋଇଛି। ଇସ୍ରାଏଲର ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ବାରମ୍ଵାର ଗାଜା ଦଖଲ ପାଇଁ ଆହ୍ଵାନ ଦେଇଛନ୍ତି। ଏହା ନିସନ୍ଦେହରେ ଇସ୍ରାଏଲ ତାର ଶଚ୍ଛିଶାଳୀ ସାମରିକ ବାହିନୀ ସହାୟତାରେ ଗାଜାକୁ ଦଖଲ କରିବା ଅସମ୍ଭବ ମନେହୁଏ ନାହିଁ। ତେବେ ବିଶ୍ବ ସମୁଦାୟ ଆଉ ନୀରବ ରହିବା ଉଚି ନୁହେଁ। ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲ ଉପରେ ଚାପ ପକାଯାଉ। ଏହା ବିଫଳ ହେଲେ, ପୁନର୍ବାର ବାସନ୍ଦ କଟକଣା ଲାଗୁ କରାଯାଉ। ତେବେ ଏହାର ନେତୃତ୍ଵ ଆମେରିକା ନେଲେ ଇସ୍ରାଏଲରକୁ ଜବତ କରିବା ସହଜ ଓ ସମ୍ଭବ ହେବ। ରାଷ୍ଟ୍ରପତି ଟ୍ରମ୍ପ ଯଦି ନିଜକୁ ଶାନ୍ତିର ମଣିଷ ବୋଲି ଦାବି କରୁଛନ୍ତି, ତେବେ ସେ ନେତା ନୁ୍ୟହଙ୍କୁ ଯୁଦ୍ଧରୁ ନିବୃତ କରିବା ଜରୁରୀ। ସେହିପରି ଭାରତ ମଧ୍ୟ ନୀରବ ରହିବା ଉଚିତ ନୁହେଁ। ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ସହ ଭାରତର ଉତମ ସୁସମ୍ପର୍କ ରହିଛି। ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୁଦ୍ଧରେ ଶାନ୍ତିଦୂତ ଭାବେ କାର୍ଯ୍ୟ କରିବା ଆବଶ୍ୟକ।
