କଟକ ୦୫/୦୭ : ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର ବିଉଟି ମହାନ୍ତି ଆତ୍ମହତ୍ୟା ଘଟଣାରେ ବଡ଼ ଅପଡେଟ୍। ପୁଲିସ ବିଭାଗର ଜଣେ କର୍ମଚାରୀଙ୍କୁ ଅଟକ। ବ୍ୟକ୍ତିଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି କମିଶନରେଟ ପୁଲିସର ସ୍ବତନ୍ତ୍ର ଟିମ୍। ଏପିରିକି ଅଟକ ବ୍ୟକ୍ତିଙ୍କୁ ମୋବାଇଲ ମଧ୍ୟ ଯାଞ୍ଚ କରାଯାଉଛି। ଆଗକୁ ତାଙ୍କ ସିଡ଼ିଆର ଯାଞ୍ଚ ହୋଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ସେହି ଅଟକ ବ୍ୟକ୍ତି ଜଣକ କିଏ ?। ବିଉଟି ମହାନ୍ତିଙ୍କ ଆତ୍ମହତ୍ୟା ପଛରେ ତାଙ୍କ କଣ ଲିଙ୍କ ? ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ଦିନ କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ନିକ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ । ତେବେ କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଛନ୍ତି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା । ତଥାପି ପରିବାର ଓ ସଂପର୍କୀୟମାନେ ଆଣିଥିଲେ ସଙ୍ଗୀନ ଅଭିଯୋଗ । କୁଆଡେ କାମ ଅଧିକ ଚାପ ଅନୁଭବ କରୁଥିଲେ । ଏପିରିକି ରବିବାର ଅପରାହ୍ନ ସମୟରେ ଓଡ଼ିଶା ପୁଲିସ ଅଫିସର ମହାସଂଘ ପ୍ରେସମିଟ୍ କରିଥିଲା । ଯେଉଁଥିରେ ସଂଘ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିବା ସହ ୩୦ ଦିନ ମଧ୍ୟରେ ରିପୋର୍ଟକୁ ଆସର୍ବଜନୀନ କରିବାକୁ ଦାବି କରିଥିଲା ।
