ମୁମ୍ବାଇ: ଇରାନ ଯୁଦ୍ଧକୁ ନେଇ ପୁଣି ଅନିଶ୍ଚିତତା ଦେଖାଦେବା ପରେ ଦେଶର ଦୁଇ ଷ୍ଟକ୍ ବଜାରରେ ଆଜି କାରବାର ପ୍ରଭାବିତ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୭୧୯ ପଏଣ୍ଟ୍ ହ୍ରାସ ପାଇ ୭୩,୫୨୪ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୪୪ ପଏଣ୍ଟ୍ ହ୍ରାସ ପାଇ ୨୩,୧୨୩ ପଏଣ୍ଟରେ ବନ୍ଦ ହୋଇଛି। ଆଜି ନିବେଶକମାନେ ସୂଚନା ପ୍ରଯୁକ୍ତି, ରିଅଲ ଇଷ୍ଟେଟ୍ ଓ ଧାତବ କ୍ଷେତ୍ର କମ୍ପାନିଗୁଡ଼ିକର ସେୟାର ଅଧିକ ବିକ୍ରି କରିଥିଲେ। ମ୍ୟାକ୍ସ ହେଲ୍ଥକେୟାର, ପାୱାରଗ୍ରିଡ୍ ଓ ଏୟାରଟେଲ୍ ସେୟାର ମୂଲ୍ୟରେ ଆଜି ଅଧିକ ବୃଦ୍ଧି ହୋଇଥିଲା। ୱିପ୍ରୋ, ଜିଓ ଫିନ୍ ଓ ଜୋମାଟୋ ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଗତ ଏପ୍ରିଲ୍ରେ ଯୁଦ୍ଧବିରତି ଘୋଷଣା ହେବା ପରଠାରୁ ପ୍ରଥମ ଥର ପାଇଁ ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଆକ୍ରମଣ ହୋଇଛି। ଇସ୍ରାଏଲ୍ ପକ୍ଷରୁ ପଶ୍ଚିମ ଓ ମଧ୍ୟ ଇରାନ ଉପରେ ଆକ୍ରମଣ କରାଯାଇଥିଲା। ସେହି ଖବର ପ୍ରକାଶ ପାଇବା ପରେ ଅଶୋଧିତ ତୈଳ ଦରରେ ବୃଦ୍ଧି ହୋଇଥିଲା। ଏଥି ସହିତ ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଥିଲା।
