ପୁଣି ଇସ୍କନର ମନମାନି । ବାରମ୍ବାର ତାଗଦ୍ ଓ ଚେତାବନୀ ଭିତରେ ପୁଣି ରଥଯାତ୍ରା ଆୟୋଜନ କରିଛି ଇସ୍କନ । କାନାଡାର ଦୁଇଟି ସ୍ଥାନରେ ଗତ ମେ ୩୦ ଓ ୩୧ତାରିଖରେ କରାଯାଇଛି ଅଦିନିଆ ରଥଯାତ୍ରା । ଗତ ୩୦ ତାରିଖରେ କାନାଡ଼ାର ୱାଟର ଲୁ ପାର୍କରେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ । ଏହାପରେ ୩୧ ତାରିଖରେ ଅର୍ଥାତ୍ ଗତକାଲି ନାଏଗ୍ରାରେ ପୁଣିଥରେ ରଥଯାତ୍ରା ପାଳନ କରାଯାଇଛି । ଅଦିନିଆ ରଥଯାତ୍ରାକୁ ନେଇ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ଇସ୍କନକୁ ଚେତାବନୀ ଦେଉଛି । ତଥାପି ଶ୍ରୀଜଗନ୍ନାଥ ସଂସ୍କୃତିକୁ ବାରମ୍ବାର ଅବମାନନା କରୁଛି ଏହି ଅନ୍ତର୍ଜାତୀୟ ଧାର୍ମିକ ଅନୁଷ୍ଠାନ । ଏଭଳି କରି ସେ ଜଗନ୍ନାଥ ପ୍ରେମୀଙ୍କ ମନରେ କୁଠାରଘାତ କରୁଛି । ନିଜର ଅଜବ ଯୁକ୍ତି ରଖି ରଥଯାତ୍ରା ପାଳନ କରୁଛି ଇସ୍କନ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ତିଥି ରହିଥିବାବେଳେ ଅତିଥିରେ ରଥଯାତ୍ରା କରି ଜଗନ୍ନାଥ ସଂସ୍କୃତିର ତାତ୍ସଲ୍ୟ ଉଡ଼ାଉଛି । ଅମାନିଆ ଇସ୍କନ, ଯେତେ ଚେତାବନୀ ଦେଲେ ବି ଖାତିର କରୁନଥିବା ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
