ଜହ୍ନ।ପଙ୍କ,୧୯/୩: ବୌଦ୍ଧ ଥାନା ଜହ୍ନ।ପଙ୍କ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ। ଫଳରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ। ସେହିପରି ମଝିଆ ଭାଇ ଗୁରୁତର ଥିବା ଜଣାପଡିଛି। ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୯ଟାରେ ବୌଦ୍ଧ ବ୍ଲକ ମୁଣ୍ଡିପଦର ପଂଚାୟତ ପଳସପାଟ ଗ୍ରାମର ଗୋଟିଏ ପରିବାରର ତିନି ଭାଇ ବାଇକ ଯୋଗେ ଜହ୍ନାପଙ୍କ ପଟୁ ନିଜ ଗାଁକୁ ଫେରୁଥିଲେ। ହେଲେ ସେହି ସମୟରେ ତେଲିବନ୍ଧ ବୁଲାଣି ନିକଟରେ ଭାରସାମ୍ୟ ହରାଇ ସେମାନଙ୍କ ବାଇକଟି ପନ୍ଥାଇ ବୁଲାଣି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଗାଡ଼ିଟି ବହୁ ଦ୍ରୁତଗତିରେ ଯାଉଥିବାବେଳେ ରାସ୍ତା କଡରେ ଥିବା ତିନୋଟି ପିଲର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଏବଂ ଗାଡିଟି ରାସ୍ତା କଡରେ ଥିବା ୧୦ ଫୁଟ ଡ୍ରେନ ତଳେ ପଡି ଯାଇଛି । ସ୍ଥାନୀୟ ଲୋକେ ତିନି ଗୁରୁତରଙ୍କୁ ଉଦ୍ଧାର କରି ଦୁଇଟି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ନେଇଥିଲେ । ଦିଲ୍ଲୀପ ଉର୍ମା ଓ ବିଜୟ ଉର୍ମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଭାଇ ରୋହିତ ଉର୍ମାଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ଘଟଣାସ୍ଥଳରେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ପ୍ରଧାନ ପହଞ୍ଚି ବାଇକକୁ ଜବତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।
