ଭୁବନେଶ୍ୱର: ବିଧାନସଭାରେ ଏସ୍ସିବି ଟ୍ରମା କେୟାର ଆଇସିୟୁ ଅଗ୍ନିକାଣ୍ଡ ତାତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହକୁ ଅଚଳ କଲେ ବିରୋଧୀ। ତିନି ଦିନ ହେଲାଣି ପ୍ରଶ୍ନକାଳରେ ଆଲୋଚନା ବେଳେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଚାଲିପାରୁନି ଗୃହ। ଏହାରି ଭିତରେ ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୁରୁମା ପାଢ଼ୀ। ହେଲେ ବାଚସ୍ପତିଙ୍କ ସମସ୍ତ ଆଲୋଚନା ବିଫଳ ହୋଇଛି। ସର୍ବଦଳୀୟ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତାଫା ଦାବି ଜିଦରେ ଅଟଳ ହୋଇଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ । ଫଳରେ ବୈଠକରେ କୌଣସି ନିଷ୍କର୍ସ ବାହାରିାପରିନାହିଁ। ସୂଚନା ଅନୁଯାୟୀ, ସକାଳ ୧୦ଟା ୩୦ରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ଆରମ୍ଭରୁ ଗୃହରେ ଦେଖାଦେଇଥିଲା SCB ତାତି। ବିରେଧୀ ବିଜେଡ଼ି ଓ କଂଗ୍ରେସର ବିଧାୟକଙ୍କ ନାରାବାଜିରେ କମ୍ପିଥିଲା ଗୃହ। ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦାବି ଓ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ହଙ୍ଗାମା କରିଥିଲେ ବିରୋଧୀ। ମାତ୍ରା ୧୨ ମିନିଟ୍ ଚାଲିଥିଲା। ଗୃହକୁ ପ୍ରଥମେ ସାଢ଼େ ୧୧ଟା ପରେ ୧ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ।
