ନିଶ୍ଚିନ୍ତକୋଇଲି : ସାନ ଭାଇର ମରଣାତ୍ମକ ଆକ୍ରମଣରେ ବଡ଼ ଭାଇ ଓ ବୃଦ୍ଧା ମା’ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗାଁରେ। ଘରୋଇ କଳିରୁ ଏଭଳି କରୁଣ ପରିଣତି ହୋଇଛି । ଜାଗାବାଡ଼ିକୁ କେନ୍ଦ୍ର କରି ଝଗଡ଼ାରୁ ସାନ ଭାଇ ବଡ଼ ଭାଇ ଓ ମା’କୁ ହତ୍ୟା କରିଥିବା ମୃତ ବଡ଼ ଭାଇର ପୁଅ ଥାନାରେ ଅଭିଯୋଗ କରିଛନ୍ତି। ମୃତକ ଦୁଇ ଜଣ ହେଲେ ସେକ ସମସେର ଓ କୂଳସୁନ ବିବି। ଅଭିଯୁକ୍ତ ସାନ ଭାଇ ନାଁ ହେଉଛି ସେକ ପପୁ। ସେକ ପପୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଫାଉଡାରେ ତାଙ୍କ ବାପା ଓ ଜେଜେମାଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ମୃତକର ପୁଅ କହିଛନ୍ତି। ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ ହୋଇଥିବା ସାଲେପୁର ଥାନା ଆଇଆଇସି କହିଛନ୍ତି।
