ଭୁବନେଶ୍ୱର : ସମ୍ପତ୍ତି ତାଲିକା ଦେବାକୁ ସରକାରୀ ଅଫିସର କୁନ୍ଥୁ କୁନ୍ଥୁ। ସମ୍ପତ୍ତି ତାଲିକା ଦାଖଲ ନ କଲେ ପଦୋନ୍ନତିରୁ ବଞ୍ଚିତ ହେବେ ନିର୍ଦ୍ଦେଶକୁ ବେଖାତିର। ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ସରକାରୀ ଅଧିକାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ ଡରୁଛନ୍ତି। ସମ୍ପତ୍ତି ତାଲିକା ମିଳିବା ପରେ କଣ କିଛି ବଡ଼ ଆକ୍ସନ୍ ନେବେ କି ? ଏଭଳି ପ୍ରଶ୍ନ ବିଭିନ୍ନ ମହଲରେ ଘୂରି ବୁଲୁଛି। ସିଏମ୍ଜିଆଇ ତଥ୍ୟ ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ସରକାରୀ ଚାକିରିଆ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଚଆରଏମଏସ ପୋର୍ଟାଲରେ ଜାନୁଆରୀ ୧ରୁ ଜାନୁଆରୀ ୩୧ ସୁଦ୍ଧା ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। । କିନ୍ତୁ କେତେକ ସରକାରୀ ଚାକିରିଆ ସମ୍ପତ୍ତି ତାଲିକା ଦାଖଲ କଲେ ନାହିଁ। ସେଥିପାଇଁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ମାର୍ଚ୍ଚ ୨ ତାରିଖ ମଧ୍ୟ ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ଦେଇନାହାନ୍ତି।
