କୋଣାର୍କ: ଯୁକ୍ତ ୨ ଛାତ୍ରୀଙ୍କ ଗଳା କାଟି ହତ୍ୟା ଉଦ୍ୟମ। ଗୋପ କଲେଜକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ବେଳେ ନିଛାଟିଆ ରାସ୍ତାରେ ଜଣେ ଛାତ୍ରୀଙ୍କୁ ବ୍ଲେଡ୍ ମାଡ଼ ହୋଇଛି। ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଗୋପ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ସୂଚନାନୁଯାୟୀ, ଶୁକ୍ରବାର ସକାଳ ୮ଟାରେ ଜଣେ କଲେଜ ଛାତ୍ରୀ ସାଇକେଲ୍ ଯୋଗେ ଗୋପ କଲେଜକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିଲେ। ଗୋପ ଥାନା ଅନ୍ତର୍ଗତ ନାଗପୁର ମୁଗୁରିଆ ରାସ୍ତାରେ ନିଛାଟିଆ ରାସ୍ତା ଦେଖି କେହି ଦୁର୍ବୃତ୍ତ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା। ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଁଚିବାରୁ ଦୁର୍ବୃତ୍ତ ଜଣଙ୍କ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରଯାଇଛି। ଛାତ୍ରୀଙ୍କ ବେକ ଓ ଶରୀରରେ ଆଘାତ ଲାଗିଥିବା ବେଳେ ଗୋପ ପୁଲିସ ତଦନ୍ତ ଚଳାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।
