ଭୁବନେଶ୍ୱର ୦୧/୦୩ : ଜିଜିପି କଲୋନୀରେ ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣା। ୨୪ ଘଣ୍ଟା ମଧ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁଲିିସ। ସିସିଟିଭି ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାର୍ଡ। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ମଧ୍ୟ ଜବତ କରାଯାଇଛି। ଏନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଶନିବାର ୟୁଟ୍ୟୁବର ରାହୁଲ ମହାରଣା ଜିଜିପି କଲୋନୀ ସ୍କୁଲ ପଡ଼ିଆରେ ସାଙ୍ଗ ସହିତ ବସିଥିଲେ। ରାତି ସାଢ଼େ ୯ଟା ବେଳେ ୩ ଜଣ ଯୁବକ ଏକ ବାଇକ୍ରେ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଛୁରି ଭୁସି ଦେଇ ପଳାଇଥିଲେ । ରାହୁଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତୁରନ୍ତ ନିକଟସ୍ଥ ଏକ ମେଡିକାଲ୍ କଲେଜକୁ ନିଆଯାଇଥିଲା । ସେଠାରୁ ପୁଣି ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା । ତାଙ୍କୁ ଫେରାଇ ଦେବାରୁ ଶେଷରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମଞ୍ଚେଶ୍ବର ଥାନାରେ ୟୁଟ୍ୟୁବରଙ୍କ ହତ୍ୟା ନେଇ ପରିବାରଲୋକ ଅଭିଯୋଗ କରିବା ପରେ ଆକ୍ସନ୍ ମୋଡ଼କୁ ଆସିଲା କମିଶନରେଟ ପୁଲିସ। କ୍ରାଇମ୍ ସ୍ପଟ୍ ଡିସିପି ଓ ମଞ୍ଚେଶ୍ବର ଥାନା ଅଧିକାରୀ ଯାଇ ଯାଞ୍ଚ କରିଥିଲେ । ସାଇଣ୍ଟିଫିକ୍ ହତ୍ୟାକାଣ୍ଡ ସ୍ଥଳରୁ ତଥ୍ୟ ସଂଗ୍ରହ କରିଥିଲେ। ୩ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ହତ୍ୟାକାଣ୍ଡ ସ୍ଥଳରେ ଲାଗିଥିବା ସିସିଟିଭିକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହା ମୋବାଇଲ ଟ୍ରାକି୍ ଓ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛିନ୍ତି ପୁଲିସ। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଯାହାକୁ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଜେରା କରିଥିବା ସୂଚନା ମିଳିଛି।
