ପୁରୀ : ଆସିଲା ରତ୍ନଭଣ୍ଡାର ଗଣତିମଣତି ଏସ୍ଓପି। ଖୁବ୍ଶୀଘ୍ର ଧାର୍ଯ୍ୟ ହେବ ତାରିଖ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଏସଓପି ନେଇ ବୈଠକ ଶେଷ। ରାଜ୍ୟ ସରକାରଙ୍କ ଦ୍ବାରା ରତ୍ନ ଅଳଙ୍କାର ଗଣତି ମଣତି ଏସଓପିକୁ ଅନୁମୋଦନ କରାଯାଇଛି। ୧୪ ପୃଷ୍ଠା ବିଶିଷ୍ଟ ଏସଓପି ପ୍ରସ୍ତୁତ ହୋଇଛି। ଆସନ୍ତା ସପ୍ତାହରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ରତ୍ନ ଅଳଙ୍କାର ଗଣତି ମଣତି ନେଇ ତାରିଖ ଘୋଷଣା ହେବ। ଏଥିପାଇଁ ଦୁଇଟି ଟିମ୍ ଗଠନ କରାଯିବ। ଏନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ରତ୍ନ ଗଣତିମଣତି ପାଇଁ ତତ୍ତ୍ବାବଧାରକ ଟିମ୍ ଓ କାର୍ଯ୍ୟବାହୀ ଟିମ୍ ଗଠନ କରାଯିବ। ଏହି ଟିମ୍ ରେ RBIର ଦୁଇ ଜଣ ଏକ୍ସପର୍ଟ ରହିବେ। ନୀତି ବହୁଳ ଦିନମାନଙ୍କରେ ଗଣତି କାର୍ଯ୍ୟ ହେବନାହିଁ। ନିଳଦ୍ରୀ ବିଜେ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତ କାର୍ଯ୍ୟର ଭିଡିଓଗ୍ରାଫି କରାଯିବ। ତେବେ କେଉଁଦିନ ଠାରୁ ଗଣତି ହେବ ତାହା ପରିଚାଳନା କମିଟି ସ୍ଥିର କରିବ।
