ଭୁବନେଶ୍ବର : ଫେବୃଆରୀ ୧୭ରୁ ବିଧାନସଭା ବଜେଟ୍ ଅଧିବେଶନ । ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ଆଗାମୀ ବଜେଟ୍ ଅଧିବେଶନ ପାଇଁ ବସିବ ବୈଠକ । ସୂଚନା ଥାଉକି,ଫେବ୍ରୁଆରୀ ୧୭ରୁ ବିଧାନସଭାର ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୨୦ରେ ଆସିବ ରାଜ୍ୟ ବଜେଟ୍ । ବଜେଟ୍ ଅଧିବେଶନରେ ରହିଛି ୨୯ଟି କାର୍ଯ୍ୟ ଦିବସ । ଫେବ୍ରୁଆରୀ ୧୭ରୁ ୨୪ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ମାର୍ଚ୍ଚ ୯ରୁ ଏପ୍ରିଲ୍ ୮ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ଆସନ୍ତା ଆର୍ଥିକବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚରେ ହେବ। ଉଭୟ ପର୍ଯ୍ୟାୟରେ ପ୍ରାୟ ୩୦ଦିନ କାର୍ଯ୍ୟ ଦିବସ ଚାଲିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଛି।ଅର୍ଥ ବିଭାଗ ପକ୍ଷରୁ ୨୦୨୬-୨୭ ବର୍ଷ ଲାଗି ବଜେଟରେ ଅଧିକ ବ୍ୟୟବରାଦ କରାଯିବାକୁ ଲକ୍ଷ୍ୟ ରହିଛି। ଓଡ଼ିଶାକୁ ୨୦୨୬ ସୁଦ୍ଧା ବିକଶିତ ରାଜ୍ୟରେ ପରିଣତ କରିବାପାଇଁ ରାଜ୍ୟ ସରକାର ପୂର୍ବବର୍ଷ ତୁଳନାରେ ଅତି କମ୍ରେ ୮ପ୍ରତିଶତ ଅଧିକ ବ୍ୟୟବରାଦ କରିପାରନ୍ତି ବୋଲି ଆଶା କରାଯାଉଛି ।
