ବଲାଙ୍ଗୀର : ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ମାମଲା । ବଲାଙ୍ଗୀର କୋର୍ଟରେ ନିଶା ମହାରଣା ହାଜର । ଓକିଲଙ୍କ ସହ ବଲାଙ୍ଗୀର SDJM କୋର୍ଟରେ ହାଜର ହେଲେ ନିଶା । ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଥିଲେ । ବଲାଙ୍ଗୀର କୋର୍ଟରେ ହାଜର ନେଇ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗୀର ଚନ୍ଦନଭାଟି ଗାଁରେ ଜାନୁଆରୀ ୧୨ ତାରିଖରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ । ୧୪ରେ ସଦର ଥାନା ପୁଲିସ ମାମଲା ରୁଜୁ କରିଥିଲା । ୧୫ରେ ଯାତ୍ରା ଆୟୋଜକ କମିଟି ସଭାପତି ଓ ସମ୍ପାଦକକୁ ପୁଲିସ କୋର୍ଟଚାଲାଣ କରିଥିଲା ।
