ନୂଆଦିଲ୍ଲୀ,୦୪/୦୨; ସମସ୍ତେ ଆଶ୍ଚର୍ଯ୍ୟ । ପରିବାର ସ୍ତବ୍ଧ । ଟ୍ରିପଲ୍ ସୁଇସାଇଡ୍କୁ ନେଇ ଚହଳ ପଡିଯାଇଛି । ଅନଲାଇନ୍ ଗେମ୍ ନେଇଛି ୩ ଜୀବନ । ଆପାର୍ଟମେଣ୍ଟର ନବମ ମହଲାରୁ ଡେଇଁ ୩ ଭଉଣୀ ଜୀବନ ହାରିଛନ୍ତି । ସମସ୍ତଙ୍କ ବୟସ ୧୨, ୧୪ ଏବଂ ୧୬ ବର୍ଷ । କୋରିଆନ୍ ଲଭ୍ ଗେମ୍ ନାମକ ଅନଲାଇନ୍ ଟାସ୍କରେ ମାତିଥିଲେ ୩ ଭଉଣୀ । ଅନଲାଇନ୍ ଗେମ୍ ପାଇଁ ସବୁଦିନ ସ୍କୁଲ ମଧ୍ୟ ଯାଉ ନଥିଲେ । ଅନଲାଇନ୍ ଗେମ୍ରୁ ନିବୃତ୍ତ ରହିବାରୁ ବାପା ମା’ ଆକଟ କରିବାରୁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ୩ ନାବାଳିକା ଉଭଣୀ । ଉତ୍ତରପ୍ରଦେଶ ଗାଜିଆବାଦରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ‘ସରି ବାପା-ମା’ ଗେମ୍ ଛାଡି଼ପାରୁନୁ’- ଗାଜିଆବାଦର ତିଲାମୋଡ ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଯେଉଁଠାରେ ଗୋଟିଏ ପରିବାରର ତିନି ଜଣ ନାବାଳିକା ଭଉଣୀ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଛନ୍ତି । ତିନି ଝିଅଙ୍କ ମୃତ୍ୟୁ ପରିବାରକୁ ଦୁଃଖରେ ବୁଡାଇ ଦେଇଛି । ତିନି ଭଉଣୀ ଗତ କିଛି ମାସ ଧରି ଅନଲାଇନ୍ ଗେମ୍ ଖେଳିବା ନିଶାରେ ଥିଲେ । କୋଭିଡ୍-୧୯ ମହାମାରୀ ପରଠାରୁ ନିୟମିତ ସ୍କୁଲକୁ ଯାଉନଥିଲେ । ଅନଲାଇନ୍ ଟ୍ରେଡିଂରେ କାମ କରୁଥିବା ଏବଂ ତିନି ବର୍ଷ ଧରି ଭାରତ ସିଟି ସୋସାଇଟିରେ ଭଡ଼ାରେ ରହୁଥିବା ଚେତନ କୁମାରଙ୍କର ୧୬, ୧୪ ଏବଂ ୧୨ ବର୍ଷ ବୟସର ତିନୋଟି ଝିଅ ଥିଲେ । ସେ ଅନଲାଇନ୍ ଗେମ୍ ନିଶାରେ ପଡିଥିଲେ । ଏଥିରୁ ନିବୃତ୍ତ ରହିବାକୁ ବାପା ମାଆ ବାରମ୍ବାର ଆକଟ କରୁଥିଲେ । ହେଲେ ଗେମ୍ ଛାଡି ପାରିଲେ ନାହିଁ ୩ ଭଉଣୀ । ଶେଷରେ ଦୁନିଆ ଛାଡିବାକୁ ନିଷ୍ପତ୍ତି ନେଲେ । ସୁଇସାଇଡ୍ ନୋଟ୍ରେ ସରି ବାପାମାଆ ଗେମ୍ ଛାଡ଼ି ପାରିଲୁ ନାହିଁ ବୋଲି ଲେଖିଛନ୍ତି । ରିପୋର୍ଟ ଅନୁଯାୟୀ, ଚେତନ କୁମାରଙ୍କ ତିନି ଝିଅ ଏକାଠି ଆତ୍ମହତ୍ୟା କରିଛନ୍ତି । ଘଟଣାଟି ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଘଟିଥିଲା । ଚେତନ କୁମାର ତାଙ୍କ ସ୍ତ୍ରୀଙ୍କ ସହ ଅନ୍ୟ ଏକ କୋଠରୀରେ ଶୋଇଥିଲେ । ତିନି ଭଉଣୀ ସେମାନଙ୍କ କୋଠରୀର ଝରକା ଉପରୁ ଡେଇଁ ପଡ଼ିଥିଲେ । ସେମାନେ ଗତ କିଛି ମାସ ଧରି ଅନଲାଇନ୍ ଟାସ୍କ-ଭିତ୍ତିକ ଖେଳ “କୋରିଆନ୍ ଲଭର୍” ଖେଳୁଥିଲେ । କୋଭିଡ୍-୧୯ ମହାମାରୀ ପରେ ତିନିଜଣ ସ୍କୁଲ ମଧ୍ୟ ଛାଡି ଦେଇଥିଲେ। ଶାଲିମାର ଗାର୍ଡେନ୍ ଏସିପି ଅତୁଲ କୁମାର ସିଂହ କହିଛନ୍ତି ଯେ, ଚେତନ କୁମାର, ଜଣେ ଅନଲାଇନ୍ ବ୍ୟବସାୟୀ ଏବଂ ୩ ବର୍ଷ ଧରି ଭାରତ ସିଟି ସୋସାଇଟିରେ ଭଡ଼ାରେ ରହୁଛନ୍ତି । ସେ ମୂଳତଃ ଦିଲ୍ଲୀ ବାସିନ୍ଦା । ୩ ଭଉଣୀଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ମର୍ଚ୍ୟୁରୀକୁ ପଠାଯାଇଛି । ମୋବାଇଲ୍ ଫୋନ୍ ଜବତ କରାଯାଇଛି ଏବଂ ତଦନ୍ତ ଜାରି ରହିଛି । ଅତୁଲ କୁମାର ସିଂହ କହିଛନ୍ତି, ” ରାତି ପ୍ରାୟ ୨ଟା ୧୫ ମିନିଟ୍ ସମୟରେ ଭାରତ ସିଟିର ଟାୱାର ବି ୱାନର ନବମ ମହଲା ବାଲକୋନିରୁ ତିନି ଝିଅ ଡେଇଁ ପଡ଼ିଥିବା ସୂଚନା ମିଳିଥିଲା । ୩ ଭଉଣୀ ନିଶିକା (୧୬), ପ୍ରାଚୀ (୧୪) ଏବଂ ପାଖି (୧୨)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତିନି ଜଣଙ୍କୁ ଲୋନି ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
