ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଗର୍ଜିଲା ବନ୍ଧୁକ । ଜୋହାନ୍ସବର୍ଗର ଏକ ଟାଉନସିପ୍ ଅତର୍କିତ ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତମାନେ ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି । ତେବେ ଆକ୍ରମଣକାରୀ କିଏ ଓ ଆକ୍ରମଣର କାରଣ କ’ଣ ଅସ୍ପଷ୍ଟ ରହିଛି । ରବିବାର ଜୋହାନ୍ସବର୍ଗ ନିକଟସ୍ଥ ବେକ୍କସର୍ଡାଲ ଅଞ୍ଚଳରେ କିଛି ବନ୍ଧୁଧାରୀ ଅଚାନକ ଗୁଳିମାଡ଼ କରିଥିଲେ । ସ୍ଥାନୀୟ ପୁଲିସ ଅନୁଯାୟୀ, ଏହି ଘଟଣା ଜୋହାନ୍ସବର୍ଗସ ନିକଟସ୍ଥ ସହରାଞ୍ଚଳରେ ହୋଇଛି । ଦୁର୍ବୃତ୍ତମାନେ ରାସ୍ତାରେ ଚାଲୁଥିବା ଲୋକଙ୍କ ଉପରକୁ ପଛପଟୁ ଅଖିବୁଜା ଗୁଳିମାଡ଼ କରିଥିଲେ କରିଥିଲେ । ଏଥିରେ ପ୍ରାୟ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି । ତେବେ ଦୁର୍ବୃତ୍ତ ମାନେ କିଏ ଏବଂ କାହିଁକି ଗୁଳିମାଡ଼ କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ମାସେ ଭିତରେ ଦକ୍ଷିଣ ଆଫ୍ରିକାରେ ଏହା ଦ୍ବିତୀୟ ସାମୂହିକ ଗୁଳିମାଡ଼ ଘଟଣା । ଏହା ପୂର୍ବରୁ ଡିସେମ୍ବର 6 ତାରିଖରେ ଏକ ହଷ୍ଟେଲ୍ ଫାୟାରିଂ ହୋଇଥିଲା ।
