ନୂଆଦିଲ୍ଲୀ: ଦିଲ୍ଲୀ ଏନ୍ସିଆରରେ ବିପଦଜନକ ସ୍ତରରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ। ବିଷାକ୍ତ ବାୟୁକୁ ନେଇ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦେଇଛନ୍ତି କଡ଼ା ଟିପ୍ପଣୀ। ସେ କହିଛନ୍ତି ଧନୀ ଲୋକମାନେ ପ୍ରଦୂଷଣ ସୃଷ୍ଟି କରନ୍ତି, କିନ୍ତୁ ଗରିବମାନେ ଏହା ଦ୍ବାରା ଅଧିକ ପ୍ରଭାବିତ ହୋଇଥାନ୍ତି। ସୋମବାର ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀ ପ୍ରଦୂଷଣ ସମ୍ପର୍କିତ ଆବେଦନ ଉପରେ ଆସନ୍ତା ୧୭ରେ ଶୁଣାଣି କରାଯିବ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ନ୍ୟାୟମୂର୍ତ୍ତି ଜୟମାଲ୍ୟ ବାଗଚୀ ଓ ନ୍ୟାୟମୂର୍ତ୍ତୀ ବିପୁଲ ଏମ୍ ପାମଚୋଲିଙ୍କ ଖଣ୍ଡପୀଠ ବରିଷ୍ଠ ଆଇନଜୀବି ଅପରାଜିତା ସିଂହଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ଯିଏକି ଆମିକସ୍ କ୍ୟୁରୀ (ନ୍ୟାୟ ମିତ୍ର) ରୂପରେ କୋର୍ଟଙ୍କ ସହାୟତା କରୁଛନ୍ତି। ଶୁଣାଣି ବେଳେ କୋର୍ଟରେ ଅପରାଜିତା ସିଂହ କହିଥିଲେ, ଯେଉଁ ପର୍ଯ୍ୟନ୍ତ କୋର୍ଟ ସ୍ପଷ୍ଟ ନିର୍ଦେଶ ଦେଇ ନାହାନ୍ତି, ସେ ଯାଏଁ ରାଜ୍ୟ ସରକାର ପ୍ରଦୂଷଣ ମୁକାବିଲା ପାଇଁ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରୋଟୋକଲ୍ ମଧ୍ୟ ରହିଛି, କିନ୍ତୁ ଏହାର ପାଳନ ହେଉଛି। ଗତ ମାସରେ ସୁପ୍ରିମକୋର୍ଟ ଡିସେମ୍ବର- ଜାନୁଆରୀ ଭିତରେ କ୍ରୀଡା ଉପରେ ରୋଗ ଲଗାଇବାକୁ ନିର୍ଦେଶ ଦେଇଥିଲେ। ଏହାପରେ ବି ବିଭିନ୍ନ ସ୍ଥାନରେ ଖେଳ ଆୟୋଜନ କରାଯାଉଛି। କୋର୍ଟଙ୍କ ନିର୍ଦେଶକୁ ପଛରେ ପକାଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉପାୟ ଗ୍ରହଣ କରାଯାଇଛି। ବାସ୍ତବିକ ସ୍ତରରେ ସ୍ଥିତିରେ କୌଣସି ସୁଧାର ହେଉନାହିଁ। ସିଜେଆଇ କହିଛନ୍ତି, କିଛି ନିର୍ଦେଶ ଏଭଳି ରହିଛି,ଯାହାକୁ ବଳପୂର୍ବକ ଲାଗୁ କରିବାକୁ ପଡିଥାଏ, କିନ୍ତୁ ମହାନଗରରେ ଲୋକଙ୍କ ଜୀବନଶୈଳୀକୁ ବଦଳିବା ସହଜ ନୁହେଁ। ଧନୀ ଲୋକଙ୍କ ଅପେକ୍ଷା ଗରିବମାନେ ପ୍ରଦୂଷଣରେ ଅଧିକ ପ୍ରଭାବିତ ହୋଇଥାନ୍ତି। ପ୍ରଦୂଷଣ ସୃଷ୍ଟି କରିବା ପଛରେ ସବୁବେଳେ ଧନୀ ଲୋକଙ୍କର ଭୂମିକା ରହିଥାଏ। ଆମିକସ କ୍ୟୁରୀ ଅପରାଜିତା ସିଂହ ଏଥିରେ ମଧ୍ୟ ସହମତି ପ୍ରକାଶ କରିଥିଲେ। ସେ କହିଥିଲେ ଗରିବ ଶ୍ରମିକମାନେ ଏହି ସଙ୍କଟରେ ଅଧିକ ପ୍ରଭାବିତ ହୋଇଥାନ୍ତି। ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରସଙ୍ଗ ଉପରେ ଅଲଗା ଭାବରେ ଆବେଦନ ଦାଖଲ କରାଯାଉ। ଏହାଉପରେ ସିଜେଆଇ କହିଥିଲେ, ଆମେ ସମସ୍ୟାକୁ ଜାଣ। ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣ ସମ୍ପର୍କିତ ଏହି ମାମଲା ୧୭ ଡିସେମ୍ବରରେ ଖଣ୍ଡପୀଠଙ୍କ ନିକଟରେ ଶୁଣାଣୀ ପାଇଁ ସୂଚୀବଦ୍ଧ କରାଯିବ। ଯେଉଁଠି ଏହା ଉପରେ ବିସ୍ତାର ଭାବରେ ବିଚାର କରାଯିବ।’
