ଭୁବନେଶ୍ବର : ରାଜ୍ୟ କଂଗ୍ରେସରେ ପୁଣି ବାହାରିଲା ପୁରୁଣା ରୋଗ । କଂଗ୍ରେସରେ ଦେଖା ଦେଲାଣି ନେତୃତ୍ବ ସଂକଟ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନିଜ ଦଳର ନେତା । ଭକ୍ତ ଦାସ ନିଜ ଦଳ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ କଂଗ୍ରେସ ନେତା ମହମ୍ମଦ ମୋକିମ୍ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଛନ୍ତି ।
