ନୂଆଦିଲ୍ଲୀ,୩୦/୧୧; ନ୍ୟାସନାଲ ହେରାଲ୍ଡ ମାମଲାରେ ବଢିଲା କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କ ମୁସ୍କିଲ । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁ ନ୍ୟାସନାଲ ହେରାଲ଼୍ଡ ମାମଲାରେ ନୂଆ ଏଫଆଇଆର ରୁଜ୍ଜୁ କରିଛି । ସେଥିରେ ସୋନିଆ ଗାନ୍ଧୀ, ରାହୁଲଙ୍କ ସମେତ ଅନ୍ୟ ୬ ଜଣ ସହଯୋଗୀ ଏବଂ ବ୍ୟବସାୟିକ ସଂସ୍ଥା ବିରୋଧରେ ମାମଲା ଦାୟର ହୋଇଛି । ଗତ ଏପ୍ରିଲ ୯ ତାରିଖରେ ଗାନ୍ଧୀ ପରିବାର ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ପିଏମଏଲଏ ଅଧୀନରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ରାଉଜ ଆଭେନ୍ୟୁ କୋର୍ଟରେ ଏକ ସ୍ୱତନ୍ତ୍ର ସାଂସଦ/ବିଧାୟକଙ୍କ କୋର୍ଟରେ ମାମଲାଟି ବିଚାରଧୀନ ଅଛି । ଏଫଆଇଆରରେ ୨ ହଜାର କୋଟି ମୂଲ୍ୟର ସମ୍ପର୍ତ୍ତି ସହିତ କଂଗ୍ରେସ ନିୟନ୍ତ୍ରିତ କମ୍ପାନୀ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲମିଟେଡ୍ ଠକେଇରେ ସାମିଲ କରିଥିବା ନେଇ ଅପରାଧିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଫଆଇଆର ଅକ୍ଟୋବର ୩ରେ ଦାୟର ହୋଇଥିଲା । ଏହା ଆଜି ସାର୍ବଜନିନ ହୋଇଛି । ଏହି ଏଫଆଇଆର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମୁଖ୍ୟାଳୟ ଯାଞ୍ଚ ଦ୍ୱାରା ଦାୟର ଏକ ଅଭିଯୋଗ ଉପରେ ଆଧାରିତ । ଯେଉଁଥିରେ ପିଏମଏଲଏ ଧାରା ୬୬ (୨) ଅଧୀନରେ ବିସୃତ ରିପୋର୍ଟ ଦେଇଛି । ଏଫଆଇଆରରେ ଅଭିଯୋଗ ହୋଇଛି କି, ୨୦୦୦ କୋଟି ଟଙ୍କାର ସମ୍ପତ୍ତି ସହିତ ଏଜେଏଲକୁ ଜାଲିଆତି ଭାବରେ ୟଙ୍ଗ ଇଣ୍ଡିଆ ମାଧ୍ୟମରେ ଅଧିଗ୍ରହଣ କରାଯାଇଛି । ଯେଉଁଥିରେ ଗାନ୍ଧୀ ପରିବାରର ୭୬ ପ୍ରତିଶତ ଅଂଶଧନ ରହିଛି । କୋଲକାତା ସ୍ଥିତ ଏକ କଥିତ ସେଲ କମ୍ପାନୀ, ଡୋଟେକ୍ସ ମର୍ଚାଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍ ନାମରେ ମଧ୍ୟ ମାମଲା ହୋଇଛି । ଯାହା ୟଙ୍ଗ ଇଣ୍ଡିଆକୁ ୧ କୋଟି ଟଙ୍କା ଦେଇଥିଲା । ଯେଉଁଥିରେ ଗାନ୍ଧୀ ପରିବାର ଏଜେଏଲକୁ ଅଧିଗ୍ରହଣ କରିବାକୁ କଂଗ୍ରେସକୁ ୫୦ ଲକ୍ଷ ଟଙ୍କା ଦେଇଥିଲା । ଦିଲ୍ଲୀ ପୁଲିସ୍ ଦ୍ୱାରା ଦାୟର ଏଫଆଇଆରରେ ସୋନିଆ ଗାନ୍ଧୀ ଏବଂ ରାହୁଲଙ୍କ ସମେତ ଅନ୍ୟ ୬ ଜଣଙ୍କ ନାମ ରହିଛି । କଂଗ୍ରେସ ଏହି ଅଭିଯୋଗକୁ ଲଗାତାର ଖଣ୍ଡନ କରି ଆସୁଛି । ସରକାରଙ୍କ ନିର୍ଦ୍ଦେଶରେ ଇଡି ରାଜନୈତିକ ପ୍ରତିଶୋଧ ନେବା ପାଇଁ ଅଭିଯୋଗ ଆଣିଥିବା କହିଛି ।
