ଭୁବନେଶ୍ୱର: ଦୁଇ ରାଜ୍ୟର ରାଜ୍ୟପାଳଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷତକାର ହୋଇଛି । ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ବମପତି କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ସାକ୍ଷାତ କରିଛନ୍ତି । ଏ ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ରାଜ୍ୟପାଳ ହରି ବାବୁ କମ୍ବମପତି । ଏକ୍ସରେ ରାଜ୍ୟପାଳ ହରିବାବୁ କମ୍ବମପତି ସାକ୍ଷାତ ନେଇ ଲେଖିଛନ୍ତି, ” ଆଜି ଓଡ଼ିଶା ରାଜଭବନରେ କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ସହ ଏକ ସୌଜନ୍ୟପୂର୍ଣ୍ଣ ସାକ୍ଷାତକାର ହୋଇଛି । ଆଲୋଚନା ଅତ୍ୟନ୍ତ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଥିଲା ଏବଂ ପ୍ରେରଣାଦାୟୀ ଅର୍ଥପୂର୍ଣ୍ଣ ମତ ବିନିମୟ ହୋଇଛି ।” ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଫଟୋରେ ଦେଖିବାକୁ ମିଳିଛି କି, ଦୁଇ ରାଜ୍ୟପାଳ ପରସ୍ପରକୁ ହାତଯୋଡି ଅଭିବାଦନ ଜଣାଇଛନ୍ତି । ଏହାପରେ ରାଜ୍ୟପାଳ ହରିବାବୁ କମ୍ବମପତି କେରଳ ରାଜ୍ୟପାଳଙ୍କୁ ମହାପ୍ରଭୁ ଜଗନ୍ନାଥ, ବଳଭ୍ରଦ ଏବଂ ସୁଭଦ୍ରାଙ୍କ ମୂର୍ତ୍ତି ଥିବା ଫଟୋ ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।
