ଭୁବନେଶ୍ବର, ୨୫/୧୧: ଆଗାମୀ ଦଶ ବର୍ଷ ଓଡିଶା ପାଇଁ ଡ୍ରିମ୍ ଡିକେଡ୍ । ଗତ ୮୦ ବର୍ଷ ଓଡ଼ିଶା ପାଇଁ ଥିଲା ଲସ୍ ଡିକେଡ୍ । ବର୍ତ୍ତମାନ ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ । ରାଜ୍ୟରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି । ଏହା ଓଡ଼ିଶାର ଦିଶା ଆଉ ଦଶା ପରିବର୍ତ୍ତନ କରିବ । ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଳେଭରେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଏବେ ୧୨୦ ବିଲିୟନ ଅର୍ଥନୀତିରେ ଅଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଅର୍ଥନୀତିରେ ଓଡ଼ିଶାକୁ ପହଞ୍ଚାଇବାକୁ ହେବ । ଆମ ସରକାର ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେଥିରୁ ଗ୍ରାଉଣ୍ଡିଂ ହୋଇ ସରିଛି ୨ ଲକ୍ଷ କୋଟିର ପ୍ରକଳ୍ପ । ସେମିକଣ୍ଡକ୍ଟରରେ ସମସ୍ତ ରାଜ୍ୟ ୧ କଲା ବେଳେ ଆମେ ୫ରେ ଅଛୁ । ଓଡ଼ିଶା ସେମିକଣ୍ଡକ୍ଟରରେ ଏକ ନମ୍ବରରେ ରହିଛି । ଖୁଵ୍ ଶୀଘ୍ର ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ । ଦକ୍ଷତା ବୃଦ୍ଧି ପାଇଁ ସିଙ୍ଗାପୁର ସହ ଚୁକ୍ତି ହୋଇଛି । ଆଗାମୀ ଦଶନ୍ଧି ପରିବର୍ତ୍ତନର ପରବର୍ତ୍ତୀ ଦଶନ୍ଧି । ୨୦୩୬ ସୁଦ୍ଧା ଅର୍ଥନୀତିରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡ଼ିଶା ରହିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସମୃଦ୍ଧ ଓଡ଼ିଶା ୨୦୩୬ କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ କହିଛନ୍ତି । ସେ କହିଲେ ସ୍ଥିର ସରକାର ଥାଇ ଓଡ଼ିଶାକୁ ଶିଳ୍ପରେ ଆଗକୁ ନନେବା ଓଡିଶାକୁ ଧୋକ୍କା ଦେବା ସହ ସମାନ । ଶିଳ୍ପରେ ଆଶାନୁରୂପ ଆଗକୁ ବଢ଼ି ପାରିନାହାନ୍ତି । ରାଜ୍ୟରେ ପୂର୍ବ ୨୪ ବର୍ଷ ସ୍ଥିର ସରକାର ଥିଲା । ଶିଳ୍ପରେ ବିପ୍ଳବ କରି ପାରିଥାନ୍ତେ କିନ୍ତୁ କରିପାରିଲେ ନାହିଁ । ଏହା ତାଙ୍କର ଦୂର ଦୃଷ୍ଟିରୁ ଅଭାବ ଏବଂ ରାଜନୈତିକ ଇଛାଶକ୍ତିର ଅଭାବ । ଶାସନ ପ୍ରଶାସନକୁ କେବଳ ଇଭେଣ୍ଟ ଭାବି କାର୍ଯ୍ୟକ୍ରମ କରିଥିଲେ । ଗତ ସରକାରରେ ‘ମେକ୍ ଇନ ଓଡ଼ିଶା’ର ୩ଟି ସଂସ୍କରଣ ହୋଇଥିଲା । ନାମିଦାମି କମ୍ପାନିମାନଙ୍କ ସହିତ ଅନେକ ବୁଝାମଣା ହୋଇଥିଲା । କିନ୍ତୁ ବାସ୍ତବରେ କେତେ ଗ୍ରାଉଣ୍ଡିଙ୍ଗ ହେଲା ତାହା ସମସ୍ତେ ଜଣାଇଛନ୍ତି । ସ୍ଥିର ସରକାରରେ ନିଜେ ନେତୃତ୍ୱ ନେଇ ନକରିବା ଓଡ଼ିଶା ପଛକୁ ନେବା ସହ ସମାନ । ଏହା ଓଡିଶାକୁ ଧୋକ୍କା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଆସିବାର ୧୭ ମାସ ଭିତରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛୁ । ୧୭ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି । ଆମ ସରକାର ଇଭେଣ୍ଟ ମ୍ୟାନେଜ ମେଣ୍ଟରେ ସୀମିତ ନାହିଁ । ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ ହୋଇଛି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେଥିରୁ ଗ୍ରାଉଣ୍ଡିଂ ହୋଇ ସରିଛି ୨ ଲକ୍ଷ କୋଟିର ପ୍ରକଳ୍ପ । ରିୟଲ ଟାଇମ ଭିତରେ ପ୍ରକଳ୍ପ କରିବାକୁ ଆମ ସରକାର ପ୍ରତିବଦ୍ଧ । ୩୦ଟି ଜିଲ୍ଲାରେ ୬୪ ସ୍ଥାନରେ ଶିଳ୍ପ ହେବ । ଏବେ ୧୪ ଜିଲ୍ଲାରେ ଗ୍ରାଉଣ୍ଡ ବ୍ରେକିଙ୍ଗ କାମ ସରିଲାଣି ।
