ମୁମ୍ୱାଇ :ପୁଣି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି ପ୍ରିୟଙ୍କା ଚୋପ୍ରା । ନିକଟରେ ସେ ସାଉଥ ନିର୍ଦ୍ଦେଶକ ଏସଏସ ରାଜାମୌଲି ଓ ମହେଶ ବାବୁଙ୍କ ଫିଲ୍ମ ‘ଏସଏସଏମବି୨୯’ରେ ଆସିବେ ନଜର । ଗତକାଲି ଅର୍ଥାତ ନଭେମ୍ୱର ୧୨ରେ ଅନଟାଇଟଲ୍ଡ ଫିଲ୍ମ Globe troterରୁ ତାଙ୍କ ପ୍ରଥମ ଲୁକ ରିଲିଜ ହୋଇଛି ।ଏନେଇ ସୂଚନା ଦେଇଛନ୍ତି ରାଜାମୌଲି ସୋସିଆଲ ମିଡିଆରେ ।
ତେବେ ଫଟୋରେ ପ୍ରିୟଙ୍କା ୟେଲୋ ଶାଢୀ ସହ ଦେଶୀ ଲୁକରେ ଆକ୍ସନ କରୁଥିବା ନଜର ଆସିଛନ୍ତି । ଏଥିରେ ତାଙ୍କ ଚରିତ୍ର ମନ୍ଦାକିନୀ ବୋଲି ଦର୍ଶାଯାଇଛି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ”ଇଏ ସେହି ମହିଳା ଯିଏ ବିଶ୍ୱ ସ୍ତରରେ ଭାରତୀୟ ସିନେମାକୁ ପୁନଃପରିଭାଷିତ କରିଥିଲେ । ପୁଣି ସ୍ୱାଗତ, ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ।” ସେହିପରି ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, ”ସେ ଆଖିରେ ଯାହା ଦେଖାଯାଏ ତା’ଠାରୁ ଅଧିକ… ମନ୍ଦାକିନୀକୁ ହେଲୋ କୁହନ୍ତୁ । ।” ତେବେ ପ୍ରିୟଙ୍କା ଏହି ଲୁକକୁ ସମସ୍ତେ ପସନ୍ଦ କରିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ ପ୍ରିୟଙ୍କା ଚୋପ୍ରା ଇଜ ବ୍ୟାକ ବୋଲି ଟ୍ରେଣ୍ଡ କରୁଛି । ଫ୍ୟାନ୍ସ ସମେତ ସେଲିବ୍ରିଟି କମେଣ୍ଟ ବର୍ଷା କରୁଛନ୍ତି । ପ୍ରିୟଙ୍କାଙ୍କ ପୋଷ୍ଟରେ ଅଭିନେତା ରଣଭୀର ସିଂ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ବହୁତ କୁଲ୍’ । ପ୍ରକାଶ ଥାଉକି, ନଭେମ୍ୱର ୭ରେ ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି ତାଙ୍କର ବହୁ ପ୍ରତୀକ୍ଷିତ ଗ୍ଲୋବାଲ୍ ଆକ୍ସନ୍ ଆଡଭେଞ୍ଚର୍ ଗ୍ଲୋବ୍ ଟ୍ରୋଟର୍ ରୁ ପୃଥ୍ୱୀରାଜ ସୁକୁମାରନ୍ଙ୍କ ପ୍ରଥମ ଲୁକ୍ ରିଲିଜ କରିଥିଲେ । ମାଲାୟଲମ୍ ସୁପରଷ୍ଟାର ମୁଖ୍ୟ ଖଳନାୟକ କୁମ୍ଭାଙ୍କ ଭୂମିକାରେ ଅଭିନୟ କରିବେ । ମହେଶ ବାବୁ, ପ୍ରିୟଙ୍କାଙ୍କ ସମେତ ଏଥିରେ ପୃଥ୍ୱୀରାଜ ବି ନଜର ଆସିବେ । କହିରଖୁଛୁ କି, ଏହି ଫିଲ୍ମର ସୁଟିଂ ଓଡ଼ିଶା କୋରାପୁଟରେ ହୋଇଛି । ଏହି ସମୟରେ ପ୍ରିୟଙ୍କା, ମହେଶ ବାବୁ ଓ ରାଜାମୌଲି ଓଡ଼ିଶାରେ ସୁଟ କରିବା ସହ ସେଟାକାର ଲୋକଙେକ ସହ ସମୟ ବିତାଇଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ ।ମହେଶ ବାବୁ ଏବଂ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଏହି ଫିଲ୍ମଟି ବର୍ତ୍ତମାନ ଏହାର କ୍ଲାଇମାକ୍ସ ସୁଟିଂ ପର୍ଯ୍ୟାୟରେ ଅଛି ।
